//BREAKING//
Loading...

ଜିଲ୍ଲା କଂଗ୍ରେସ ରେ ମିଶ୍ରଣ ପର୍ବ:ବିଜେପି, ବିଜେଡି ଛାଡିଲେ ଶତାଧିକ କର୍ମୀ

 


ଭବାନୀ ପାଟଣା(ତର୍ଜମା ନ୍ୟୁଜ):--କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ତରଫରୁ ସ୍ଥାନୀୟ ଏସ, ଏନ, କନଫେରେନ୍ସ ହଲ ରେ ଆୟୋଜିତ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା ।ଏହି ମିଶ୍ରଣ ସମାବେଶରେ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଏଆଇସିସି  ସ୍ଥାୟୀ କମିଟି ସଦସ୍ୟ, ବିହାର, ମଣିପୁର ଓ ମିଜୋରାମ ପ୍ରଦେଶ କଂଗ୍ରେସ ପ୍ରଭାରୀ ଶ୍ରୀ ଭକ୍ତ ଚରଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଥିଲେ ।ଏହି ଅବସରରେ ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ ସଭାପତି ହରିହର କୁମାର ଙ୍କ ଉପସ୍ଥିତି ରେ ଲାଞ୍ଜିଗଡ଼ ବ୍ଲକ ର ଅନେକ ପୂର୍ବତନସରପଞ୍ଚ, ସମିତି ସଭ୍ୟ, ବର୍ତ୍ତମାନ ର ସରପଞ୍ଚ, ସମିତି ସଭ୍ୟ ବିଜେପି ଓ ବିଜେଡି ଦଳ ତ୍ୟାଗ କରି କଂଗ୍ରେସ ଦଳ ର ନୀତି, ଆଦର୍ଶ ରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳ ରେ ଯୋଗଦାନ କରିଛନ୍ତି ।ଏହି ଅବସରରେ ଶ୍ରୀଭକ୍ତ ଦାସ ସମସ୍ତଙ୍କୁ ସ୍ୱାଗତ କରି  ବିଜେପି ଓ ବିଜେଡି  ଦଳ କୁ ତୀଵ୍ର ସମାଲୋଚନା କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଲୋକଙ୍କୁ କେବଳ ଶୋଷଣ କରି ଚାଲିଛନ୍ତି ଓ ଆଜି ଦେଶରେ ତୀଵ୍ର ବେକାରୀ ସମସ୍ୟା, ଆର୍ଥିକ ସଙ୍କଟ ଦେଖା ଦେଇଛି ।ଏହାର ମୁକାବିଲା ପାଇଁ କେବଳ କଂଗ୍ରେସ ଦଳ ହିଁ ସକ୍ଷମ ବୋଲି ପ୍ରକାଶ କରି  ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲାରେ ଲକ୍ଷାଧିକ  ଯୁବବର୍ଗ ଙ୍କୁ ନେଇ  ସମାବେଶ ଆୟୋଜନ ହେବା ସହ  ଆନ୍ଦୋଳନ ପାଇଁ ରାଜ ରାସ୍ତା କୁ କଂଗ୍ରେସ ଯୁବବର୍ଗ   ଆସିବେ ବୋଲି ସୂଚନା ଦେଇଥିଲେ ।ଏହି ଅବସରରେ ରାଜେନ୍ଦ୍ର ମାଳି, ସନ୍ୟାସୀ ବେହେରା, ଗୋପାଳ ମହାନନ୍ଦ ଶୈଳେଶ କରୁଆଁ 



କ୍ଷିତିଶ ପ୍ରଧାନ କରୁଣାକର ସୁନା, କରୁଣା ମାଝୀ, ସରପଞ୍ଚ, ବାତଳିମା ଜିପି ରଘୁନାଥମାଝୀ, ପୂର୍ବ ସରପଞ୍ଚଧନେଷ୍ଟି ମାଝୀଦିବାକର କାଣ୍ଡବିନ୍ଧାନବୀନ ନାଏକ ଶ୍ରୀଦାସ ନାଏକ, ସାନ୍ଦୁ ମାଝୀ,ପୂର୍ବ ସରପଞ୍ଚ, ମଧୁସୂଦନ ଦଣ୍ଡସେନା ଦୟାନିଧି ସାହୁ, ମାଦା ମାଝୀ, ପୂର୍ଣ ମାଝୀ ଙ୍କ ସମେତ ୧୫୦ ରୁ ଅଧିକ କର୍ମୀ ଯୋଗଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି ମିଶ୍ରଣ ପର୍ବରେ ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ ସଭାପତିତ୍ୱ କରିଥିବା ବେଳେ,ଜିଲ୍ଲା କଂଗ୍ରେସ  ମିଡ଼ିଆ ସେଲ ଅଧ୍ୟକ୍ଷ ମହମ୍ମଦ ଅଲ୍ଲୀ  ଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe