//BREAKING//
Loading...

ଦୀର୍ଘ ବର୍ଷ ବର୍ଷ ଧରି ପଶ୍ଚିମ ଓଡିଶା ତଥା କେବିକେ ଅଞ୍ଚଳ କୁ ମିଶାଇ ସ୍ବତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦାବି କରି ଆସୁଛି କୋଶଳରାଜ୍ୟ ମୁକ୍ତି ମୋର୍ଚା


 ଭବାନୀ ପାଟଣା:-(ତର୍ଜମା ନ୍ୟୁଜ)  ଦୀର୍ଘ ବର୍ଷ ବର୍ଷ ଧରି  ପଶ୍ଚିମ ଓଡିଶା ତଥା କେବିକେ ଅଞ୍ଚଳ କୁ ମିଶାଇ ସ୍ବତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦାବି କରି ଆସୁଛି କୋଶଳରାଜ୍ୟ ମୁକ୍ତି ମୋର୍ଚା ।ବିଭିନ୍ନ ସମୟରେ ଆନ୍ଦୋଳନ କରିବା ସହ ବନ୍ଦଡାକରା ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଠାରେ ଦାବିଉପସ୍ଥାପନ କରି ଆସୁଥ‌ିବା ବେଳେ ସରକାର ଏଥୁପ୍ରତି କୌଣସିପଦକ୍ଷେପ ଗ୍ରହଣ କରୁନଥିବା ବେଳେ ଗତ ୫ ତାରିଖ ରେ ବିଧାନସଭାଘେରାଉ କରିବା ପରେ ମଧ୍ୟ ସରକାର ପଶ୍ଚିମ ଓଡିଶା ବାସୀଙ୍କ ଦାବି କୁକର୍ଣ୍ଣପାତ  କରୁ ନ ଥିବାରୁ ଆସନ୍ତା ଜୁଲାଇ୨୯ ତାରିଖ ଦିନ କୋଶଳାଞ୍ଚଳ ସହ ସଂଲଗ୍ନ ଉପକୂଳ ଓଡିଶାର ସମସ୍ତ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ ସହ ଅର୍ଥନୈତିକ ଅବରୋଧକରାଯିବ । ଏହି ଅବରୋଧ ପଶ୍ଚିମ ଓଡିଶାର ଦେବଗଡ଼,ବୌଦ୍ଧ, ରେଡ଼ାଖୋଲ, ଓକଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଠାରେ ଏହି ଅର୍ଥନୈତିକଅବରୋଧ କରାଯିବ ବୋଲି ଅନୁଷ୍ଠିତ  ଏକ ସାମ୍ବାଦିକ ସମ୍ମିଳନୀ ରେ କୋଶଳ ରାଜ୍ୟମୁକ୍ତିମୋର୍ଚ୍ଚା ସଭାପତି ସାଗର ଚରଣ ଦାସ ପ୍ରକାଶ କରିଛନ୍ତି।ଏହାସହ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ଠାରୁ ଆରମ୍ଭ କରି ପଶ୍ଚିମ ଓଡିଶା ବିକାଶ ପରିଷଦ ମୂଖ୍ୟ କାର୍ଯ୍ୟାଳୟ କୁ ପଶ୍ଚିମ ଓଡ଼ିଶାରେ ସ୍ଥାପନ ଭଳି ଅନେକଦାବି ଦୀର୍ଘ ଦିନ ଧରି ପଶ୍ଚିମ ଓଡିଶା ବାସୀ କରି ଆସୁଥିଲେ ମଧ୍ୟ ସରକାର ଏଥପ୍ରତି ଦୃଷ୍ଟି ଦେଉନଥ‌ିବା ଅଭିଯୋଗ କରିଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା।ସେପଟେ ଏ ସମସ୍ତ ଦାବି ନେଇ ଆଗାମୀ ଦିନରେକୋଶଳ ମୁକ୍ତି ମୋର୍ଚା ପକ୍ଷରୁ ପଶ୍ଚିମ ଓଡିଶାର ପ୍ରତ୍ୟେକ ଗାଁକୁ ପଦ ଯାତ୍ରା ସହ ମହାବନ୍ଦଡାକରା ଦିଆଯିବ ବୋଲି ଆଜି ହୋଟେଲ ମିଡ ଟାଉନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ପ୍ରକାଶ ପାଇଛି। ଏହି ଅବରୋଧ କାର୍ଯ୍ୟକ୍ରମ ରେ ସମସ୍ତ ପଶ୍ଚିମ ଓଡିଶା ବାସୀ ଙ୍କ ସକ୍ରିୟ ସହଯୋଗ କରିବାକୁ ନିବେଦନ କରାଯାଇଛି ।



Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe