//BREAKING//
Loading...

ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା “ପୁସ୍ତକ ଉନ୍ମୋଚନ”








ଭବାନୀପାଟଣା, ୦୩/୦୭ (ସ.ମି.ସ.) ସ୍ଥାନୀୟ ମହାବୀର ସାଂସ୍କୃତିକ ଅନୁଷ୍ଠାନ ସଭାଗୃହରେ ଆଜି ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ରାସ ବିହାରୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ପୁସ୍ତକ ଉନ୍ମୋଚନ ଦିବସରେ ବିଶିଷ୍ଟ ନାଟ୍ୟକାର, ସାହିତ୍ୟିକ, ଡା. ଦ୍ୱାରିକାନାଥ ନାୟକଙ୍କ “ତମେ ଅଛ ବଲି”, ସାହିତ୍ୟିକ ଶୋହନଲାଲ ଅଗ୍ରୱାଲଙ୍କ “ହାଂସ୍ୟ ଶରଣଂ ଗଚ୍ଛାମି” ଏବଂ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ପ୍ରକାଶିତ ଓ ଗବେଷକ, ନାଟ୍ୟକାର ପରମେଶ୍ୱର ମୁଣ୍ଡଙ୍କ ଦ୍ୱାରା ସଂପାଦିତ “କଳାହାଣ୍ଡିର ଲୋକ ନୃତ୍ୟ”ର ଦ୍ୱିତୀୟ ସଂସ୍କରଣ ଲୋକାର୍ପିତ ହୋଇଥିଲା । ଏହି ପୁସ୍ତକ ଉନ୍ମୋଚନ ଅବସରରେ ଅନୁଷ୍ଠାନର ସହ-ସଂପାଦକ ସଂଜୀବ କୁମାର ସିଂହ ଅତିଥି ଆମନ୍ତ୍ରଣ କରିଥିବାବେଳେ ପଣ୍ଡିତ ମଙ୍ଗଳୁ ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସାହିତ୍ୟିକ ଶୋହନ ଲାଲ ଅଗ୍ରୱାଲ, ଡା. ଦ୍ୱାରିକାନାଥ ନାୟକ, ଅଧ୍ୟାପକ ବୃନ୍ଦାବନ ମିଶ୍ର, ଗବେଷକ ପରମେଶ୍ୱର ମୁଣ୍ଡ ପୁସ୍ତକ ଉପରେ ନିଜର ସମୀକ୍ଷା, ଆଲୋଚନା ଓ ମତ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଭାପତି ଜୟନ୍ତ ବେହେରା ନିଜ ଅଭିଭାଷନ ଦେଇଥିବା ବେଳେ ଶୁଶୀଲ କୁମାର ଗହୀର ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଥାନୀୟ ଅଞ୍ଚଳର ବହୁ ଲେଖକ, ଗବେଷକ, ସାମ୍ବାଦିକ ବନ୍ଧୁ ଓ ସାଧାରଣ ଜନତା ସହ ଅନୁଷ୍ଠାନର ଲେଖକ, ଗବେଷକ, ସାମ୍ବାଦିକ ବନ୍ଧୁ ଓ ସାଧାରଣ ଜନତା ସହ ଅନୁଷ୍ଠାନର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ଅନୁଷ୍ଠାନର ସାଧାରଣ ସଂପାଦକ ସତ୍ୟନାରାୟଣ ସିଂହ ଏହାର ସଫଳତା ପାଇଁ ସମସ୍ତ ଉପସ୍ଥିତ ସଭ୍ୟ, ସଭ୍ୟା ଅତିଥିମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe