ଭବାନୀପାଟଣା-(ତର୍ଜମା ନ୍ୟୁଜ)- ଭବାନୀ ପାଟଣା ଜାମା ମସଜିଦ ପରିଚାଳନା କମିଟି ଓ ମଦ୍ରସା ପରିଚାଳନା କମିଟି, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ହିନ୍ଦୁସ୍ତାନ ଲାଟେକ୍ସ ଫାମିଲି ପ୍ଲାନିଂ ଟ୍ରଷ୍ଟ ଙ୍କ ମିଳିତ ଆନୁକୂଲ୍ୟ ରେ ଜାମା ମସଜିଦ ପରିସର ରେ କୋଭିଡ ଭେକ୍ସିଂ ପ୍ରୋଗ୍ରାମ ଆୟୋଜିତ ହୋଇ ଯାଇଛି ।ଏହି କରୋନା ଭେକ୍ସିଂ ପ୍ରୋଗ୍ରାମ ରେ ୬୦ବର୍ଷ ରୁ ଅଧିକ ବୟସ୍କ ଓ ପ୍ରଥମ ଡୋଜ, ଦ୍ଵିତୀୟ ଡୋଜ ଓ ବୁସ୍ଟର ଡୋଜ ଦିଆ ଯାଇଥିଲା ।ମସଜିଦ ପରିଚାଳନା କମିଟି ସଭାପତି ହାଜି ସାହାଦତ ଖାଁ, ସମ୍ପାଦକ ସଲିମ ମହମ୍ମଦ, ମଦ୍ରାସା କମିଟି ସମ୍ପାଦକ କୁତବୁଦ୍ଦିନ ମହମ୍ମଦ ଙ୍କ ସମେତ ସ୍ଥାନୀୟ ମୁସଲିମ ସମ୍ପ୍ରଦାୟର ବହୁ ବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।




Post a Comment