//BREAKING//
Loading...

ସମ୍ପତ୍ତି ବିବାଦ :ପୁତୁରା ହତ୍ୟା କଲା କାକା କୁ- କୋର୍ଟ ଚାଲାଣ ହେଲା ପୁତୁରା



 କେସିଙ୍ଗା- (ତର୍ଜମା ନ୍ୟୁଜ):--କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ସମ୍ପତ୍ତି ପାଇଁ ଜଣେ ଯୁବକ ତାଙ୍କ କକାଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ୍ ଅଭିଯୁକ୍ତ ପୁତୁରା କୁ ଗିରଫ କରିକୋର୍ଟ ଚାଲାଣ କରି ଥିବା ଜଣା ପଡ଼ିଛି ।ମୃତ ବ୍ୟକ୍ତିଙ୍କ ନାଁ ଭୂଷଣ ପ୍ରସାଦ କଶ୍ୟପ।ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୧୨ ତାରିଖରୁ କେସିଙ୍ଗା ନିବାସୀ ଭୂଷଣ ପ୍ରସାଦ କଶ୍ୟପ ନିଖୋଜ ଥିଲେ।ଗତକାଲି ତାଙ୍କ ମୃତଦେହ ମଶାଣିମୁଣ୍ଡା ମଦଭାଟି ନିକଟରୁ ଉଦ୍ଧାର ହୋଇଥିଲା। ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରି ସମ୍ପତ୍ତି ବିବାଦ କୁ ନେଇ ଭୂଷଣ ପ୍ରସାଦକୁ ହତ୍ୟା କରାଯାଇଥିବା କେସିଙ୍ଗା ପୁଲିସ୍ ଜାଣିବାକୁ ପାଇଛି। ଅଭିଯୋଗ ପାଇବା ପରେ ପୁଲିସ୍ ମୁଖ୍ୟ ଅଭିଯୁକ୍ତ ଦୌଲତ କଶ୍ୟପ ଙ୍କ ସହିତ ତାଙ୍କ ବାପା ଓ ଭାଇଙ୍କୁ ଉଠାଇ ନେଇ ପଚରାଉଚରା କରିଥିଲା। ପଚରାଉଚରା ବେଳେ ପୁତୁରା ଦୌଲତ କଶ୍ୟପ ନିଜ ଦୋଷ ସ୍ୱୀକାର କରିଥିବା ପ୍ରକାଶ ।



 କେସିଙ୍ଗା ପୁଲିସ ସୂତ୍ର ରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୧୨ ତାରିଖ ରାତିରେ ଭୂଷଣ କଶ୍ୟପ ମଦ ପିଇଥିଲେ। ସେ ମଶାଣିମୁଣ୍ଡା ମଦଭାଟି ଅଞ୍ଚଳରେ ଥିବାବେଳେ ପୁତୁରା ଦୌଲତ କଶ୍ୟପଙ୍କ ସହିତ ତାଙ୍କର ହଠାତ୍ ଦେଖା ହୋଇଥିଲା। ସେଠାରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଧସ୍ତାଧସ୍ତି ବେଳେ ଭୂଷଣ ପାଖରେ ଥିବା ଏକ ନାଳରେ ପଡ଼ି ଯାଇଥିଲେ। ଏହା ପରେ ଦୌଲତ ଇଟାରେ ତାଙ୍କ ମୁହଁଙ୍କୁ ଛେଚି ଦେଇଥିଲେ। ଫଳରେ ଭୂଷଣଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା।କେସିଙ୍ଗା ପୋଲିସ ଅଭିଯୁକ୍ତ ପୁତୁରା ଡୌଲତ କଶ୍ୟପ କୁ ଗିରଫ କରି କୋର୍ଟ ଚାଲାଣ କରି ଏ ଘଟଣା ରେ ଅନ୍ୟ କେଉଁ ମାନେ ସମ୍ପୃକ୍ତି ଅଛି ନା ନାହିଁ ଅଧିକ ତଦନ୍ତ ଜାରି ରଖିଛନ୍ତି ।


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe