//BREAKING//
Loading...

ପାଗ ଖରାପ ଯୋଗୁଁ ଅମରନାଥ ଯାତ୍ରା ବାତିଳ

 


ଜମ୍ମୁ :(ତର୍ଜମା ନ୍ୟୁଜ)- ଖରାପ ପାଗ ଯୋଗୁ ଅମରନାଥ ଯାତ୍ରାକୁ ରବିବାରଠାରୁ ବାତିଲ କରିଦିଆଯାଇଛି। ଏପରି କି କଶ୍ମୀରରେ ଥିବା ୨ଟି କ୍ୟାମ୍ପରୁ କୌଣସି ନୂଆ ଭକ୍ତଙ୍କୁ ଆଉ ଅମରନାଥ ଯିବାକୁ ଅନୁମତି ଦିଆଯିବ ନାହିଁ। ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।ସୂଚନା ଯୋଗ୍ୟ, ଶୁକ୍ରବାର ଅମରନାଥ ଗୁମ୍ପା ନିକଟରେ ବାଦଲଫଟା ବର୍ଷା ହୋଇ ଏକ ବଡ଼ ଧରଣର ଅଘଟଣ ଘଟିଥିଲା।ଉକ୍ତ ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ଜଣ ନିଖୋଜ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଗତ ଜୁନ ୩୦ରୁ ଅମରନାଥ ଯାତ୍ରା କରିବାକୁ ଭକ୍ତଙ୍କୁ ଅନୁମତି ମିଳିଥିଲା।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe