//BREAKING//
Loading...

"ବାପା ର ଆର୍ତ୍ତନାଦ"


 ଏହି ଶୀର୍ଷକ "ବାପାର ଆର୍ତ୍ତନାଦ"  ସମସ୍ତଙ୍କୁ ଟିକେ ଅଡ଼ୁଆ ଲାଗିପାରେ ।କିନ୍ତୁ ଆଜିର ସମାଜରେ ଏହା ର ଅନେକ ଗୁରୁତ୍ୱ ରହିଛି ।ବାପା ଏପରି ଏକ ବ୍ୟକ୍ତି ଯିଏ ନିଜ ସନ୍ତାନ ର ସୁଖ, ସମୃଦ୍ଧି ପାଇଁ  ସବୁକିଛି କରିପାରେ ।ନିଜର ସନ୍ତାନ ର ଲାଳନ ପାଳନ ସହ ଶିକ୍ଷିତ କରିବା, ସଂସ୍କାର ଦେବା ସହ ସବୁବେଳେ ଚିନ୍ତା କରିଥାଏ ତା ପୁଅ ଦୁନିଆରେ ଜଣେ ବଡ ଲୋକ ହଉ ।ଅଭାବୀ ବାପା ନିରୋଳାରେ ଅନେକ ସ୍ୱପ୍ନ ଦେଖି ଥାଏ ନିଜ ସନ୍ତାନ ର ଭବିଷ୍ୟତ କୁ ନେଇ ।କଳ୍ପନା ରାଇଜ ରେ ଓ ସୁନେଲି ସ୍ୱପ୍ନ ରେ ବିଭୋର ହୋଇ ଉଠେ ସତେ ଯେମିତି ସେ ସଂସାର ର ସବୁକିଛି ପାଇ ଯାଇଛି ।କଳ୍ପନା ର ମାୟାଜାଲ ଭିତରେ ନିଜର ସମସ୍ତ କଷ୍ଟ ଓ ଦୁଖଃ ଭୁଲି ଯାଏ ବାପା ।ଯେତେବେଳେ ଲେଡିଗୁଡ଼ କୋହଣୀ କୁ ବୋହି ଯାଏ ସେତେ ବେଳେ ବାପା ପାଟି ରୁ ବାହାରି ଯାଏ ଅନେକ କଟୁ ଶବ୍ଦ ଯେପରି କିଙ୍ଗ ଖାନ ବା ହିନ୍ଦୀ ଚଳଚିତ୍ର  ଜଗତ ର ସୁନାମଧନ୍ୟ ନାୟକ ପାଟିରୁ ବାହାରି ଗଲା ମୋ ପୁଅ କୁ ଯେଉଁ ମାନେ ଫସେଇ ଛନ୍ତି ସେମାନଙ୍କୁ ନିଶ୍ୱାସ ନେବାକୁ ଦେବି ନାହିଁ ।ମୁମ୍ବାଇ କ୍ରୁଜ  ରେ ରେଭ ପାର୍ଟି ରେ ୧୫୦୦ କୋଟି ଟଙ୍କା ବ୍ୟୟ ରେ ଶାହରୁଖ ଖାଁ ଙ୍କ ପୁଅ ଆର୍ଯ୍ୟନ ଖାଁ ଙ୍କ ସମେତ ଏ ଯାଏଁ ୧୯ ଜଣଙ୍କୁ NCBଟିମ ଗିରଫ କରି ସାରିଲାଣି ଆଗକୁ ଆହୁରି ଅନେକ ଙ୍କ ଉପରେ ପୋଲିସ ଓ  NCB ଟିମ ର ନଜର ରହିଛି ।ତେବେ ଏ ପରିସ୍ଥିତି ପାଇଁ ଦାୟୀ କିଏ ।ଆର୍ଯ୍ୟନ ର ସାଙ୍ଗସାଥି, ବାପାଙ୍କ ସମ୍ପତ୍ତି , ହାଇ ପ୍ରୋଫାଇଲ ଜୀବନଚର୍ଯ୍ୟା ନା ବାପା ଶାହରୁଖ ଖାନ ଙ୍କ ପୁଅ ଆର୍ଯ୍ୟନ ପ୍ରତି  ଅତ୍ୟଧିକ  ସ୍ନେହ ନା ଶାହରୁଖ ଙ୍କ ଧନ, ସମ୍ପତ୍ତି ଓ ଲୋକପ୍ରିୟତା ।

              ବାପା ଯେତେ ଗରିବ ହଉ କି ଧନୀ କୁବେର ସମ୍ପତ୍ତିର ଅଧିକାରୀ ନିଜ ସନ୍ତାନ କୁ ଦୁନିଆଁ ର ସବୁକିଛି ସୁଖ, ସୁବିଧା, ଓ ସମାଜ ରେ ନିଜ ପୁଅ ଜଣେ ବଡ ଲୋକ ହଉ ତା ପାଇଁ ଦିନରାତି ଏକ କରିଦିଏ ।ଶାହରୁଖ ଖାଁ ମଧ୍ୟ ଜଣେ ମଧ୍ୟବିତ୍ତ ପରିବାର ର ସଦସ୍ୟ ।ନିଜର ଅଦ୍ୟମ ଇଚ୍ଛାଶକ୍ତି ଓ ସୁଯୋଗ ପାଇ ହିନ୍ଦୀ ଚଳଚିତ୍ର ଜଗତ ର ବାଦଶାହ ପାଲଟି ଯାଏ ।ବିଶ୍ୱର ସମସ୍ତ ଚଳଚିତ୍ର ଜଗତର ନାୟକ ମାନଙ୍କ ମଧ୍ୟରେ ଦ୍ଵିତୀୟ ଧନୀ ଭାବରେ ଜୀବନ ର ସମସ୍ତ ସୁଖ ତାଙ୍କ ପାଦତଳେ ମିଳିଯାଏ ।ଜୀବନ ସଂଗ୍ରାମ ରେ ବାପା ହେବା ପରେ ନିଜେ ଭୋଗୀ ଥିବା ଯନ୍ତ୍ରଣା, ଦୁଖଃ , ଭୋକ ଯେପରି ନିଜ ସନ୍ତାନ ମାନଙ୍କ ଛାଇ ଯେପରି ନ ମାଡି ପାରେ ସେଥି ପାଇଁ ଧନକୁବେର ବାପା ନିସଙ୍କୋଚ ରେ ନିଜ ପୁଅ ମାନଙ୍କ ସମସ୍ତ ସୁଖ ପାଇଁ ମନଖୋଲି , ଧନଖୋଲି ଦିଏ ପୁଅ ପାଇଁ ।ବାପର କଷ୍ଟ ଉପାର୍ଜିତ ଧନ ଉପରେ ଅଏସ କରିବାକୁ  ଟିକେ ମଧ୍ୟ ସଂକୋଚ କରେ ନାହିଁ ପୁଅ ।ସାଙ୍ଗ ସାଥି ଓ ହାଇ ପ୍ରୋଫାଇଲ ସୋସାଇଟି ର ମିଛ ମାୟା ରେ ପଥଭ୍ରଷ୍ଟ ହୋଇ ପଡେ ପୁଅ ବାପର କିନ୍ତୁ ଏ ଦିଗରେ ଆଦୌ ଦୃଷ୍ଟି ନ ଥାଏ ।ପୁଅ ର ସମସ୍ତ ଆକାଂକ୍ଷା ପୂରଣ କରିବା ଯେପରି ବାପ ନିଜର କର୍ତବ୍ୟ ବୋଲି ଭାବି ନିଏ ।ନିଜ ପୂର୍ବ ପୁରୁଷ ଙ୍କ ସଂସ୍କାର କୁ ଭୁଲି ପାଶ୍ଚାତ୍ୟ ସଭ୍ୟତା ର ଆଶକ୍ତ ହୋଇ ସାରିଥିବା ପୁଅ ଉପରେ ନିଜର କର୍ତ୍ତୃତ୍ୱ ହରାଇ ବସେ ବାପା ଓ ଯେତେବେଳେ ମୁଣ୍ଡ ଉପରେ ଚଡକ ପଡେ ପୁଅ କ୍ରୁଜ ରେ ଏକ ରେଭ ପାର୍ଟି ରେ ଡ୍ରଗ ସେବନ କରି ଧରା ପଡିଛି ସେତେବେଳେ ସବୁ ଶେଷ ହୋଇ ଯାଇଥାଏ ଓ ଅସହାୟ ଭାବରେ ନିଜ ର ପୁଅ କୁ ଆଇନ ର ଜାଲ ରୁ ରକ୍ଷା କରିବା ପାଇଁ  ନିଜର ପୁଅ ର ଦୋଷ ଦୁର୍ବଳତାକୁ ଓ ନିଜର ଦୁର୍ବଳତା କୁ ଚିନ୍ତନ କରିବା ପରିବର୍ତେ କରିଚାଲେ ଆର୍ତ୍ତନାଦ ।ପୁଅ ର ଯେତେ ବି ଖରାପ ଗୁଣ ଥାଉନା କାହିଁକି ବାପା ତାକୁ ସ୍ୱୀକାର କରିବାକୁ କୁଣ୍ଠିତ ହୁଏ ।ବ୍ୟବସାୟିକ ଶତ୍ରୁତା କିମ୍ବା ଅନ୍ୟ କୌଣସି ବାହାନା କରି ଅଯଥା ରେ ଜଣେ ନିରୀହ ପୁଅ କୁ ଫସେଇ ଦେଇଥିବା କହେ ଓ ନିଜର ପ୍ରତିପତ୍ତି ବଳରେ ପୁଅ କୁ ସଂକଟରୁ ରକ୍ଷା କରିବା ପାଇଁ ଦିନ ରାତି ଏକ କରିଦିଏ ବର୍ତ୍ତମାନ ଶାହରୁଖ ଖାଁ ଯେପରି କରୁଛନ୍ତି ।

             କେବଳ ଶାହରୁଖ ଖାଁ ନୁହଁନ୍ତି ଆଜିର ଆଧୁନିକ ସମାଜରେ ଯେଉଁ ମାନେ ତଳସ୍ତରରୁ ଅନେକ ଦୁଖଃ ଦୁର୍ଦ୍ଦିନ ଭିତରେ ନିଜ ପ୍ରତିଭା ବଳରେ ସମାଜରେ ପ୍ରତିଷ୍ଠିତ ହୁଅନ୍ତି ଓ ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଧନ ସମ୍ପତ୍ତି, ଓ ସମସ୍ତ ସୁଖ ପ୍ରାପ୍ତି ହୁଅନ୍ତି ପରବର୍ତୀ  ସମୟରେ ଦୁନିଆ ର ମାୟାଜାଲ ରେ ଛନ୍ଦି ହୋଇ ଭୁଲି ଯାଇଥାନ୍ତି ନିଜ ଅତୀତକୁ ।ହାଇ ପ୍ରୋଫାଇଲ ସଂସ୍କୃତି କୁ ନିଜେ ଗ୍ରହଣ କରିବା ସହ ନିଜ ପରିବାର ସହ ହାଇ ପ୍ରୋଫାଇଲ ର ମାୟା ଜାଲ ରେ ଛନ୍ଦି ହୋଇ ଯାଆନ୍ତି ।ନିଜ ପୁଅ ଝିଅଙ୍କୁ ପାରିବାରିକ ଶୃଙ୍ଖଳା ଓ ସଂସ୍କାର ଦେବା ପରିବର୍ତେ ଆଖି ବନ୍ଦ କରି ସନ୍ତାନ ମାନଙ୍କ ହାଇ ପ୍ରୋଫାଇଲ ଷ୍ଟାଇଲ ଓ ସଂସ୍କୃତି କୁ ନେଇ ଗର୍ବ ଅନୁଭବ କରନ୍ତି ।କାରଣ ଅନେକ ଥିଲେ ବି ମୁଖ୍ୟ କାରଣ ଅମାପ ସମ୍ପତ୍ତି  ଅର୍ଜନ କରିବା ପରେ ନିଜ ସଂସ୍କୃତି, ପରମ୍ପରା କୁ ଭୁଲି ଯିବା ।ଆଜି ଜଣେ ବ୍ୟକ୍ତି ଯଦି ଉଚ୍ଚ ପଦବୀ ରେ କିମ୍ବା ବିଧାୟକ, ମନ୍ତ୍ରୀ , ମୁଖ୍ୟମନ୍ତ୍ରୀ କିମ୍ବା ସମାଜର ଶୀର୍ଷ ସ୍ଥାନ ରେ ରହିଥାଏ ସେ ବାପା ସବୁବେଳେ ଚିନ୍ତା କରେ ମୋ ପରେ ମୋ ପୁଅ ତାର ଉତ୍ତରାଧିକାରୀ ହଉ ।କିନ୍ତୁ ଦୁର୍ଭାଗ୍ୟ ବଶତଃ ହେଉ କି ନିଜର ହାଇ ପ୍ରୋଫାଇଲ ସଂସ୍କୃତି ଯୋଗୁଁ ପୁଅ ନିକମ୍ମା , ଅଯୋଗ୍ୟ, ଲମ୍ପଟ ଓ ଚାରିତ୍ରହୀନ ବାହାରେ ଯାହାକି ସଂସାର ଏ ବିଷୟରେ ଅବଗତ ଥିଲେ ମଧ୍ୟ ବାପା ର ଆଖି ରେ କଳା କନା ବନ୍ଧା ହୋଇ ଥାଏ ।ପୁଅ ଯେତେ ଅଯୋଗ୍ୟ ଥିଲେ ବି କଳେ ବଳେ କୌଶଳେ, ଧନବଳ,  ବାହୁବଳ ପ୍ରୟୋଗ କରି ନିଜ ଅଯୋଗ୍ୟ ପୁଅ କୁ ନିଜର ଉତ୍ତର ଅଧିକାରୀ ଓ ସମାଜର ପ୍ରତିଷ୍ଠିତ ବ୍ୟକ୍ତି କରିବାକୁ ସମସ୍ତ ପ୍ରକାର ପ୍ରୟାସ କରିଥାଏ ।ଏଇ ଯେମିତି କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜିତ ମିଶ୍ର ଙ୍କ ପୁଅ ଆଶିଷ ମିଶ୍ର, ଜଣେ କ୍ଷମତାଶାଳୀ ମନ୍ତ୍ରୀ ପୁଅ ।ବାପର କ୍ଷମତା ନିଶାରେ ପୁଅ ମାତାଲ ।ଆଇନ ଶୃଙ୍ଖଳା କିମ୍ୱା  କାହାକୁ ଡର ନାହିଁ ।ଡ଼ରିବ ବା କାହିଁକି ସେ ପରା କେନ୍ଦ୍ରମନ୍ତ୍ରୀ ର ପୁଅ । ତେଣୁ ଆନ୍ଦୋଳନ ରତ ଚାଷୀ ମାନଙ୍କ ଉପରେ ମଡ଼େଇ ଦିଏ ଗାଡି ।ପୁଅର ଏପରି କୁକର୍ମ ପାଇଁ ଦାୟୀ କିଏ ।ନିଜେ ପୁଅ ନା ବାପା ଯିଏ କ୍ଷମତା ଅନ୍ଧ ହୋଇ ନିଜ ପୁଅ କୁ ସଂସ୍କାର , ଶୃଙ୍ଖଳା  ଶିଖେଇ ପାରିନାହିଁ ଓଲଟା କେନ୍ଦ୍ରମନ୍ତ୍ରୀ ର ପୁଅ ଭାବରେ ନିଜକୁ  ହାଇ ପ୍ରୋଫାଇଲ  ସୋସାଇଟି  ର ସଦସ୍ୟ ଭାବେ ଗର୍ବ ଅନୁଭବ କରେ ଓ ପ୍ରତ୍ୟେକ ମୁହୂର୍ତ୍ତ ରେ ଭୁଲ ଉପରେ ଭୁଲ କରି ନିଜ ବାପାର ପ୍ରତିଷ୍ଠା ରେ କଳଙ୍କ ବୋଳି ଦିଏ ।ପରବର୍ତୀ ସମୟରେ ବାପା ନିରୁପାୟ ହୋଇ ଚାରିଦିଗ ଅନ୍ଧାର ଦିଶେ ଓ  ପ୍ରାୟଶ୍ଚିତ କରିବା କିମ୍ବା ପରିସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ଅସମର୍ଥ ହୁଏ ସେତେ ବେଳେ "ବାପା ର ଆର୍ତ୍ତନାଦ"  ଶୁଣିବାକୁ  କିମ୍ବା ସମବେଦନା ଜଣାଇବାକୁ ପାଖରେ କେହି ନ ଥାଏ ।

        ଜୀବନରେ ଧନ, କ୍ଷମତା, ଯୌବନ ଚିରତ୍ସ୍ଥାୟୀ ହୋଇ ନ ପାରେ ।ଯୁଗ ଯୁଗ ଧରି ପରିବାର ଭିତରେ ସଂସ୍କାର, ଶୃଙ୍ଖଳା ଓ ବର୍ତ୍ତମାନ ରେ ବଞ୍ଚୁଥିବା ମଣିଷ ନିଜ ଅତୀତ ର ଦୁଖଃ, ଯନ୍ତ୍ରଣା, ଓ କଠିନ ପରିସ୍ଥିତି ରେ ସଂଗ୍ରାମ କରି ଶୀର୍ଷ କୁ ଯାଇଥିବା  ବେଦନା କୁ ଭୁଲି ଯାଇ ନିଜର ବାପା ହେବାର କର୍ତବ୍ୟ ରେ ଅବହେଳା କରେ କିମ୍ବା କ୍ଷମତାନ୍ଧ ହୋଇ ନିଜ ପରିବାର ଓ ପୁଅ ଝିଅ ଙ୍କୁ ସଂସ୍କାରୀ କରିବା ପରିବର୍ତେ ହାଇ ପ୍ରୋଫାଇଲ ସଂସ୍କୃତି ଆପଣେଇବାକୁ   ପରୋକ୍ଷ କିମ୍ବା ପ୍ରତକ୍ଷ୍ୟ ଭାବରେ   ନିଜକୁ ସାମିଲ କରିନିଏ ସେହି ବାପା ପରବର୍ତୀ ସମୟରେ  ନିଜେ ଦେଖିଥିବା ସ୍ୱପ୍ନ ଭଙ୍ଗ ହେବା ଅନୁଭବ କରି ଆର୍ତ୍ତନାଦ କରେ । ସେତେ ବେଳକୁ "ବାପା ର ଆର୍ତ୍ତନାଦ" ଶୁଣିବାକୁ ପାଖରେ କେହି ନ ଥାନ୍ତି ।କ୍ଷଣିକ ମିଛ ମାୟା  ଇନ୍ଦ୍ର ଜାଲ ର ବଶବର୍ତ୍ତୀ ନ ହୋଇ ପ୍ରତ୍ୟକ ବାପା ହାଇ ପ୍ରୋଫାଇଲ ସୋସାଇଟି ଓ ନିଜ ସଂସ୍କୃତି, ପାରିବାରିକ ଶୃଙ୍ଖଳା କୁ ଭୁଲି ନ ଯାଇ ନିଜ ସନ୍ତାନ ମାନଙ୍କୁ ଖୋଲା ଖୋଲି ପାଶ୍ଚାତ୍ୟ ସଭ୍ୟତା ଓ ସଂସ୍କୃତି କବଳରେ ନ ପଡି  ନିଜ ସନ୍ତାନ ମାନଙ୍କୁ ଲାଳନ ପାଳନ ଓ ସଂସ୍କାର ଦେବାରେ ଅବହେଳା କରିବେ ତେବେ  ଆର୍ତ୍ତନାଦ କରିବା  ସୁନିଶ୍ଚିତ ।ଏଣୁ ଆଜି ସମାଜରେ ଯେଉଁମାନେ ତଳସ୍ତରରୁ  ହାଇ ପ୍ରୋଫାଇଲ ସଂସ୍କୃତି ଆପଣେଇ ନେଇଛନ୍ତି ସେହି ବାପା ମାନେ ନିଜ ଆତ୍ମଚିନ୍ତନ ର ସମୟ ଆସିଛି ।  ଅନେକ ବାପା ଙ୍କୁ ଏହିପରି ଏକ ସଂକଟମୟ ପରିସ୍ଥିତି ଦେଇ ଗତି କରିବା ଦେଖିଛି ।ଦେଖିଛି ଅନେକ ବାପା  ନିଜ ପୁଅ ର କୁକର୍ମ ଆତ୍ମ ଗର୍ବ ଓ ବିଶୃଙ୍ଖଳିତ ଆଚରଣ ସତ୍ୱେ ପୁଅ ର ଡିମାଣ୍ଡ ଆଗରେ ମୁହଁ ଖୋଲି ପାରନ୍ତି ନାହିଁ ।ପରିସ୍ଥିତି ର ଚାପ ରେ ପୁଅ ର ସମସ୍ତ ଉଚିତ ଅନୁଚିତ ଆଶା ଆକାଂକ୍ଷା ପୂରଣ କରିବା ପାଇଁ ନିଜର ସାମାଜିକ ପ୍ରତିଷ୍ଠା କୁ ବାଜି ଲଗେଇ ଦିଅନ୍ତି ଓ ପରବର୍ତୀ ପରିଣତ ବୟସରେ ଆର୍ତ୍ତନାଦ  ଛଡା ପାଖରେ କିଛି ନଥାଏ କେବଳ ପାଖରେ ଥାଏ " ବାପା ର ଆର୍ତ୍ତନାଦ" କିନ୍ତୁ ପାଖରେ କେହି ନ ଥାନ୍ତି ସେହି ଆର୍ତ୍ତନାଦ ଶୁଣିବା ପାଇଁ ।

                              ଶୁଭରାତ୍ରୀ  ।

      

                              ମହମ୍ମଦ ଅଲ୍ଲୀ ଖାଁ

                               ବରିଷ୍ଠ ସାମ୍ବାଦିକ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe