କଲହାଣ୍ଡି (ତର୍ଜମା ନ୍ୟୁଜ) ଭବାନୀପାଟଣା: ତା ୦୩//୦୬/୨୦୨୨ ରିଖ ମହାନ ସ୍ୱାଧୀନତା ସଂଗ୍ରାମୀ, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ,ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବିନ୍ଧାଣି 'ଉତ୍କଳମଣି' ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀ ଓ ଆଲୋଚନା ଚକ୍ର ସେବା ଓ ସେବକ କଳାହାଣ୍ଡି ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବିବେକସେନା ତରଫରୁ ଅନୁଷ୍ଠିତ ହୋଇଯାଇଛି। ନିଃସ୍ୱାର୍ଥପର ଭାବେ ଜୀବନର ଶେଷ ନିଶ୍ୱାସ ଯାଏଁ ଅନବରତ ଲୋକଙ୍କ ପାଇଁ କାମ କରୁଥିଲେ। ସେବାର ଅନ୍ୟ ନାମ ଉତ୍କଳମଣି ପଣ୍ଡିତ ଗୋପପନ୍ଧୁ ଦାସ ବୋଲି ରବିବାର ସ୍ଥାନୀୟ ବିବେକ କଂନଫେରେନ୍ସ ହଲ ଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୪ ତମ ଶ୍ରାଦ୍ଧଦିବସ ଅବସରରେ ଆଲୋଚନା ଚକ୍ର ସେବା ଓ ସେବକ ଡିପିଏମ, ପ୍ରଶାନ୍ତ କୁମାର ମିଶ୍ର,ଓଏଲଏମ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିଲେ। ବିବେକସେନା ର ପ୍ରତିଷ୍ଠାତା ଡ଼. ଶିବରାମ ନାୟକ, ସମାଜସେବୀ ବିବେକସେନା ଭବାନୀପାଟଣା ବ୍ଲକ ମୁଖ୍ୟ ନବୀନ କୁମାର ସା, ସମାଜସେବୀ ସୁମିତ ଶତପଥୀ, ଆଇନଜୀବୀ ସୁମିତ କୁମାର ରାଉତ, ବରିଷ୍ଠ ସାମ୍ବାଦିକ ବିଜୟ କୁମାର ଦ୍ବିବେଦୀ, କିସ ର ଜିଲ୍ଲା ସଂଯୋଜକ ଦୁଷ୍ମନ୍ତ କୁମାର ପ୍ରଧାନ ସମ୍ମାନୀତ ରୂପେ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ। ବିବେକସେନା ନର୍ଲା ବ୍ଲକ ବିବେକସେନା ସଭାପତି ମୋହନ କୁମାର ଭଟ ସଭା ପରିଚାଳନା କରିଥିଲା ବେଳେ ଶିକ୍ଷାବିତ ବିରଞ୍ଚି ନାରାୟଣ ମୁଣ୍ଡ ଧନ୍ୟବାଦ ଦେଇଥିଲେ। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଦେଇ ସଭା ଆରମ୍ଭ କରାଯାଇଥିଲା। ସୁଶାନ୍ତ ନାଏକ, ଜଗମୋହନ ମାଝୀ, ଘନଶ୍ୟାମ ପ୍ରଧାନ, ବୃଷଭ ଦାସ, ତୁଳସା ମାଝୀ, ବୈଶାଖୀ ନାଏକ ସହଯୋଗ କରିଥିଲେ।
ବିବେକସେନା ତରଫରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୪ ତମ ଶ୍ରାଦ୍ଧବାର୍ଷିକୀ ଓ ଆଲୋଚନା ଚକ୍ର
By: Tarzama News
0
Tags
ଖବର ଏବେ ଏବେ



Post a Comment