//BREAKING//
Loading...

ଦରଭା ମହୁପଦରମାଓ ଡିଭିଜନ କମିଟି ର ଦୁର୍ଦ୍ଧାନ୍ତ ମାଓନେତା ଲକ୍ଷ୍ମଣ ବନ୍ଧୁକ ସହ ଗିରଫ:ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଥିଲା ।

 


ତର୍ଜମା ନ୍ୟୁଜ– ମାଲକାନଗିରି ଜିଲ୍ଲା ମାଥିଲି ଥାନାସ୍ଥ ତୁଳସୀ ପାହାଡ଼ ଅଞ୍ଚଳରୁ ଦୁର୍ଦ୍ଦାନ୍ତ ମାଓନେତା ଲକ୍ଷ୍ମଣ ପଡ଼ିଆମୀକୁ ବନ୍ଧୁକ ସହିତ ଗିରଫ କଲେ ଏସଓଜି, ଡିଭିଏଫ ଯବାନ ।ମାଲକାନଗିରି ଜିଲ୍ଲା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। କୁମ୍ବିଂ ଅପରେସନ ବେଳେ ଯବାନଙ୍କ ହାତରେ ଧରା ପଡ଼ିଛି କୁଖ୍ୟାତ ମାଓନେତା ଲକ୍ଷ୍ମଣ ପଡ଼ିଆମି।ଗୋଟିଏ ଦେଶୀ ବନ୍ଧୁକ ସହ ଲକ୍ଷ୍ମଣଙ୍କୁ ଗିରଫ କରିଛି ମାଲକାନଗିରି ଜିଲ୍ଲା ଏସଓଜି ଓ ଡିଭିଏଫ ବାହିନୀ। ଗତକାଲି ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡରେ ମାଓବାଦୀଙ୍କ ଗୁପ୍ତବୈଠକ ଚାଲି ଥିବାର ଖବର ପାଇ ସେଠାକୁ ଏସଓଜି ଓ ଡିଭିଏଫ ବାହିନୀ ତରଫରୁ କୁମ୍ଵିଂ ଅପରେସନ ଆରମ୍ଭ ହୋଇଥିଲା। ଯବାନ ମାନଙ୍କୁ ଦେଖି ଅନ୍ୟ ମାଓବାଦୀ ମାନେ ଲୁଚି ପଳାଇଥିଲେ। ମାଓନେତା ଲକ୍ଷ୍ମଣ ପଡ଼ିଆମି ଛତ୍ରଭଙ୍ଗ ଦେଉ ଥିବା ବେଳେ ଯବାନଙ୍କ ହାତରେ ଧରା ପଡିଥିଲା।ସୂଚନାନୁଯାୟୀ, ଲକ୍ଷ୍ମଣ ପଡ଼ିଆମି କାଙ୍ଗେରଘାଟି ଏରିଆ କମିଟି ମେମ୍ବର ଭାବେ ମାଓ ସଙ୍ଗଠନରେ ଗତ ୫ବର୍ଷ ଧରି କାମ କରୁଥିଲା।ଲକ୍ଷ୍ମଣଙ୍କ ନାମରେ ପୂର୍ବରୁ ସରକାରଙ୍କ ପକ୍ଷରୁଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଲକ୍ଷ୍ମଣଙ୍କ ନାମରେ ମାଲକାନଗିରି ଓ ଛତିଶଗଡ ସୁକୁମା ଜିଲ୍ଲାରେ ଅନେକ ମାଓ ହିଂସା ମାମଲା ରହିଛି ବୋଲି ମାଲକାନଗିରି ଏସପି ନିତେଶ ୱାଧନୀ କହିଛନ୍ତି।ଆହୁରି ମଧ୍ୟ ସେ କହିଥିଲେ ଯେ, ଯାଞ୍ଚ ପରେ ଏହି ମାଓବାଦୀ କ୍ୟାଡର ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର କାଙ୍ଗେରଗୀ ଏରିଆ କମିଟି ଅଧୀନରେ ମହପୁଦର ଏଲଜିଏସର ଲକ୍ଷ୍ମଣ ପଡିଆମୀ ଓରଫ ଲକ୍ଷ୍ମଣ କୁରାମି ପାର୍ଟି ସଦସ୍ୟ ବୋଲି ଚିହ୍ନଟ କରାଯାଇଥିଲା। ତାର ଘର ବସ୍ତର ଜିଲ୍ଲା ଦରଭା ଥାନା ଅନ୍ତର୍ଗତ ଚନ୍ଦାମେଟା ଗ୍ରାମରେ।ମାଲକାନଗିରି ଜିଲ୍ଲା (ଓଡିଶା) ତଥା ଛତିଶଗଡର ଅନେକ ମାମଲାରେ ସେ ଜଡିତ ଅଛି। ସେ ୨୦୧୭ ମସିହାରେ ମାଓ ସଙ୍ଗଠନରେ ଯୋଗ ଦେଇଥିଲା ଏବଂ ମାଓ ସଙ୍ଗଠନରେ ଯୋଗଦେବା ପୂର୍ବରୁ ସେ ମାଓବାଦୀଙ୍କ ପାଇଁ ମିଲିସିଆ ସଦସ୍ୟ ଭାବରେ କାର୍ଯ୍ୟ କରୁଥିଲା।ତା’ ନାମରେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଟେମୁରୁପାଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ବିସ୍ଫୋରଣ ଏବଂ୧ ୮/୫ /୧୯ ସରକାରୀ ସମ୍ପତି ଲୁଟ୍ ଓ ୧ ୭/୧୨/୨୦ ତାଳପଦର ଗାଁର ସୁକୁମାର ମଣ୍ଡଳ ନାମକ ଜଣେ ସାଧାରଣ ନାଗରିକଙ୍କୁ ହତ୍ୟା ମାମଲା ରହିଛି।ସେ ଛତିଶଗଡରେ ମଧ୍ୟ ସକ୍ରିୟ ଥିଲା। ଛତିଶଗଡରେ ମାଓବାଦୀ ହିଂସା ମାମଲାରେ ତାର ସମ୍ପୃକ୍ତି ଯାଞ୍ଚ ଚାଲିଛି ବୋଲି ଏସପି ସୂଚନା ଦେଇଛନ୍ତି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe