ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାର ନୂଆ ବାଚସ୍ପତି ହୋଇଛନ୍ତି ରାହୁଲ ନାର୍ଭେକର । MVA ପ୍ରାର୍ଥୀ ରାଜନ ସାଲଭିଙ୍କୁ ପରାସ୍ତ କରି ନୂଆ ବାଚସ୍ପତି ହୋଇଛନ୍ତି ରାହୁଲ । ବାଚସ୍ପତି ଥିବା ନାନା ପାଟୋଲ କଂଗ୍ରେସର ରାଜ୍ୟ ସଭାପତି ହେବା ପରଠାରୁ ବାଚସ୍ପତି ପଦବି ଖାଲିଥିଲା । ଉପବାଚସ୍ପତି ନରହରି ଜିରଓ୍ବାଲ କାମଚଳା ବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ । ବାଚସ୍ପତି ପଦ ପାଇଁ ଶିବସେନା ବିଧାୟକ ରାଜନ ସାଲଭି ନାମାଙ୍କନ ଭରିଥିବାବେଳେ ବିଜେପି ପକ୍ଷରୁ ନାମାଙ୍କନ ଭରିଥିଲେ ରାହୁଲ ନାର୍ଭେକର । ନିଜ ପ୍ରାର୍ଥୀଙ୍କୁ ଭୋଟ ଦେବା ଲାଗି ଦଳୀୟ ବିଧାୟକଙ୍କ ଉଦ୍ଦେଶ୍ୟରେ ହୁଇପ ଜାରି କରିଥିଲେ ଶିବସେନା ନେତା ଉଦ୍ଧବ ଠାକରେ ।



Post a Comment