//BREAKING//
Loading...

ପଶ୍ଚିମ ଓଡିଶାର ସଙ୍ଗୀତ ଜଗତ ର ମହାନ ସଂଗୀତଜ୍ଞ, ନିର୍ଦେଶକ ଶ୍ରୀରାମ ଲୁହାର ଙ୍କ ପରଲୋକ

 

ଭବାନୀ ପାଟଣା:-(ତର୍ଜମା ନ୍ୟୁଜ)

"ଆମର ପରା କେ ନାଇ ଆଏବ ବୁଲି" :ଆଉ ଫେରିବେନି କେବେ ମହାନ ସମ୍ବଲପୁରୀ ସଂଗୀତଜ୍ଞ ଶ୍ରୀରାମ ଲୁହାର ।ପଶ୍ଚିମ ଓଡିଶାର ସଙ୍ଗୀତ ଜଗତ ର ମହାନ ସଂଗୀତଜ୍ଞ, ନିର୍ଦେଶକ ଶ୍ରୀରାମ ଲୁହାର ଙ୍କ ପରଲୋକ ।ସେ ଦୀର୍ଘ ଏକ ବର୍ଷ ଧରି ଯକୃତ ଜନିତ ରୋଗ ରେ ପୀଡିତ ଥିଲେ ।ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହେଉଥିଲା।  ତାଙ୍କ ବିୟୋଗରେ ସମଗ୍ର ଓଡିଶାର ସଂଗୀତ ଜଗତ ସ୍ତବ୍ଧ ହୋଇଯାଇଛି। ଆଜି ତାଙ୍କ ଶେଷ ଯାତ୍ରା ପାଇଁ ଭବ୍ୟ ଶୋଭାଯାତ୍ରା ଆୟୋଜିତ ହୋଇଥିବା ବେଳେ ଶତାଧିକ କଳାକାର ସାମିଲ ହୋଇ ଅଶ୍ରୁଳ ବିଦାୟ ଦେଇଛନ୍ତି।ସମ୍ବଲପୁର ସହରର କୁମ୍ଭାରପଡା ନିବାସୀ ଶ୍ରୀରାମ ପିଲାଟି ଦିନରୁ ସଂଗୀତ ପ୍ରତି ଆକୃଷ୍ଟ ହୋଇଥିଲେ। ନବେ ଦଶକରେ ସେ ସମ୍ବଲପୁରୀ ଏବଂ ଓଡିଆ ଆଲବମ ଜଗତରେ ଏକପ୍ରକାର ତାଙ୍କ ରାଜ୍ ଚାଲିଥିଲା। ତାଙ୍କ ସଂଗୀତ ନିର୍ଦ୍ଦେଶନାରେ ଶତାଧିକ କ୍ୟାସେଟ୍ ସେହି ସମୟରେ ବଜାରକୁ ହଲଚଲ କରିଥିଲା। ଏପରିକି ତାଙ୍କ ସଂଗୀତ ସଂଯୋଜନା ଏବଂ ନିର୍ଦେଶନା ରେ ପ୍ରଖ୍ୟାତ ବଲିଉଡ କଣ୍ଠଶିଳ୍ପୀ ସୁରେଶ ଵାଡେକର ଏବଂ ସୋନୁ ନିଗମ ତାରିଣୀ ଏବଂ ଜଗନ୍ନାଥ ଭଜନ ଗାଇଥିଲେ। ଆମର୍ ପରା କେ ନେ ଆଏବୁ ବୁଲି…, ହାଏରେ ଦିଲ୍ ବେହେଲି ଗଲାନ…ରୁ ଆରମ୍ଭ କରି ଶ୍ରୀକୃଷ୍ଣ ଗୋବିନ୍ଦ, ପଖାନ ଉପରେ ଝରନ ପାନି ଭଳି ବହୁ ସୁପରହିଟ୍ ଗୀତ ଆଜି ବି ତାଙ୍କୁ ଶ୍ରୋତାଙ୍କ ମଧ୍ୟରେ ସ୍ବତନ୍ତ୍ର ସ୍ଥାନ ଦେଇଛି। ଶନିବାର ରାତିରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କଟକ ଏସ୍ସବିକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ରାଜଘାଟରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। 


  ସ୍ବର୍ଗତ ଶ୍ରୀରାମ ଲୁହାର ଙ୍କ ଶ୍ରୁତି ଉଦ୍ଦେଶ୍ୟ ରେ କଳାହାଣ୍ଡି କଳାକାର ସଙ୍ଘ ତରଫରୁ ଅଶ୍ରୁପୂର୍ଣ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଟଛି । କଳାହାଣ୍ଡି କଳାକାର ସଙ୍ଘ ସଭାପତି ଅବଦୁଲ କାଦିର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ସମ୍ପାଦକ ରିୟାଜ ଖାଁ, ଯୁଗ୍ମ ସମ୍ପାଦକ ଉମାକାନ୍ତ ବାଗ, ବିଶ୍ୱରଞ୍ଜନ ଧଙ୍ଗଡ଼ାମାଝୀ,ଉପସଭାପତି ପଦ୍ମନାଭ କୁମ୍ଭାର, କାହ୍ନୁ ଚରଣ ଗୌଡ଼, ଗୁରୁ ଭୀମସେନ ସାହୁ, ମନୋଜ ଶର୍ମା, ତରୁଣ ମହାପାତ୍ର, କ୍ଷୀରସିନ୍ଧୁ ନାଏକ, ସୁଶୀଲ ଗହୀର,ଦିଲୀପ ଯାନୀ, ବାବୁଲାଲ ଶର୍ମା, ଯଯାତି ନାଏକ, ସୁନାମ ମୁନ୍ନା, ସୁରେଶ ମାଝୀ,  ଶଶାଙ୍କ ପଣ୍ଡା, ସୁବିର ଠାକୁର, ସୁରେଶ ନାଏକ, ରଞ୍ଜନ ସାହୁ, ପ୍ରଶାନ୍ତ ମିଶ୍ର, ବିରେନ ପାଢ଼ୀ ଙ୍କ ସମେତ ବହୁ କଳାକାର ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ତାଙ୍କ ବହୁମୁଖୀ ପ୍ରତିଭା ର ଶ୍ରୁତି ଚାରଣ କରିଥିଲେ । "ଆମର ପରା କେ ନାଇ ଆଏବ ବୁଲି" :ଆଉ ଫେରିବେନି କେବେ ମହାନ ସମ୍ବଲପୁରୀ ସଂଗୀତଜ୍ଞ ଶ୍ରୀରାମ ଲୁହାର । ତର୍ଜମା ପରିବାର ତରଫରୁ ମହାନ କଳାକାର ଙ୍କୁ ଅଶ୍ରୁପୂର୍ଣ ଶ୍ରଦ୍ଧାଞ୍ଜଳୀ ---ଓଁଶାନ୍ତି--ଓଁଶାନ୍ତି--ଓଁଶାନ୍ତି  ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe