//BREAKING//
Loading...

ଢୁଲୁଘାଟି ରାସ୍ତାରେ ଘାଇ ସୃଷ୍ଟି ହୋଇ ଜୟପାଟଣା -ନବରଙ୍ଗପୁର ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି


 ଜୟପାଟଣା:-( ତର୍ଜମା ନ୍ୟୁଜ)- କଳାହାଣ୍ଡିଜିଲ୍ଲା ଜୟପାଟଣା ବ୍ଲକରୁ ନବରଙ୍ଗପୁର ଜିଲ୍ଲାକୁ ସଂଯୋଗ କରୁଥିବା ଢୁଲୁଘାଟି ରାସ୍ତାରେ ଘାଇ ସୃଷ୍ଟି ହୋଇ ଜୟପାଟଣା -ନବରଙ୍ଗପୁର ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଘାଟି ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଛଅ ଫୁଟ୍‌ ଚଉଡ଼ା ର ଘାଇ ସୃଷ୍ଟି ହୋଇଛି।ଏଥିସହ ଉଭୟ ପାର୍ଶ୍ଵରେ ଦିଆଯାଇଥିବା ପଥରକୁ ମଧ୍ୟ ଖସେଇ ଦେଇଛି।ରାସ୍ତାରେ ଚାରି ଚକିଆ ଯାନ ଯିବାଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଗତ ସୋମବାର ଦିନ ଜୟପାଟଣା ଅଞ୍ଚଳରେ ପ୍ରବଳ ବର୍ଷା ହେବା ଫଳରେ ଗମନାଗମନରେ ବହୁ ଅସୁବିଧା ଦେଖାଦେଉଛି। ଏହି ଘାଟିରାସ୍ତା କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ଅଧୀନରେ ଆସୁଥିବାରୁ ମରାମତି କାର୍ଯ୍ୟ ଶୀଘ୍ର କରିବା ପାଇଁ ଦାବି ହେଉଛି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe