//BREAKING//
Loading...

ସ୍କୁଲ କୁ ଗଣମାଧ୍ୟମ ପ୍ରତିନିଧି ଙ୍କୁ ମନା: ଗଣଶିକ୍ଷା ମନ୍ତ୍ରୀ ଙ୍କ ପ୍ରତିକ୍ରିୟା ।


ଭୁବନେଶ୍ୱର,୧୦।୭(ତର୍ଜମା ନ୍ୟୁଜ): ସ୍କୁଲ ଭିତରେ ଗଣମାଧ୍ୟମର ପ୍ରବେଶକୁ ନେଇ ବିଇଓ ଲଗାଇଥିବା ପ୍ରତିବନ୍ଧକକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବିଭିନ୍ନ ସ୍ଥାନରେ ଅନାବଶ୍ୟକ ଭାବେ ଗଣମାଧ୍ୟମ ସ୍କଲୁକୁ ପ୍ରବେଶ କରୁଛନ୍ତି। କିଛି ସ୍ଥାନରେ ଏପରି ଘଟଣା ଘଟିବା ପରେ ବିଇଓମାନେ ଏଭଳି ଚିଠି ଜାରି କରିଛନ୍ତି ।ଏଥିପାଇଁ ସମସ୍ତ ଗଣମାଧ୍ୟମ ଆମକୁ ସହଯୋଗ କରନ୍ତୁ ବୋଲି ଗଣଶିକ୍ଷା ମନ୍ତ୍ରୀ ଅନୁରୋଧ କରିଛନ୍ତି।
ଗଣଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି, ଯାହା ଆବଶ୍ୟକ ରହିଛି, ଯାହା ସମସ୍ୟା ରହିଛି ତାକୁ ନଜରକୁ ଆଣିବା ପାଇଁ ଗଣମାଧ୍ୟମର ଅଧିକାର ରହିଛି। କେତେକ ସ୍ଥାନରେ ଗଣମାଧ୍ୟମର ଭୂମିକା ମଧ୍ୟ ଅନାବଶ୍ୟକଠୁ ଅଧିକ ହେଉଛି। ତେଣୁ ସେହି କଥାକୁ ଆଧାର କରି ସ୍ଥାନୀୟ କ୍ଷେତ୍ରରେ ବିଇଓମାନେ ଏଭଳି କରିଥିବା ମୋ ନଜରକୁ ଆସିଛି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe