ଗୋଲାମୁଣ୍ଡା,(ତର୍ଜମା ନ୍ୟୁଜ)- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଡୁରୀ ଗ୍ରାମ ତେଲ ନଦୀ କୂଳରୁ ଜଣେ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ଦଶପୁର ଫାଣ୍ଡି ଫରଙ୍ଗ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଗଜେନ୍ଦ୍ର ଭୋଇଙ୍କର ବୋଲି ତାଙ୍କ ପରିବାର ଲୋକ ଚିହ୍ନଟ କରିଛନ୍ତି । ଗତ ୧୩ ତାରିଖ ରୁ ଗଜେନ୍ଦ୍ର ନିଖୋଜ ଥିବା ନେଇ ପରିବାର ଲୋକେ ଦଶପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ଘଟଣା ସ୍ଥଳ ରେ କେଗାଁ ଥାନା ଏସଆଇ ଲିଙ୍ଗରାଜ ହାଁସଦା ପହଂଚି ଶବ ଜବତ କରିବା ସହ ପ୍ରାଥମିକ ତଦନ୍ତ କରିଥିଲେ । ଥାନା କେସ ନମ୍ବର ୧୧/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି । ଶବଟି ଗଳିତ ଅବସ୍ଥାରେ ଥିବାରୁ ଘଟଣାସ୍ଥଳକୁ ଡାକ୍ତରୀ ଟିମ୍ ଆସି ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡିଛି ।
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଡୁରୀ ଗ୍ରାମ ତେଲ ନଦୀ କୂଳରୁ ଜଣେ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି
By: Tarzama News
0



Post a Comment