ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀଙ୍କୁ କଳାହାଣ୍ଡି ମାଟିକୁ ସ୍ୱାଗତ ।
ଆସନ୍ତା ଅଗଷ୍ଟ ୨୧- ୨୨ ଦୁଇ ଦିନ ଧରି ମାନ୍ୟବର କେନ୍ଦ୍ର ସରକାରଙ୍କ ରେଳମନ୍ତ୍ରୀ ପ୍ରଥମଥର ପାଇଁ ଓଡିଶା ଗସ୍ତରେ ଆସୁଥିବା ଜଣା ପଡ଼ିଛି ।କଳାହାଣ୍ଡି ଜିଲ୍ଲା କୁ ପ୍ରଥମ ଥର ପାଇଁ ଗସ୍ତ ଜିଲ୍ଲା ବାସୀଙ୍କ ମଧ୍ୟରେ ଅନେକ ଉତ୍କଣ୍ଠା ସୃଷ୍ଟି କରିଛି ।ଅତୀତ କୁ ପର୍ଯ୍ୟାଲୋଚନା କଲେ ୧୯୯୦-୯୧ ରେ କଳାହାଣ୍ଡି ଜିଲ୍ଲାର ଭୂମିପୁତ୍ର ଆଦରଣୀୟ ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ କେନ୍ଦ୍ର ସରକାରଙ୍କ ରେଳ ରାଷ୍ଟ୍ରମନ୍ତ୍ରୀ ଭାବରେ ମାତ୍ର ୬ ମାସ ରହିଥିଲେ ।ସ୍ୱାଧୀନତା ପୂର୍ବରୁ ଲାଞ୍ଜିଗଡ଼- ଅମ୍ବାଗୁଡା ରେଳ ଲାଇନ ନିର୍ମାଣ କୁ ନେଇ ଜିଲ୍ଲା ବାସୀ ଙ୍କ ମନରେ ଏକ ଅଶାର ସଂଚାର କରିଥିଲେ ତତ୍କାଳୀନ ରାଜନେତା ମାନେ କିନ୍ତୁ ସ୍ୱପ୍ନକୁ ବାସ୍ତବରେ ରେ ପରିଣତ କରିବା ପାଇଁ ସ୍ୱାଧୀନତାର ୪୩ ବର୍ଷ ପରେ ଉଦ୍ୟମ କରି ଥିଲେ ଭୂମିପୁତ୍ର ଭକ୍ତ ଦାସ ।ଆଜି ଏ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ବିବେକ ବାଧ୍ୟ କରିଛି ।କାରଣ ସବୁବେଳେ କେନ୍ଦ୍ର ଓ ରାଜ୍ୟ ସରକାର କଳାହାଣ୍ଡି ଜିଲ୍ଲା କୁ ଉପେକ୍ଷା କରୁଥିବା ଯୋଗୁଁ ଜିଲ୍ଲା ଆଜି ଅନଗ୍ରସର ଅବସ୍ଥାରେ ରହିଛି ।ଏହି କଟୁ ସତ୍ୟ କୁ ଆନ୍ତରିକତା ର ସହ ରାଜନୀତି ରୁ ଉର୍ଦ୍ଧ୍ବ ରେ ରହି ସମସ୍ତଙ୍କୁ ସ୍ୱୀକାରକରିବାକୁ ପଡିବ । ଅତୀତ ଶ୍ରୁତି ରେ ଲାଞ୍ଜିଗଡ଼- ଜୁନାଗଡ଼ ରେଳ ଲାଇନ ନିର୍ମାଣ ପାଇଁ ଆଦରଣୀୟ ଭକ୍ତ ଦାସ ଙ୍କ ରେଳମନ୍ତ୍ରୀ ଭାବରେ ଦୃଢ଼ ନିଷ୍ପତ୍ତି ଯୋଗୁଁ ସଫଳ ରୂପାୟନ ହୋଇ ପାରିଛି ତାହାବି ୨୩ ବର୍ଷ ର ଅପେକ୍ଷା କରିବାକୁ ପଡିଛି ଜିଲ୍ଲାବାସୀ ଙ୍କୁ ।ଏକରୋଚକ ତଥ୍ୟ ଆଜି ପ୍ରକାଶ କରିଵାକୁ ବାଧ୍ୟ ହେଉଛି ।ରେଳମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଶ୍ରୀଯୁକ୍ତ ଭକ୍ତଦାସ ରେଳ ଭବନ କୁ ଯାଇଥିଲେ ।ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ କର୍ମଚାରୀ ବୃନ୍ଦ ।ଶ୍ରୀ ଭକ୍ତ ଦାସ ପ୍ରଥମେ ନିଜ ରେଳ ବିଭାଗ ବରିଷ୍ଠ ଅଧିକାରୀ ମାନଙ୍କ ସହ ବୈଠକ କରି ଲାଞ୍ଜିଗଡ଼- ଅମ୍ବାଗୁଡା ରେଳ ଲାଇନ ଫାଇଲ ଆଣିବାକୁ କହିଥିଲେ ।ଅଧିକାରୀ ମାନେ ବହୁତ ଖୋଜା ଖୋଜି କରିବା ପରେ ହଜି ଯାଇଥିବା ଫାଇଲ ତିନିଚାରି ଦିନ ପରେ ଭକ୍ତ ଦାସ ଙ୍କୁ ପ୍ରଦାନ କରିଥିଲେ । ଆଦରଣୀୟ ଭକ୍ତଦାସ ତୁରନ୍ତ ପୁନଃ ଏହାର ସର୍ଭେ କାର୍ଯ୍ୟକରାଇ ଥିଲେ ଓ ଅତିଶୀଘ୍ର କାର୍ଯ୍ୟ ଆରମ୍ଭ ପାଇଁ ଯୋଜନା ଆରମ୍ଭ କରିଥିଲେ ।ରାଜନୀତି ର ଝଡ଼ ଓ ଜୟ ପରାଜୟ କୁ ଭ୍ରୁକ୍ଷେପ ନ କରି ଯେତେ ବେଳେ ବି ଜିଲ୍ଲା ବାସୀ ସୁଯୋଗ ଦେଇଛନ୍ତି ଲୋକସଭା ଭିତରେ କଳାହାଣ୍ଡି ଜିଲ୍ଲାର ଆଵଶ୍ୟକତା ଓ ରେଳ ଲାଇନ ର ବିକାଶ ହଉ କି ଜିଲ୍ଲାରେ ବେକାରୀଙ୍କ ନିଯୁକ୍ତି ସୁଯୋଗ ପାଇଁ କଳ କାରଖାନା ନିର୍ମାଣ ପ୍ରସଙ୍ଗ ହଉ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ ।ନର୍ଲା ନିକଟ ଚପଟଖଣ୍ଡା ରେ ଏକ ରେଳଡ଼ବା କାରଖାନା ନିର୍ମାଣ ପାଇଁ ଲୋକସଭାରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ ଯାହାକି ତତ୍କାଳୀନ ରେଳ ମନ୍ତ୍ରୀ କଳାହାଣ୍ଡି ରେ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇ ଲୋକସଭାରେ ଘୋଷଣା କରିଥିଲେ ।ଯାହାକି ରାଜନୈତିକ ଚକ୍ରବ୍ୟୁହ ରେ ପେଷି ହୋଇ ଯାଇଥିଲା ।ପରବର୍ତୀ ସମୟରେ ରାଜ୍ୟ ସରକାର ଜମି ଯୋଗାଇ ଦେବାକୁ ପାତର ଅନ୍ତର ନୀତି ଅବଲମ୍ବନ କରି ସେହି ପ୍ରକଳ୍ପ କୁ ସୀତାପଲ୍ଲୀ ରେ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରି ସଫଳ ହୋଇ ଥିଲେ ।ଜିଲ୍ଲା ର ବିକାଶ କୁ ଉପେକ୍ଷା କରି ଜିଲ୍ଲା ର ଅବଶ୍ୟକତା କୁ କୁଠାରଘାତ କରି ପ୍ରସ୍ତାବିତ ରେଳଡବା କାରଖାନା ଜିଲ୍ଲାବାସୀଙ୍କସ୍ୱପ୍ନ ରେ ରହିଯାଇଥିଲା । ଭକ୍ତଦାସ ୨୦୦୯ ନିର୍ବାଚନ ରେ ବିଜୟୀ ହେବା ପରେ ରେଳ ବଜେଟଉପସ୍ଥାପନ ସମୟରେ ପୁନର୍ବାର ରେଳଡ଼ବା କାରଖାନା ପ୍ରସଙ୍ଗ ଉଠେଇ ଏହା ବଜେଟ ରେ ସାମିଲ ନ ହେଲେ ଲୋକସଭା ରେ ଧାରଣା ରେ ବସିବା ସହ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେବେ ବୋଲି ଗୃହ ରେ ଦୃଢ଼ ଭାବରେ ପ୍ରକାଶ କରିଥିଲେ ।ଫଳରେ ଜିଲ୍ଲାର ବିକାଶ ପାଇଁ ସଦା ସର୍ବଦା ତତ୍ପର ଆଦରଣୀୟ ଶ୍ରୀମତୀ ସୋନିଆ ଗାନ୍ଧିଜୀ ହସ୍ତକ୍ଷେପ କରି କଳାହାଣ୍ଡି ପରି ଅନଗ୍ରସର ଜିଲ୍ଲାରେ ବେକାରୀ ସମସ୍ୟା ର ସ୍ଥାୟୀ ସମାଧାନ କରିବା ପାଇଁ ଏକ କାରଖାନା ପ୍ରତିଷ୍ଠା ପାଇଁ ରେଳମନ୍ତ୍ରୀ ଙ୍କୁ କହି ପାସ କରେଇଥିଲେ ।ଯାହାକି ଆଜି ପର୍ଯ୍ୟନ୍ତ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ରାଜ୍ୟ ବିଜେଡି ଦଳ ର ଆନ୍ତରିକତା ର ଅଭାବ ଓ ଜମି ଅଧିଗ୍ରହଣ କାର୍ଯ୍ୟ ରେ ବିଳମ୍ବ ରୁ ସ୍ପଷ୍ଟ ପ୍ରମାଣିତ ଯେ, କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର କଳାହାଣ୍ଡି ଜିଲ୍ଲାରେ କୌଣସି କାରଖାନା ପ୍ରତିଷ୍ଠା ପାଇଁ ଆନ୍ତରିକତା ନାହିଁ ।ଏଥିସହ ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ଦୀର୍ଘ ୨୩ ବର୍ଷ ପରେ ଅନେକ ପ୍ରଶାସନିକ ବାଧା କୁ ଭ୍ରୁକ୍ଷେପ ନ କରି ନିଜର ଦୃଢ଼ ନେତୃତ୍ୱ ବଳରେ ଲାଞ୍ଜିଗଡ଼-ଜୁନାଗଡ଼ ରେଳ ଲାଇନ କୁ ଉଦଘାଟନ କରେଇ ରେଳ ଚଳେଇ କଳାହାଣ୍ଡି ଇତିହାସ ରେ ଏକ ସ୍ବର୍ଣ୍ଣିମ ଇତିହାସ ସୃଷ୍ଟି କରିଥିଲେ ।ଏଥିସହ ସେହି ପାଞ୍ଚ ବର୍ଷ କାଳ ସମ୍ପୂର୍ଣ ଭାବରେ ଲୋକସଭା ସଦସ୍ୟ ଭାବରେ ଜିଲ୍ଲା ର ରେଳ ମାନଚିତ୍ର ରେ ଅନେକ ସ୍ୱପ୍ନ ଦେଖି ତାର ସଫଳ ରୂପାୟନ ପାଇଁ ବାରମ୍ବାର ରେଳ ବିଭାଗ ସହ ବୈଠକ, ଆଲୋଚନା ଓ ଦୃଢ଼ ଦାବି ଉପସ୍ଥାପନ କରିଥିଲେ ।ଫଳରେ ନିମ୍ନ ଲିଖିତ ରେଳପଥ ନିର୍ମାଣ କାର୍ଯ୍ୟ ପାଇଁ ସର୍ଭେ କାର୍ଯ୍ୟ ସମ୍ପାଦନ କରେଇଥିଲେ ।କିନ୍ତୁ କଳାହାଣ୍ଡି ଜିଲ୍ଲାର ଦୁର୍ଭାଗ୍ୟ ଯେ, ଆଜି ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲା ପାଇଁ ପ୍ରସ୍ତାବିତ ଅନେକ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ନାଲି ଫିତା ତଳେ ଚାପି ହୋଇ ରହିଛି ।ଏଥିସହ ରାଜ୍ୟ ସରକାରଙ୍କ ମଧ୍ୟ ଜମି ଅଧିଗ୍ରହଣ ପାଇଁ ଜାଣିଶୁଣି ବିଳମ୍ବ କରୁଥିବାରୁ ଏହି ପ୍ରସ୍ତାବିତ ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ହୋଇ ପାରୁନାହିଁ ।ଯାହାକି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଳାହାଣ୍ଡି ଜିଲ୍ଲାବାସୀ ଙ୍କ ଅବଶ୍ୟକତା ଓ ଜିଲ୍ଲାର ବିକାଶ ପାଇଁ କେତେ ଦରଦ ଅଛି ତାହା ସ୍ପଷ୍ଟ ପ୍ରମାଣିତ କରୁଛି ।
ଆଦରଣୀୟ ଭକ୍ତଦାସ ଙ୍କ କଳାହାଣ୍ଡି ଜିଲ୍ଲାର ବିକାଶ ତଥା ଜିଲ୍ଲାର ବେକାରୀ ସମସ୍ୟା ନିବାରଣ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ଗମନାଗମନ କୁ ତ୍ୱରାନ୍ୱିତ କରିବା ସହ ଦେଶର ରେଳ ମାନଚିତ୍ର ରେ କଳାହାଣ୍ଡି ଜିଲ୍ଲାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ପାଇଁ ଅହରହ ଉଦ୍ୟମ ରାଜନୈତିକ ଚକ୍ରବ୍ୟୁହ ଭିତରେ ଛନ୍ଦି ହୋଇ ପଡିଛି ।
ଆଜି ସମୟ ର ଆଵଶ୍ୟକତା କୁ ଉପଲବ୍ଧି କରି ଜିଲ୍ଲାର ଆଵଶ୍ୟକତା ପୂରଣ କରିବା ପାଇଁ ତଥା ଅତୀତରେ ପ୍ରସ୍ତାବିତ ପ୍ରକଳ୍ପ ଓ ସର୍ଭେ ସାରିଥିବା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ରହିଛି ।ଏଥିପାଇଁ କେନ୍ଦ୍ର ସରକାରଙ୍କ ରେଳମନ୍ତ୍ରୀ ଙ୍କ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗ୍ରସ୍ତ ସମୟରେ ଜିଲ୍ଲାର ସମସ୍ତ ନେତୃବର୍ଗ, ବୁଦ୍ଧିଜୀବୀ, ଅନୁଷ୍ଠାନ, ବେକାର ଶିକ୍ଷିତ ଯୁବକ ଯୁବତୀ ରେଳମନ୍ତ୍ରୀ ଙ୍କ ନିକଟରେ ଦାବି ଉପସ୍ଥାପନ କରିବା ସହ ଅବହେଳିତ କଳାହାଣ୍ଡି ଜିଲ୍ଲାର ବିକାଶ କରିବା ପାଇଁ ସଂକୀର୍ଣ୍ଣ ରାଜନୀତି ରୁ ନିବୃତ ରହି ଦଳ ମତ ନିର୍ବିଶେଷରେ କଳାହାଣ୍ଡି ମାଟିର ଯଥାର୍ଥ ଦାବି ଓ ଆଵଶ୍ୟକତା ପୂରଣ କରିବା ପାଇଁ ଆନ୍ତରିକ ଉଦ୍ୟମ ର ଅବଶ୍ୟକତା ରହିଛି ।
ଏହି ଲେଖା କୌଣସି ରାଜନୈତିକ ଦଳ , ନେତା କିମ୍ବା ବ୍ୟକ୍ତି ବିଶେଷ ଙ୍କୁ ଆକ୍ଷେପ କରିନାହିଁ ।କେବଳ ଜିଲ୍ଲା ର ବିକାଶ ପାଇଁ ରେଳମନ୍ତ୍ରୀଙ୍କ କଳାହାଣ୍ଡି ଜିଲ୍ଲା ଗ୍ରସ୍ତ ସମୟରେ ସମସ୍ତ ନେତୃବର୍ଗ, ବୁଦ୍ଧିଜୀବୀ, ଯୁବ ସମାଜ ମିଳିତ ଭାବେ ଜିଲ୍ଲାର ବିକାଶ ପାଇଁ ମାନ୍ୟବର ରେଳମନ୍ତ୍ରୀ ଙ୍କ ନିକଟରେ ଦାବି ଉପସ୍ଥାପନ ଓ ହାସଲ କରିବା ପାଇଁ ଉଦ୍ଧିଷ୍ଠ ।
ଆଶା ସମସ୍ତ ସଚେତନ ଜିଲା ର ନେତୃ ମଣ୍ଡଳୀ ଓ ଜିଲ୍ଲାର ବିକାଶ ପାଇଁ ସ୍ୱପ୍ନ ଦେଖୁଥିବା ରାଜନୈତିକ ଦଳର ନେତା ଗଣ ଆନ୍ତରିକ ଉଦ୍ୟମ କରି ଜିଲ୍ଲାର ବିକାଶରେ ସହାୟକ ହେବେ ।
ମାନ୍ୟବର ରେଳମନ୍ତ୍ରୀଙ୍କ ଗସ୍ତ ସମୟରେ କିଛି ଦାବି ଯାହା ମୁଁ ବ୍ୟକ୍ତିଗତ ଭାବେ ଜାଣିଛି ତାକୁ ଉପସ୍ଥାପନ କରିବାକୁ ଅନୁରୋଧ ।
୧--ଜୁନାଗଡ଼- ନବରଙ୍ଗପୁର ରେଳପଥ
୨-କଣ୍ଟାବାଞ୍ଜି ଭାୟା ରାଜ ଖରିଆର, ସିନାପାଲି, ଧର୍ମଗଡ଼, ଚନ୍ଦାହାଣ୍ଡି, ନବରଙ୍ଗପୁର ରେଳ ପଥ ।
୩--ଲାଞ୍ଜିଗଡ଼- ତାଳଚେର ରେଳପଥ ।
୪-କାଶୀପୁର, ଟିକିରି ଭାୟା ଥୁଆମୁଳ- ରାମପୁର - ଜୁନାଗଡ଼ ରେଳପଥ ।
୫- ରାୟପୁର, ରାଜିମ ଭାୟା, ଦେଓଭୋଗ ,ଧର୍ମଗଡ଼ ରେଳପଥ ।
୬- ଭବାନୀପାଟଣା ରୁ ଭାୟା ତୁରକେଲ ମାଟିଆ ଦେଇ ଟିଟିଲାଗଡ଼ ରେଳ ପଥ ।୭- ଭବାନୀପାଟଣା ରୁ ଉତ୍ତର ଭାରତ କୁ ସିଧାସଳଖ ରେଳପଥ ପାଇଁ ରାମଚନ୍ଦ୍ରପୁର ଠାରେ ମାତ୍ର ୧୦୦ ମିଟର ରେଳ ଲାଇନ ବିଶାଖା ପାଟଣା - ରାୟପୁର ରେଳ ପଥ ସହ ସଂଯୋଗ ହେଲେ ଦୁଇ ଘଣ୍ଟା ସମୟ ବଂଚିବା ସହ ଲାଞ୍ଜିଗଡ଼ କୁ ବୁଲି ଯିବାକୁ ପଡ଼ିବ ନାହିଁ ।ଏହି ସମସ୍ତ ରେଳ ଲାଇନ ର ସର୍ଭେ କାର୍ଯ୍ୟ ସମାପ୍ତ ହୋଇ ଯାଇଛି ।
ଏଥିସହ ପ୍ରସ୍ତାବିତ ନର୍ଲା ଠାରେ ରେଳ ମରାମତି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଅତିଶୀଘ୍ର ଆବଶ୍ୟକ ଜମି ଅଧିଗ୍ରହଣ କରିବା ସହ ନିର୍ମାଣ କାର୍ଯ୍ୟ ଆରମ୍ଭ ସକାଶେ ଉଦ୍ୟମ ର ଆବଶ୍ୟକତା ରହିଛି ।
ଧନ୍ୟବାଦ,
ମହମ୍ମଦ ଅଲ୍ଲୀ,
ବରିଷ୍ଠ ସାମ୍ବାଦିକ, କଳାହାଣ୍ଡି ।
Copy right reserve ...
Post a Comment