//BREAKING//
Loading...

ସନ୍ଧ୍ୟା ୬ରୁ ସାଢେ ୯ ପର୍ଯ୍ୟନ୍ତ ବୁଲିବ ଫାୟାର୍ PCR


ଭୁବନେଶ୍ୱର: (ତର୍ଜମା ନ୍ୟୁଜ)ଖୁବଶୀଘ୍ର ଓଡ଼ିଶା ଅଗ୍ନିଶମ ବାହିନୀ ପକ୍ଷରୁ ଆରମ୍ଭ ହେବ PCR ସେବା । ‘ମୋ ସରକାର’ ଓ 5-T ଆଧାରରେ ଯୋଗାଇ ଦିଆଯିବ ସେବା । ସହରରେ ଥିବା ଅଣଓସାରିଆ ରାସ୍ତାରେ ପଇଁତରା ମାରିବ PCR । ପ୍ରଥମ ଦଫାରେ ଅଗ୍ନିଶମ ବାହିନୀର ଗୋଟିଏ ୟୁନିଟ କାମ କରିବ । ସନ୍ଧ୍ୟା ୬ଟାରୁ ୯ଟା ୩୦ପର୍ଯ୍ୟନ୍ତ ଯୋଗାଇ ଦିଆଯିବ PCR ସେବା ।ରାଜ୍ୟରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ଏଭଳି ସୁବିଧା  । ପୋଲିସ ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ପାଇଁ ୨୪ ଘଣ୍ଟିଆ ପିସିଆର ଭ୍ରମଣ ବ୍ୟବସ୍ଥା ରହିଛି  । କିନ୍ତୁ ରାଜ୍ୟରେ ଫାୟାର ଗାଡିର ପିସିଆର ବୁଲିବା ନିହାତି ଏକ ପ୍ରଶଂସନୀୟ ପଦକ୍ଷେପ  । କାରଣ ଅଗ୍ନିଶମ ବାହିନୀ ଗାଡି କୌଣସି ଏକ ଦୁର୍ଘଟଣା ସ୍ଥଳକୁ ଯିବାକୁ ହେଲେ ସେତିକି ପ୍ରଶସ୍ତ ସ୍ଥାନର ମଧ୍ୟ ଆବଶ୍ୟକତା ରହିଛି  । କିନ୍ତୁ ନୂତନ କରି ଆରମ୍ଭ ହେବାକୁ ଯାଉଥିବା ଗାଡି ଗଳି କନ୍ଦିରେ ମଧ୍ୟ ଯାଇପାରିବ  ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe