(ତର୍ଜମା ନ୍ୟୁଜ) କଳାହାଣ୍ଡି ଜିଲ୍ଲାର ଜଣେ ନିର୍ଭୀକ ସାମ୍ବାଦିକ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ଙ୍କ ଉପରେ ଜୁନାଗଡ଼ ଠାରେ ମାରଣାନ୍ତକ ଆକ୍ରମଣ ଘଟଣା ସମଗ୍ର ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପାଇଛି ।ଜୁନାଗଡ଼ ପୋଲିସ ଅଭିଯୁକ୍ତ କୁ ଆଜି କୋର୍ଟ ଚାଲାଣ କରିଛି ।ତେବେ ଜଣେ ସଚ୍ଚୋଟ, ବରିଷ୍ଠ ସାମ୍ବାଦିକ ଙ୍କ ଉପରେ ଆକ୍ରମଣ ଘଟଣା କୁ ଜିଲ୍ଲା ଓକିଲ ସଂଘ ଏବଂ ଜିଲ୍ଲାର ସମସ୍ତ ଓକିଲ ସଂଘ ତରଫରୁ ଘଟଣା ର ତୀବ୍ର ନିନ୍ଦା କରିବା ସହ ଅଭିଯୁକ୍ତ ପାଇଁ କୌଣସି ଓକିଲ ଜାମିନ ଆବେଦନ କିମ୍ବା କେଶ ଲଢ଼ିବେ ନାହିଁ ବୋଲି ନିଷ୍ପତ୍ତି କରିଥିବା ଯୋଗୁଁ ଅଭିଯୁକ୍ତ କୁ କୋର୍ଟ ଚାଲାଣ ସମୟରେ କୌଣସି ଓକିଲ ଜାମିନ ଆବେଦନ କରି ନ ଥିଲେ ।ଫଳରେ ଅଭିଯୁକ୍ତ କୁ କୋର୍ଟ ଜେଲ ହଜାତ କୁ ପଠେଇ ଦେଇଥିବା ଜଣା ପଡ଼ିଛି । ଏହି ଘଟଣା ର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା କଳାହାଣ୍ଡି ଜର୍ଣ୍ଣାଲିଷ୍ଟ ୟୁନିୟନ ର ସଭାପତି ମହମ୍ମଦ ଅଲ୍ଲୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଦିନ କୁ ଦିନ ଗଣ ମାଧ୍ୟମ ପ୍ରତିନିଧି ଙ୍କ ଉପରେ ଆକ୍ରମଣ ଘଟଣା କୁ ନିନ୍ଦା କରିବା ସହ ଜିଲ୍ଲା ର ଓକିଲ ସଂଘ ପକ୍ଷରୁ ଅଭିଯୁକ୍ତ ସପକ୍ଷରେ କେଶ ନ ଲଢ଼ିବା ନିଷ୍ପତ୍ତି କୁ ସ୍ୱାଗତ କରିଛନ୍ତି ।ଗଣମାଧ୍ୟମ ଉପରେ ଆକ୍ରମଣ ବିରୁଦ୍ଧରେ ଓକିଲ ମାନଙ୍କ ନିଷ୍ପତ୍ତି ଯୋଗୁଁ ଜିଲ୍ଲା ର ସମସ୍ତ ଓକିଲ ମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ।ଏହି ଘଟଣା ସମ୍ପୂର୍ଣ ପ୍ରାୟୋଜିତ ଏବଂ ରାଜନୈତିକ ଆକ୍ରୋଶ ର ପ୍ରତିଫଳନ ବୋଲି ପ୍ରକାଶ କରି ପୋଲିସ ନିରପେକ୍ଷ ଭାବରେ କେଉଁ ମାନଙ୍କ ପ୍ରଚ୍ଛନ୍ନ ହାତ ରହିଛି ତାର ତଦନ୍ତ କରି ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଭାପତି ମହମ୍ମଦ ଅଲ୍ଲୀ ଦାବି କରିଛନ୍ତି ।
ବରିଷ୍ଠ ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା:ଓକିଲ ସଂଘର ନିଷ୍ପତ୍ତି କୁ ସ୍ୱାଗତ ।
By: Tarzama News
0


Post a Comment