ସମ୍ବଲପୁର: (ତର୍ଜମା ନ୍ୟୁଜ) କାଲି ଫିଜିକ୍ସ, ଆଜି ଏଜୁକେସନ୍ । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପୁଣି ଲିକ୍ ହେଲା ପ୍ରଶ୍ନପତ୍ର । ଯୁକ୍ତତିନି ତୃତୀୟ ବର୍ଷର ଏଜୁକେଶନ ପ୍ରଶ୍ନପତ୍ର ଲିକ ଯୋଗୁଁ ପରୀକ୍ଷା ବାତିଲ କରାଯାଇଛି। ପ୍ରଶ୍ନପତ୍ର ଲିକ ହୋଇଥିବା କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି । ଏନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଲେଜ କର୍ତ୍ତୁପକ୍ଷ କହିଛନ୍ତି । ତେବେ ବାତିଲ ହୋଇଥିବା ପରୀକ୍ଷା ପୁଣି କେବେ ହେବ ସେନେଇ ପରେ ସୂଚନା ଦିଆଯିବ ।ସୂଚନା ଅନୁସାରେ ଗତକାଲି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ପଦାର୍ଥ ବିଜ୍ଞାନର ପରୀକ୍ଷା ଥିଲା । କିନ୍ତୁ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ପରୀକ୍ଷା ନିୟନ୍ତ୍ରକ ରବୀନ୍ଦ୍ର ପାଣିଗ୍ରାହୀ ମଧ୍ୟ ପ୍ରଶ୍ନପତ୍ର ଲିକ୍ ହୋଇଥିବା କଥା ସ୍ୱୀକାର କରିଛନ୍ତି ।
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପୁଣି ଲିକ୍ ହେଲା ପ୍ରଶ୍ନପତ୍ର, ବାତିଲ ହେଲା ପରୀକ୍ଷା
By: Tarzama News
0



Post a Comment