ଭବାନୀ ପାଟଣା(ତର୍ଜମା ନ୍ୟୁଜ)-
ରାଧାକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ ଶାନ୍ତପୁର ଠାରେ ୭-୭-୨୦୨୨ ତାରିଖରେ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା।ତତ୍ ସହିତ ଭବାନୀପାଟଣା ବନାଞ୍ଚଳ, ଶାନ୍ତପୁର ସେକ୍ସନ ଆନୁକୁଲ୍ୟରେ ବିଦ୍ୟାଳୟରେ ୭୩ତମ ବନମହୋତ୍ସବ ପାଳନ କରାଯାଇଥିଲା।ଉକ୍ତ ଦିବସରେ ଏକ ସଭାର ଆୟୋଜନ କରାଯାଇଥିଲା।ଉକ୍ତ ସଭାରେ ପ୍ରଧାନ ଶିକ୍ଷକ ତଥା ବନ ବିଭାଗର ଅଧିକାରୀ ମାନେ ବୃ୍କ୍ଷରୋପଣ ର ଉପକାରିତା, ଯତ୍ନଶିଲତା ଓ ସଚେତନତା ବିଷୟରେ ବାର୍ତ୍ତା ଦେଇଥିଲେ।ଏବଂ ବିଦ୍ୟାଳୟ ପରିସର ମଧ୍ୟରେ ବନବିଭାଗର କର୍ମଚାରୀ, ଶିକ୍ଷକ ଓ ଶକ୍ଷୟିତ୍ରୀମାନେ, ଛାତ୍ରଛାତ୍ରୀମାନେ ବୃକ୍ଷ ରୋପଣ କରିଥିଲେ। ଉକ୍ତ କାର୍ଯକ୍ରମରେ ବନପାଳ ଶାନ୍ତପୁର ଶ୍ରୀ ରତ୍ନାକର ଧରୁଆ, ବନରକ୍ଷୀ ଶ୍ରୀ ଭବାନୀଶଙ୍କର ପରିଛା,ଶ୍ରୀ ଇନ୍ଦୁ ଭୂଷଣ ଧଙ୍ଗଡାମାଝୀ,ପ୍ରଧାନ ଶିକ୍ଷକ ଶ୍ରୀ ସାରଙ୍ଗଧର ଠାକୁର ତଥା ସହକାରୀ ଶିକ୍ଷକ ଓ ଶକ୍ଷୟିତ୍ରୀବୃନ୍ଦ, ଏ ଏନ ମ, ଆଶାକର୍ମୀ, ଛାତ୍ରଛାତ୍ରୀ ଓ ଗ୍ରମ୍ୟବିକାଶ ସଙ୍ଗଠନ (P -Ngo)ର ଉନ୍ନୟନ ଅଧିକାରୀ ଶ୍ରୀ ଉମେଶ ଚନ୍ଦ୍ର ଗଉଡ଼ ଉପସ୍ଥିତ ଥିଲେ।






Post a Comment