ମିଠା ଭିତରେ ରାଜା "ଫେନି "
ଫେନି ଏକ ସୁସ୍ୱାଦୁ ମିଠା ।ତାକୁ ଥରେ ଯିଏ ଖାଇଛି ସେ କଦାପି ଭୁଲି ପାରିବ ନାହିଁ ବୋଲି ମୋର ବିଶ୍ୱାସ ।ଆଉ ଫେନି ତିଆରି କରିବାରେ ଆମ ଭବାନୀପାଟଣା ର ବହୁ ସୁନାମ ରହିଛି ।ମହାବୀରପଡା ର ସ୍ବର୍ଗତ ଶ୍ରୀମୁଖ ପାତ୍ର ଅଜା ଙ୍କ ହାତ ତିଆରି ଫେନି ଯିଏ ଥରେ ଖାଇଛି ସେ ଜୀବନରେ ସେମିତି ସୁଆଦିଆ ଫେନି ଆଉ ପାଇବା ଅସମ୍ଭବ ।କଳାହାଣ୍ଡି ଜିଲ୍ଲାର ମୁଖ୍ୟାଳୟ ଭବାନୀପାଟଣା ଏକ ନିଆରା ସହର ।ଏହି ସହର ର ଇତିହାସ ମାତ୍ର ପ୍ରାୟ 250 ବର୍ଷ ର ।କିନ୍ତୁ ଭାଇଚାରା, ବିଭିଧତା ଭିତରେ ଏକତାର ସହର ଭାବରେ ବିଖ୍ୟାତ ।ଏଇଠି ବିଭିନ୍ନ ପ୍ରକାର ଜାତି ଧର୍ମ ନିର୍ବିଶେଷରେ ଏକ ଏମିତି ସହର ଯୋଉଠି ବିରଳ ପ୍ରକାରର ଚରିତ୍ର ଜନ୍ମ ଦେଇଛି ।ଯେତେ ବେଳେ କେବଳ କାଁ ଭାଁ କାହା କାହା ଘରେ ରେଡ଼ିଓ ଥିଲା ଓ ମନୋରଞ୍ଜନ ପାଇଁ କେବଳ ଭବାନୀ ଟକିଜ ତଥାପି ସାଧାରଣ ଲୋକ ଭରପୁର ମନୋରଞ୍ଜନ ପାଉ ଥିଲେ କିଛି ଚରିତ୍ର ମାନଙ୍କଠାରୁ ।ସେଥି ମଧ୍ୟରୁ ଅତ୍ୟନ୍ତ ମେଳାପୀ ଓ ସ୍ୱାଭିମାନି ବ୍ୟକ୍ତି ଥିଲେ ସ୍ବର୍ଗତ ଶ୍ରୀମୁଖ ପାତ୍ର ଅଜା ।ସେ ଘରେ ନିଜେ ଦେଶୀ ଗାଈଘିଅ ରେ ଫେନି ତିଆରି କରି ବିକ୍ରି କରୁଥିଲେ ।ତାଙ୍କ ହାତ ତିଆରି ଫେନି ଧରି ଯଦି ସେ ରାସ୍ତା ରେ ଚାଲି ଯାଉଥିଲେ ତେବେ ଫେନିର ବାସ୍ନା ରେ ପାଟି ରୁ ଲାଳ ବାହାରି ଯାଉଥିଲା ।କେବଳ ନିଜର ପରିଚିତ ଲୋକଙ୍କ ଘରକୁ ଯାଇ ଫେନି ଦଉଥିଲେ ।ସେ ଫେନି ର ସ୍ୱାଦ ବାସ୍ତବରେ ଏତେ ଚମତ୍କାର ଯେ ଗୋଟେ ଫେନି ଖାଉଦେଲେ ପେଟ ପୁରିଯିବ ମାତ୍ର ଆତ୍ମ ତୃପ୍ତି ହେବ ନାହିଁ ।ସପ୍ତାହକୁ ମାତ୍ର ଦୁଇ ତିନି ଦିନ ଅଜା ଫେନି ତିଆରି କରୁଥିଲେ ।ବାପା କିମ୍ବା ମାଆ ଜୀଏବି ଘରେ ଥିବେ ଅଜା ଫେନି ଦେଇ ଆସୁଥିଲେ । ଆଉ ଭବାନୀପାଟଣା ସହରରେ ଶ୍ରୀମୁଖ ଅଜା ଙ୍କ ହାତ ତିଆରି ଫେନି ଖାଇବାକୁ ଅନେକ ଆଗତୁରା ଅଜା ଙ୍କୁ ଜଣାଉଥିଲେ ।ପିଲାଦିନେ ସେଇ ଫେନିର ସ୍ୱାଦ ମୁଁ ଆଜି ଯାଏଁ ଅନ୍ୟ କୋଉଠି ପାଇନାହିଁ ।ଥରେ ଖରିଆର ଥାନା ପାଖ ଛକ ରେ ଗୋଟିଏ ଫେନି ଖାଇଥିଲି , ଅଜା ଙ୍କ ଫେନି ମନେ ପଡିଗଲା ତାଙ୍କର ହାତର ଯାଦୁ ସ୍ପର୍ଶ ରେ ଫେନି ର ମହକ ଯେମିତି ନାକରେ ବାଜେ ଅନ୍ତର ଭିତରେ ଭୋକ ବଢ଼େଇ ଦଉ ଥାଏ ।ଆଜିବି ଯେଉଁ ମାନେ ସ୍ବର୍ଗତ ଶ୍ରୀମୁଖ ପାତ୍ର ଅଜାଙ୍କ ହାତ ତିଆରି ଫେନି ର ସ୍ୱାଦ ନେଇଛନ୍ତି ସେମାନ ନିଶ୍ଚୟ ସେଇମିତି ସୁଆଦିଆ ଫେନି ତାଙ୍କ ବିୟୋଗ ପରେ ନିଶ୍ଚୟ ପାଇ ନ ଥିବେ ।ମୁଁ ବି ଆଜି ଯାଏଁ ସେଇମିତି ଯାଦୁ ଭରା ସୁଆଦିଆ ଫେନି ଆଉ ଖାଇବାକୁ ପାଇ ନାହିଁ ।ସେଇ ସୁନାମଧନ୍ୟ ଫେନି ର ବାଦଶାହ ଙ୍କୁ ଆଜି ଟିପି ଟିପି ବର୍ଷା ପାଗରେ ମନେ ପଡିଗଲା ।କିନ୍ତୁ ଜୀବନରେ ବୋଧହୁଏ ଶ୍ରୀମୁଖ ପାତ୍ର ଅଜାଙ୍କ ହାତ ତିଆରି ଫେନି ଭଳି ଫେନି ଆଉ ମିଳିବା ଅସମ୍ଭବ ।ସ୍ବର୍ଗତ ଶ୍ରୀମୁଖ ପାତ୍ର ଅଜା ଙ୍କୁ ଶତ ଶତ ପ୍ରଣାମ ।
ମହମ୍ମଦ ଅଲ୍ଲୀ,
ବରିଷ୍ଠ ସାମ୍ବାଦିକ
Post a Comment