ମୋ ସୃତିରେ ଜଣେ ବଳିଷ୍ଠ ବ୍ୟକ୍ତିତ୍ୱ--ଅବସରପ୍ରାପ୍ତ ଏସପି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ।
ମନୁଷ୍ୟ ର କର୍ମମୟ ଜୀବନ ରେ ବୟସ ବଢ଼ିବା ସହ ଅଭିଜ୍ଞତା ବଢିବା ସହ ଅନେକ ଘଟଣା ଶ୍ରୁତି ହୋଇ ରହିଯାଏ ।ବର୍ତ୍ତମାନ ର ଏହି ସଂକଟମୟ ସମୟରେ ଘରେ ବସିଥିବା ବେଳେ ଅତୀତର ଅନେକ ଶୃତି ମନେ ପଡ଼ିଯାଏ ।ସେହି ସ୍ବର୍ଣ୍ଣିମ ମୁହୂର୍ତ୍ତ ର ସୁଖଦ ଅନୁଭୂତି ଭିତରେ ହଜି ଯାଏ ମଣିଷ ।ମୋ ଜୀବନ କାଳ ର ଅନେକ ପୁରୁଣା ଶ୍ରୁତି କୁ ମନେ ପକାଇ ତାକୁ ଜୀବନ୍ତ ଓ ଭବିଷ୍ୟତ ବଂଶଧର ଙ୍କ ହୁଦୟରେ ଉଦ୍ଦଜୀବିତ ରଖିବାକୁ ଲେଖିବସେ ଘଣ୍ଟା ଘଣ୍ଟା ଧରି ଓ ମୋ ବ୍ଲଗର ରେ ପୋଷ୍ଟ କରିଥାଏ ଏବଂ ଏହାକୁ ବନ୍ଧୁ, ଶୁଭଚିନ୍ତକ ମାନଙ୍କ ସହ ସେଆର କରେ ।ଆଜି ବି ଜାଣି ପାରି ନାହିଁ ମୋ ଅତୀତର ଶ୍ରୁତି ସମ୍ପର୍କୀୟ ଲେଖା କେତେ ଆଦୃତ ହୋଇଛି ନା ନାହିଁ ।ତଥାପି ନିଜର ହୃଦୟ ଭିତରେ ଚାପି ହୋଇ ରହିଥିବା ଅତୀତ ର କିଛି ସ୍ମରଣୀୟ ମୁହୂର୍ତ୍ତ ମନେ ପଡିଗଲେ ଲେଖିବା କୁ ମନ ଭିତରେ ଥିବା ଆକାଂକ୍ଷା କୁ ରୋକି ପାରେ ନାହିଁ ।
କଳାହାଣ୍ଡି ମୋ ଜନ୍ମ ମାଟି, କର୍ମମାଟି ସହ ନିବିଡ଼ ସମ୍ପର୍କ ଦୁଇଶହ ବର୍ଷ ପୁରୁଣା ।ମୋ ଅତୀତ ର ବଂଶଧର ମାନଙ୍କ ଏହି ମାଟି ଓ ମାଟିର ମଣିଷ ମାନଙ୍କ ସହ କ୍ଷୀର ନୀର ର ସମ୍ପର୍କ ଯୋଗୁଁ ଆଜି ଆମେ ପରିଚିତ ଓ ପ୍ରତିଷ୍ଠିତ ।ଜନ୍ମଭୂମି ରୁ କର୍ମଭୂମି ମହାନ ।ସ୍ୱାଧୀନତା ପରବର୍ତୀ ସମୟରେ କଳାହାଣ୍ଡି ରାଜ୍ୟ ର ଓଡିଶା ପ୍ରଦେଶ ସହ ଓ ଦେଶ ସହ ମିଶ୍ରଣ ପରେ ସରକାର ପରିଚାଳନା ପାଇଁ ଅନେକ ଜିଲ୍ଲା ସ୍ତରରେ ସରକାରୀ ଅଧିକାରୀ ବଦଳି ହୋଇ ମୋ ମାଟି କୁ ଆପଣେଇ ନେଇଛନ୍ତି ।ପ୍ରତି ବଦଳରେ ଜିଲ୍ଲାର ମାଟିର ମଣିଷ ମାନଙ୍କ ଠାରୁ ପାଇଛନ୍ତି ଅନେକ ସମ୍ମାନ, ସ୍ନେହ, ଶ୍ରଦ୍ଧା ଓ ଆଦର ।ସେହିପରି ଜଣେ ବ୍ୟକ୍ତିତ୍ୱ ଙ୍କୁ ଆଜି ମନେ ପକାଇ ହଜି ଯାଇଛି ସେଇ ଅତୀତର ସ୍ମରଣୀୟ ମୁହୂର୍ତ୍ତ ଭିତରେ ସେ ହେଉଛନ୍ତି ସମ୍ମାନନୀୟ ପୂର୍ବତନ କଳାହାଣ୍ଡି ଏସପି, ଅବସରପ୍ରାପ୍ତ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ମହୋଦୟ ।ସେଇମିତି ଦେଖିଲେ ଅନଗ୍ରସର କଳାହାଣ୍ଡି ଜିଲ୍ଲା କୁ ଅନେକ ଜିଲ୍ଲାପାଳ, ଏସପି ବଦଳି ହୋଇ ଆସି ନିଜ ନିଜର କର୍ତବ୍ୟ ନିଷ୍ଠାପର ସହ ସମ୍ପାଦନ କରିଛନ୍ତି ।କିନ୍ତୁ ଚ୍ୟାଉପଟ୍ଟନାୟକ ଆଜ୍ଞା ଜଣେ ସ୍ୱତନ୍ତ୍ର ପରିଚୟ ମୋ ମାଟି ପାଇଁ ।ଚାକିରୀ ଜୀବନ ର ତିରିଶ ବର୍ଷ ରୁ ଅଧିକ ସମୟର ଅଭିଜ୍ଞତା ନେଇ ପ୍ରମୋଶନ ରେ କଳାହାଣ୍ଡି ଜିଲ୍ଲା ଏସପି ଭାବରେ ଯୋଗଦାନ କଲେ ।ସେହି ସମୟରେ ଭବାନୀପାଟଣା ରେ ମାତ୍ର ହାତ ଗଣତି ସାମ୍ବାଦିକ କେବଳ ପ୍ରିଣ୍ଟ ମିଡ଼ିଆ ପାଇଁ ଥିଲୁ ।ମୁଁ ମଧ୍ୟ ବରିଷ୍ଠ ରାଜନେତା, ଲେଖକ, ପୂର୍ବତନ ମନ୍ତ୍ରୀ, କ୍ରୀଡା ଓ ସାଂସ୍କୃତିକ ସଂଗଠକ ଶ୍ରୀଯୁକ୍ତ ରାସ ବିହାରୀ ଙ୍କ ଦ୍ଵାରା ସମ୍ପାଦିତ ସାପ୍ତାହିକି " ଅର୍ଜି " ର ଜିଲ୍ଲା ପ୍ରତିନିଧି ଭାବରେ ଥାଏ । ଅର୍ଜି ର ଲୋକପ୍ରିୟତା ସମଗ୍ର ଜିଲ୍ଲା ରେ ଏତେ ଅଧିକ ଥିଲା ଯେ, ଯେ କୌଣସି ଲୋକପ୍ରିୟ ଦୈନିକ ଖବର କାଗଜ ବଦଳରେ ପାଠକ ମାନେ ବୁଧବାର ଦିନକୁ ଅପେକ୍ଷା କରିଥାନ୍ତି ଓ ବିଶ୍ୱାସ ଥାଏ ଏ ସଂଖ୍ୟାରେ ଅର୍ଜି ନିଶ୍ଚୟ କିଛି ଝଡ଼ ସୃଷ୍ଟି କରିବ ।ସାଧାରଣ ଲୋକ ଙ୍କ ଦ୍ଵାରା ଆଦୃତ ଏହି ସାପ୍ତାହିକ ଖବର କାଗଜ ରେ ଦୀର୍ଘ ଏଗାରବର୍ଷ ରୁ ଅଧିକ ସମୟ ନିଷ୍ଠା ର ସହ କାର୍ଯ୍ୟ ସମ୍ପାଦନ କରି ଅନେକ କିଛି ପାଇଛି ।ସାମ୍ବାଦିକତା ର ମର୍ଯ୍ୟାଦା ଓ ସାଧାରଣ ଲୋକଙ୍କ ଦୈନନ୍ଦିନ ଅସୁବିଧା ଓ ଦୁର୍ନୀତି , ବିରୁଦ୍ଧରେ ଲେଖିବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦେଖିଛି ।
ଶ୍ରୀଯୁକ୍ତଚ୍ୟାଉପଟ୍ଟନାକ ଏସପି ଭାବରେ ଯୋଗଦାନ କରିବା ପରେ ନିଜର ପ୍ରଥମ ଦିନର କାର୍ଯ୍ୟାରମ୍ଭ ସାମ୍ବାଦିକ ସମ୍ମିଳନୀ ରୁ ଆରମ୍ଭ କଲେ ।ଜିଲ୍ଲାର ଐତିହ, ପରମ୍ପରା, ସଂସ୍କୃତି ଓ ମୁଖ୍ୟ ସମସ୍ୟା ସମ୍ପର୍କରେ ସାମ୍ବାଦିକ ବନ୍ଧୁ ମାନଙ୍କ ଜରିଆରେ ଅବଗତ ହେଲେ ।ମିଳିମିଶି ଜିଲ୍ଲାର ସମସ୍ୟା ର ସମାଧାନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କଲେ ।ବରିଷ୍ଠ ସାମ୍ୱାଦିକ ଓ ଆମ ମାନଙ୍କ ଦିଗଦର୍ଶକ ପୂଜ୍ୟନୀୟ ଉମାଂଶଙ୍କର କର ମହୋଦୟ ଙ୍କ ସମେତ ଶ୍ରୀ ଶାନ୍ତନୁ କୁମାର ବେହେରା,ପ୍ରଶାନ୍ତ କୁମାର ପଣ୍ଡା, ସଂଜୀବ ଯୋଶୀ ଭାଈ, ଲଳିତ କାନୁନଗୋ ଭାଈ ଙ୍କ ସମେତ ସମସ୍ତ ସାମ୍ବାଦିକ ବନ୍ଧୁଙ୍କ ସହ ଚ୍ୟାଉପଟ୍ଟନାୟକ ଆଜ୍ଞା ଭାବର ଆଦାନ ପ୍ରଦାନ ଓ ପରିଚୟ ହେବା ପରେ କଳାହାଣ୍ଡି ଜିଲ୍ଲା ର ଏସପି ଭାବରେ ନିଜର କର୍ମମୟ ଜୀବନର ଶେଷ ପାହାଚ ରେ ପହଞ୍ଚି ଏଇ ମାଟିରୁ ଅବସର ଗ୍ରହଣ କରିଥିଲେ ।ପୁରୀ ବଡ଼ଦାଣ୍ଡ ପାଖରେ ଜନ୍ମିତ ଓ ଜଣେ କର୍ମଠ ବ୍ୟକ୍ତି ଙ୍କ ଯୋଗୁଁ ଆଜି କଳାହାଣ୍ଡି ର ଭୌଗୋଳିକ ମାନଚିତ୍ର, ଟ୍ରାଫିକ ସମସ୍ୟା ସହ ଅନେକ ସମସ୍ୟା କୁ ବ୍ୟକ୍ତିଗତ ଚେଷ୍ଟା ରେ ସଫଳ ରୂପାୟନ କରିବାରେ ସଫଳ ବିନ୍ଧାଣି ଥିଲେ ଚ୍ୟାଉପଟ୍ଟନାୟକ ଆଜ୍ଞା ।ଏସପି ଭାବରେ ଯୋଗଦେବା ପୂର୍ବରୁ ପ୍ରବଳ ବର୍ଷା ଯୋଗୁଁ ପିପଲ ନାଳ ପୋଲ ଭାଙ୍ଗି ଯାଇ ରିଜର୍ଭ ପୋଲିସ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ ।ଶୀଘ୍ର ପୋଲ ନିର୍ମାଣ ପାଇଁ ବିଭିନ୍ନ ରାଜନୈତିକ ଦଳ ଲଗାତାର ଧାରଣା, ରାସ୍ତାରୋକ ଆନ୍ଦୋଳନ କରୁଥିଲେ ମଧ୍ୟ ସମାଧାନ ହେଉ ନ ଥାଏ । ବରିଷ୍ଠ ସାମ୍ୱାଦିକ ଶ୍ରୀଯୁକ୍ତ ଉମାଂଶଙ୍କର କର ଙ୍କ ନେତୃତ୍ୱରେ ସହର ର ସମସ୍ତ ସାମ୍ବାଦିକ ଏକତ୍ରିତ ହୋଇ ଏସପି ଙ୍କୁ ସାକ୍ଷାତ କଲୁ ।କଳାହାଣ୍ଡି ଜିଲ୍ଲାର ପଡୋଶୀ ସୀମାବର୍ତୀ ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ବୃଦ୍ଧି ସହ ସହର ମଧ୍ୟକୁ ପ୍ରବେଶ ପାଇଁ ଯୋଗାଯୋଗ ବିଚ୍ଛିନ୍ନ ବାବଦରେ ବିସ୍ତାର ଆଲୋଚନା କରି ଏହାର ପ୍ରତିକାର ଅତିଶୀଘ୍ର କରିବା ପାଇଁ ଅନୁରୋଧ କଲୁ ।କିଛି ସମୟ ନୀରବତା ପରେ ଏସ ପି ମହୋଦୟ ଜିଲ୍ଲାର ପୂର୍ତ୍ତ ବିଭାଗ ଅଧିକାରୀ ଙ୍କୁ ଫୋନକରି ପୋଲ ନିର୍ମାଣ କାର୍ଯ୍ୟ ବିଳମ୍ବ କାହିଁକି ଅବଗତି ହେଲେ ।ଖଡ଼ଗପୁର IIT ରେ ପୋଲର ଡିଜାଇନ ପାସ ହେବାର ବିଳମ୍ବ ଯୋଗୁଁ କାର୍ଯ୍ୟ ଆରମ୍ଭ ହୋଇ ପାରୁନ ଥିବା ଯୋଗୁଁ ଫୋନ ରେ ଖଡ଼ଗପୁର IIT ସହ ଯୋଗାଯୋଗ କରି ତୁରନ୍ତ ପୋଲର ଡିଜାଇନ ପଠେଇବା ପାଇଁ ଏକ ରକମ ଧମକ ଦେଲେ ଓ ସହର ବାସୀ ଓ ପ୍ରଶାସନ ଓ ସରକାର ଙ୍କ କୌଣସି ପ୍ରକାର ଅସୁବିଧା ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚେତେଇ ଦେଲେ ।ଫଳସ୍ୱରୂପ ମାତ୍ର କିଛିଦିନ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ ହେବା ସହ ପିପିଲନାଳ ପୋଲ ନିର୍ମାଣ ଦ୍ରୁତ ଗତିରେ ଆଗେଇ ଚାଲିଲା ।ନିଜେ ଏସପି ଲଗାତାର ଏହି ପୋଲ ନିର୍ମାଣ ର ଅଗ୍ରଗତି ସମ୍ପର୍କରେ ନିର୍ମାଣ ସ୍ଥଳ ପରିଦର୍ଶନ କରିଥିଲେ ।ମୋ ପ୍ରତି କାହିଁକି କେଜାଣି ଶ୍ରୀଯୁକ୍ତ ଚ୍ୟାଉପଟ୍ଟନାୟକ ଆଜ୍ଞା ବହୁତ ବିଶ୍ୱାସ କରୁଥିଲେ ।ପୋଲ ର କଂକ୍ରିଟ ସ୍ଲାପ ପଡିବା ଦିନ ସକାଳେ ଚ୍ୟାଉପଟ୍ଟନାୟକ ଆଜ୍ଞା ଫୋନ କରି ସ୍ଲାପ ପଡୁଥିବା ପିପିଲନାଳ କୁ ପହଂଚିବା ପାଇଁ କହିଥିଲେ ।ମୁଁ ପ୍ରାୟ ଦିନ ୧୧ ଘଣ୍ଟା ସମୟରେ ରେ ପିପିଲନାଳ ର ନିର୍ମାଣଧୀନ ପୋଲ ପାଖରେ ପହଞ୍ଚିବା ବେଳକୁ ଏସପି ଚ୍ୟାଉପଟ୍ଟନାୟକ ସିଭିଲ ଡ୍ରେସ ରେ ଉପସ୍ଥିତ ଥିଲେ ।ମୋତେ ଦେଖି ଖୁସି ହୋଇ କହିଥିଲେ ଅଲ୍ଲୀ ବାବୁ ଆଜି ସ୍ଲାପ ପଡିବା ଶେଷ ହେଲେ ଯାଇ ଯିବା ।ଚେୟାର ରେ ଖୋଲା ଆକାଶ ତଳେ ଆମେ ବସି ଦେଖୁଥାଉ ।ରାତି ପ୍ରାୟ ଦଶ ଟା ସମୟରେ ସ୍ଲାପ କାର୍ଯ୍ୟ ଶେଷ ହେଲା ପରେ ଏସପି ଘରକୁ ଫେରିଲେ ଓ ମୁଁ ମଧ୍ୟ ଘରକୁ ଫେରି ଥିଲି ।ଏଇମିତି ଦିନେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଜଣେ କଲେଜ ଛାତ୍ରୀ ଏକ ଟ୍ରକ ଦୁର୍ଘଟଣା ରେ ପ୍ରାଣ ହରାଇଥିଲେ ।ସମଗ୍ର ଅଞ୍ଚଳରେ ପ୍ରବଳ ଉତ୍ତେଜନା ସହ କଲେଜ ଛକ ରେ କିଛି ଅନିୟନ୍ତ୍ରିତ ଭିଡ଼ ସହରରେ ନିଆଁ ଲଗେଇବା ଓ ଜଳାପୋଡା ଉଦ୍ୟମ କରିଥିଲେ ।ଏସପି ଙ୍କ ସହ ପୁରା ପୋଲିସ ଫୋର୍ସ ଓ ଗଣ ମାଧ୍ୟମ ପ୍ରତିନିଧି ଘଟଣା ସ୍ଥଳରେ ଉପସ୍ଥିତ ଥିଲୁ ।ଅନିୟନ୍ତ୍ରିତ ଭିଡକୁ କାବୁ କରିବା ପାଇଁ ରାସ୍ତା କଡରେ ଥିବା ବରଗଛ ତଳେ ଛିଡା ହୋଇ ଆସନ୍ନ ବିପତ୍ତି ସମ୍ପର୍କରେ ପୂର୍ବାନୁମାନ କରି ଲାଠିଚାର୍ଜ କରିବାକୁ ଆଦେଶ ଦେଇ ନିଜ ର ଦୃଢ଼ତା ର ପରିଚୟ ସୃଷ୍ଟି କଲେ ଫଳରେ ଭିତ ଛିନ୍ନ ଛତ୍ର ହେବା ସହ ଅନେକ ଯାନବାହନ ଓ ପେଟ୍ରୋଲପମ୍ପ ରେ ନିଆଁ ଲାଗି ଧନଜୀବନ କୁ ଆସନ୍ନ ବିପଦ ରୁ ରକ୍ଷା କରି ଥିଲେ ।ସେହିପରି ଚ୍ୟାଉପଟ୍ଟନାୟକ ଙ୍କ ଦାଇତ୍ୱ ଗ୍ରହଣ ପୂର୍ବରୁ ସହରରେ ଟ୍ରାଫିକ ପୋଷ୍ଟ କିମ୍ବା ଛକମାନଙ୍କରେ ଆବଶ୍ୟକବିଦ୍ୟୁତ ଆଲୋକ ବହୁତ କମ ଥିଲା ।ଏସପି ଚ୍ୟାଉପଟ୍ଟନାୟକ ନିଜସ୍ୱ ଉଦ୍ୟମରେ ସହରର ଟ୍ରାଫିକ ସମସ୍ୟା କୁ ନିୟନ୍ତ୍ରଣ ଓ ଷ୍ଟ୍ରୀଟ ଲାଇଟ ଲଗେଇବା ପାଇଁ ବେଦାନ୍ତ କମ୍ପାନି ର ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠି ଖର୍ଚ୍ଚ କରିବା ପାଇଁ ବ୍ୟକ୍ତିଗତ ଉଦ୍ୟମ କରିଥିଲେ ।ଫଳରେ ସହର ସମେତ ଜିଲ୍ଲାର ପ୍ରାୟ ସମସ୍ତ ସହରରେ ଛକ ମାନଙ୍କରେ ଟ୍ରାଫିକ ପୋଷ୍ଟ ନିର୍ମାଣ,ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା, ଛକ ମାନଙ୍କରେ ରାସ୍ତା ଉପରେ ଜେବ୍ରା ଲାଇନ ସହ ହୋମଗାର୍ଡ ମାନଙ୍କୁ ରିଜର୍ଭ ରେ ପ୍ରଶିକ୍ଷଣ ଶିବିର କରି ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ନିଯୁକ୍ତି କରି ସହରର ଟ୍ରାଫିକ ସମସ୍ୟାର ନିରାକରଣ କରିବା ପାଇଁ ଭିତ୍ତିଭୂମି ଦେଇଥିଲେ ।ସେହି ଦିନ ଠାରୁ ଆଜି ଯାଏଁ ପୋଲିସ ବିଭାଗ ଟ୍ରାଫିକ ନିୟନ୍ତ୍ରଣ କରି ଚାଲିଛନ୍ତି ।ସେହିପରି ଅପରାଧ ନିୟନ୍ତ୍ରଣ ସହ ଅନେକ ସାମାଜିକ କାର୍ଯ୍ୟକ୍ରମରେ ନିସଙ୍କୋଚ ସାମିଲ ହେଉଥିଲେ ।
ସେହିପରି ଭବାନୀପାଟଣା ସହରର ପ୍ରାଣକେନ୍ଦ୍ର ଭାବରେ ପରିଚିତ ଗାନ୍ଧିଚୌକ ର ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ କରିବା ପାଇଁ ଛକ ମଝିରେ ଥିବା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସ୍ଥଳୀ କୁ ଆକର୍ଷଣୀୟ କରିବା ପାଇଁ ରାଜଧାନୀ ରୁ ଡିଯାଇନର ଡକେଇ ରାସ୍ତା ଚଉଡା ସହ ଗାନ୍ଧୀ ପ୍ରତିମୂର୍ତ୍ତି ସ୍ଥାପନ ମଣ୍ଡପ କୁ ନୂଆ ରୂପ ଦେବାରେ ବିଶେଷ ଭାବରେ ଉଦ୍ୟମ ଆଜିବି ସହରର ଶୋଭା ବର୍ଦ୍ଧନ କରୁଛି ।କଳାହାଣ୍ଡି ଜିଲ୍ଲାର ସରଳ ନିଷ୍ପାପ ମଣିଷ ଯେପରି ନ୍ୟାୟ ପାଇବା ରୁ ବଂଚିତ ନ ହୁଏ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଥିଲେ ।ଅର୍ଜି ସମେତ ବିଭିନ୍ନ ଖବରକାଗଜ ରେ ବାହାରୁ ଥିବା ଖବର କୁ ନିଜେ ବ୍ୟକ୍ତିଗତ ଭାବରେ ପଢିବା ଓ ନ୍ୟାୟ ପାଇବା ରୁ ବଂଚିତ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ପାଇଁ ଖବର ବାହାରି ଥିବା ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ଫୋନ କରି ଡକେଇ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ତୁରନ୍ତ ସମ୍ପୃକ୍ତ ଥାନା ଅଧିକାରୀ ଙ୍କୁ ଫୋନ କରି ସମସ୍ୟା ର ସମାଧାନ କରିବା ସହ ତୁରନ୍ତ ଆବଶ୍ୟକ ନ୍ୟାୟ ପ୍ରଦାନ ପାଇଁ ଉଦ୍ୟମ କରିଥିଲେ ।ଶ୍ରୀଯୁକ୍ତ ଚ୍ୟାଉପଟ୍ଟନାୟକ ନିଜର ପୁଅର ବାହାଘର ପରେ ନିଜର କର୍ମଭୂମି ରେ ପୁଅ ବାହାଘର ର ଭୋଜି ଆୟୋଜନ କରି କର୍ମଭୂମି ପ୍ରତି ମମତା ର ଉଦାହରଣ ସୃଷ୍ଟି କରିଥିଲେ ।ନିଜେ ଅତିଥି ମାନଙ୍କ ଆବଶ୍ୟକ ଅତିଥି ସତ୍କାର ସହ ବ୍ୟକ୍ତିଗତ ଭାବରେ ନିଜର ସମସ୍ତ ପରିବାର ବର୍ଗ ଙ୍କ ସହ ପରିଚିତ କରାଇ ଅତିଥି ମାନଙ୍କୁ ଗର୍ବିତ କରିଥିଲେ । ଥରେ ଜୁନାଗଡ଼ ରେ ଏକ ଜାଲ ନୋଟ ଜଣାପଡିଥିଲା ।ଜଣେ ଫେରିବାଲା ଏହି ପାଞ୍ଚଶହ ଟଙ୍କିଆ ଜାଲ ନୋଟ ରଖିଥିବା ଜଣା ପଡିଥିଲା ତେବେ ଘଟଣା ଟି ସେଇଠି ପରିସମାପ୍ତି ଘଟିଥିଲା ।ତେବେ ସାମ୍ବାଦିକ ଭାବେ କ୍ରାଇମ ଇଂଭେସ୍ଟିଗେସନ ନିଉଜ କରୁଥିବା ଯୋଗୁଁ ମୁଁ ବ୍ୟକ୍ତିଗତ ଭାବେ ସେହି ବଙ୍ଗାଳୀ ଫେରିବାଲା ର ପରିଚୟ ଜାଣିବାକୁ ଉଦ୍ୟମ କରିଥିଲି ।ଚାରି ପାଞ୍ଚ ଜଣ ବଙ୍ଗାଳୀ ଫେରିବାଲା ଏସପି ଅଫିସ ପଛପଟେ ଜଣକ ଭଡାଘରେ ରହୁଥିବା ଖବର ପାଇ ଏସପି ଶ୍ରୀଯୁକ୍ତ ଚ୍ୟାଉପଟ୍ଟନାୟକ ଙ୍କୁ ସୂଚନା ଦେବାସହ ଜିଲ୍ଲାରେ ଜାଲ ନୋଟ କାରବାର ଚାଲିଥିବା ଆଶଙ୍କା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲି ।ଏସପି ଘଟଣା କୁ ଗୁରୁତ୍ୱ ପ୍ରଦାନ କରି ନିଜ ତରଫରୁ ଗୁପ୍ତ ଭାବରେ ଅନୁସନ୍ଧାନ କଲେ ଓ କିଛିଦିନ ପରେ ରାତିରେ ନିଜ ନେତୃତ୍ୱ ରେ ହଟାତ ଏକ ବରିଷ୍ଠ ପୋଲିସ ଅଧିକାରୀଙ୍କ ଟିମ ଗଠନ କରି ଚଢ଼ାଉ କରିଥିଲେ ।ଚଢ଼ାଉ ସମୟରେ ଲକ୍ଷ ଲକ୍ଷ ଟଙ୍କାର ପାଞ୍ଚଶହ ଓ ହଜାରେ ଟଙ୍କିଆ ଜାଲ ନୋଟ ଜବତ କରିବା ସହ ସମସ୍ତଙ୍କୁ ଗିରଫ କରିଥିଲେ ।ଭୋର ପ୍ରାୟ ଚାରି ଘଣ୍ଟା ପରେ ଏସପି ଙ୍କ ଘନ ଘନ ଫୋନ ଆସୁଥାଏ ମୋ ପାଖକୁ ।ପାହାନ୍ତିଆ ନିଦରେ ବିଭୋର ମୁଁ ବାଧ୍ୟ ହୋଇ ଫୋନ ରିସିଭ କଲି । ଏସପି କହିଲେ ଅଲ୍ଲୀ ବାବୁ ଆମେ ସବୁ ପୋଲିସ ଚାକିରୀ କରିଛୁ ବୋଲି ରାତି ଅନିଦ୍ରା ଆଉ ଆପଣ ଆରାମ ରେ ଶୋଇଛନ୍ତି ଆସନ୍ତୁ ଟଙ୍କା ଗଣିବା ।ଦିନ ଦଶ ଘଣ୍ଟା ରେ ଜାଲ ନୋଟ ଗ୍ୟାଙ୍ଗ ର ପର୍ଦା ଫାଶ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ର ସୂଚନା ଦେଲେ ।ଏସପି ଙ୍କ ଟେବୁଲ ଉପରେ ଲକ୍ଷ ଲକ୍ଷ ଟଙ୍କା ଜାଲ ନୋଟ ରଖା ଯାଇଥାଏ ଓ କେଉଁଟା ଅସଲି ନା ନକଲି କିଛି ଜଣା ପଡ଼ୁ ନ ଥିଲା ।ଷ୍ଟେଟ ବ୍ୟାଙ୍କ ରୁ ନକଲି ନୋଟ ଚିନ୍ହଟ ମେସିନ ସହ ବ୍ୟାଙ୍କ ଅଧିକାରୀ ଆସିଲେ ।ମେସିନ ବି ଫେଲ ହଉଥାଏ ।ତେବେ ନିଜ ପକେଟ ରୁ ଓ ସାମ୍ବାଦିକ ବନ୍ଧୁ ମାନଙ୍କ ପାଖରେ ଥିବା ଅସଲି ନୋଟ ସହ ତୁଳନା କରି ସମସ୍ତ ନକଲି ନୋଟ ଚିନ୍ହଟ କରି ପାରିଥିଲେ ।ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ପରବର୍ତୀ ସମୟରେ ସେହି ଗ୍ୟାଙ୍ଗ ର ସମସ୍ତଙ୍କୁ ଦଶ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ହୋଇ ପାରିଥିଲା ।ଏହି ଜାଲ ନୋଟ କାରବାର ର ପରଦା ଫାଶ କରିବା ପାଇଁ ଏସପି ଏକ ଉଚ୍ଚସ୍ତରୀୟ ପୋଲିସ ଟିମ ପଶ୍ଚିମବଙ୍ଗ ର ମାଲଦା ଅଞ୍ଚଳର ମୁଖ୍ୟ ଆଡ୍ଡା ରେ ମଧ୍ୟ ଚଢ଼ାଉ କରିଥିଲେ କିନ୍ତୁ ମାଷ୍ଟର ମାଇଣ୍ଡ ଫେରାର ହେବାକୁ ସଫଳ ହୋଇଥିଲା ।ଅଜଣା ରାଜ୍ୟ ରେ ସ୍ଥାନୀୟ ପୋଲିସ ର ଅସହଯୋଗ ଯୋଗୁଁ ମିଶନ ମାଲଦା ଫେଲ ହେଇ ଥିଲା ।
ଏ ଶ୍ରୁତି କୁ ଜୀବନ୍ତ କରିବା ର ଉଦ୍ଦେଶ୍ୟ ଜିଲ୍ଲା ର ବିକାଶ ପାଇଁ ନିଯୁକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଭାବରେ ନିଜର କର୍ମଭୂମି ର ଆବଶ୍ୟକତା ପୂରଣ, ନିଷ୍ଠାପର ଭାବରେ ନିଜର କର୍ତ୍ତବ୍ୟ ସମ୍ପାଦନ ସହ ନିଜ ପ୍ରାପ୍ତ କ୍ଷମତା ର ସଦ ଉପଯୋଗ କରି ଜଣେ ଜିଲ୍ଲାସ୍ତରୀୟ ଅଧିକାରୀ ଭାବରେ ଜିଲ୍ଲାର ଉପେକ୍ଷିତ ବର୍ଗ ଙ୍କୁ ନ୍ୟାୟ ପ୍ରଦାନ ସହ ବିକାଶରେ ସହଭାଗୀତା ବ୍ୟକ୍ତିକୁ ଚିର ସ୍ମରଣୀୟ କରିଦିଏ ।ଅବସର ଗ୍ରହଣ ପରେ ଜିଲ୍ଲାରୁ ଏସପି ଚ୍ୟାଉପଟ୍ଟନାୟକ ଆଜ୍ଞା ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଆଜି ଯାଏଁ କୌଣସି ସରକାରୀ ଅଧିକାରୀ ପାଇ ନାହାନ୍ତି ।ସହରର ଅନେକ ଅନୁଷ୍ଠାନ ତରଫରୁ ବିଦାୟ ସମ୍ବର୍ଦ୍ଧନା ସହ ସହରବାସୀ ଏକ ବିରାଟ ପଟୁଆରରେ ଏସପି ବାସ ଭଵନ ରୁ ବାହାର କରି ମାଆ ମାଣିକେଶ୍ୱରୀ ମନ୍ଦିର ରେ ପୂଜାର୍ଚ୍ଚନା କରିବା ସହ ବୀରବାଦ୍ୟ ଘୁମୁରା ର ତାଳେ ତାଳେ ଅଶ୍ରୁପୂର୍ଣ ପରିବେଶ ରେ ସହର ପରିକ୍ରମା କରି ଭବାନୀପାଟଣା ଠାରୁ କେସିଙ୍ଗା ଜିଲ୍ଲା ସୀମା ପର୍ଯ୍ୟନ୍ତ ପ୍ରତ୍ୟେକ ଗ୍ରାମର ରାସ୍ତାକଡ଼ରେ ପୁଷ୍ପଗୁଚ୍ଛ ଦେଇ ବିଦାୟ ସମ୍ବର୍ଦ୍ଧନା ଦେବା ଦୃଶ୍ୟ ଆଜିବି ମୋ ଶ୍ରୁତି ପଟଳରେ ନାଚିଉଠୁଛି ।ଏବେ ବି ଚ୍ୟାଉପଟ୍ଟନାୟକ ଆଜ୍ଞା ଆମ ସମସ୍ତ ପୁରୁଣା ସାମ୍ବାଦିକ ବନ୍ଧୁ ମାନଙ୍କୁ ମନେ ପକାଇ ଫୋନ କରନ୍ତି ।ଜିଲ୍ଲାର ପରିଚିତ ସମସ୍ତଙ୍କ ବିଷୟରେ ପଚାରି ବୁଝନ୍ତି ।ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଦିନ ନିଶ୍ଚୟ ମନେ ପକାଇ ଫୋନ କରନ୍ତି ଓ ଛତର ଯାତ୍ରା ସମ୍ପର୍କରେ ପଚାରି ଥାଆନ୍ତି ।
ଆଜିର ଦିନରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯଦି ନିଜ କର୍ମଭୂମି ର ବିକାଶ ଓ ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆନ୍ତରିକତା ଉଦ୍ୟମ କରନ୍ତି ତେବେ ପ୍ରକୃତରେ ରାଜନୀତି ରୁ ଉର୍ଧ୍ଵ ରେ ଅନେକ ସମସ୍ୟା ର ସ୍ଥାୟୀ ସମାଧାନ ଓ ବଞ୍ଚିତ ବର୍ଗ ନ୍ୟାୟ ପାଇ ପାରିବେ ।
ଆଜି ଅବସର ପ୍ରାପ୍ତ ଏସପି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଆଜ୍ଞା ରାଜଧାନୀ ରେ ସ୍ଥାୟୀ ଭାବରେ ଅବସର ଜୀବନ ଅତିବାହିତ କରୁଛନ୍ତି ।ଶ୍ରୀଯୁକ୍ତ ଚ୍ୟାଉପଟ୍ଟନାୟକ ଆଜ୍ଞା ଙ୍କ କର୍ତ୍ତବ୍ୟ ପରାୟଣତା ଓ ନିଷ୍ଠାପର କାର୍ଯ୍ୟଶୈଳୀ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ପାଇଁ ପ୍ରେରଣା ର ଉତ୍ସ ହେଉ ଏହାହିଁ ଆଶା କରିବା ସହ ଶ୍ରୀଯୁକ୍ତ ଚ୍ୟାଉପଟ୍ଟନାୟକ ଆଜ୍ଞା ଙ୍କ ସୁସ୍ଥ, ନିରାମୟ ଓ ଆଧ୍ୟାତ୍ମିକତା ର ଜୀବନ ଅତିବାହିତ କରିବାକୁ ବଡ଼ଠାକୁର କାଳିଆ ଙ୍କ ନିକଟରେ ଅଳି କରୁଛି ।
ଶୁଭରାତ୍ରୀ।
ମହମ୍ମଦ ଅଲ୍ଲୀ, ବରିଷ୍ଠ ସାମ୍ବାଦିକ ,
Post a Comment