ସ୍ୱାଧୀନତା ପରବର୍ତୀ ଇତିହାସ କୁ ପର୍ଯ୍ୟାଲୋଚନା କରିବାର ଆବଶ୍ୟକତା ଅଛି ।ପଶ୍ଚିମ ଓଡିଶାର ସମସ୍ତ ଗଡଜାତ ରାଜ୍ୟ ମଧ୍ୟ 1947 ଅଗଷ୍ଟ 15 ଦିନ ସ୍ୱାଧୀନତା ପାଇଥିଲେ ।ଦେଶର ପ୍ରଥମ ଭାଷା ଭିତ୍ତିକ ଗଠନ 1936 ମସିହା ରେ ହୋଇଥିଲା ଯାହାକି କେବଳ ଭାଷା କୁ ନେଇ ଓଡିଶା ରାଜ୍ୟ ଗଠନ ହୋଇ ଥିଲା ।ସେହି ସମୟରେ ପଶ୍ଚିମ ଓଡିଶାର ଗଡଜାତ ରାଜ୍ୟ ଗୁଡିକ ନିଜର ସ୍ୱତନ୍ତ୍ର ଭାଷା, ସଂସ୍କୃତି, ପରମ୍ପରା ଓ ଖାଦ୍ୟଭ୍ୟାସ ଯୋଗୁଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା ଏଣୁ ଭାଷାଭିତ୍ତିକ ରାଜ୍ୟ ଗଠନ ସମୟରେ ପଶ୍ଚିମ ଓଡିଶା ସମେତ ଗଡ଼ଜାତ ରାଜ୍ୟ ଗୁଡିକୁ ଉପେକ୍ଷା କରାଯାଇ ସ୍ୱତନ୍ତ୍ର ଓଡିଶା ଗଠନ ସମୟରେ 1936 ରେ ଅବହେଳା କରାଯାଇ ଥିଲା ।ସ୍ୱାଧୀନତା ପରବର୍ତୀ ଦୁଇ ବର୍ଷ ମଧ୍ୟ ଏହି ଗଡଜାତ ରାଜ୍ୟ ଗୁଡିକ ନିଜର ସ୍ୱତନ୍ତ୍ର ପରିଚୟ ରେ ପରିଚିତ ହୋଇ 1949 ପର୍ଯ୍ୟନ୍ତ ସ୍ୱତନ୍ତ୍ର ରାଜ୍ୟ ଭାବରେ ରାଜା ମହାରାଜା ମାନଙ୍କ ଶାସନାଧୀନ ରହିଥିଲା ।ଦେଶର 102 ଟି ସ୍ୱତନ୍ତ୍ର ରାଜ୍ୟ କୁ ମିଶ୍ରଣ କରିବା ଲକ୍ଷ୍ୟ ନେଇ ସର୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଉଦ୍ୟମରେ ଏହି ଗଡଜାତ ର ସ୍ୱତନ୍ତ୍ର ରାଜ୍ୟ ଗୁଡିକ ଭାରତ ଦେଶରେ ମିଶ୍ରଣ ହୋଇଥିଲା ।ଏଥିସହ ଛତିଶ ଟି ଗଡ଼ କୁ ନେଇ ଗଠିତ ଗଡଜାତ ଗୁଡିକର ମିଶ୍ରଣ ସମୟରେ ପଶ୍ଚିମ ଓଡିଶାର 11ଟି ଜିଲ୍ଲାକୁ ଓଡ଼ିଶାରେ ମିଶ୍ରଣ ସହ ଅବଶିଷ୍ଟ ଗଡଜାତ ରାଜ୍ୟ କୁ ମଧ୍ୟପ୍ରଦେଶ ରେ ମିଶ୍ରଣ କରି ଦିଆ ଗଲା ।ସ୍ଵର୍ଣପ୍ରଶୁ, ହୀରା, ନିଳା, ମୋତି, ମାଣିକ୍ୟ, ତଥା ଜଳ ଓ ଖଣିଜ ସମ୍ପଦ ରେ ଭରପୁର ଏହି ରାଜ୍ୟ ଗୁଡିକୁ ଓଡିଶା ର ଅଂଶ ବିଶେଷ ଭାବେ ମିଶ୍ରଣ କରି ଜିଲ୍ଲା ର ମାନ୍ୟତା ପ୍ରଦାନ କରିଦିଆଗଲା ।ଏଥିସହ ସ୍ୱତନ୍ତ୍ର ଓଡିଶା ରାଜ୍ୟର ଶିକ୍ଷିତ ବର୍ଗ ଏହି ମିଶ୍ରଣ ର ସୁଯୋଗ ନେଇ ଏହି ଗଡଜାତ ର ପଶ୍ଚିମ ଓଡିଶା ଅଞ୍ଚଳକୁ ନିଜ ଭିଟା ମାଟି ଛାଡି ଆସି ଆମ ସଂସ୍କୃତି, ପରମ୍ପରା, ଭାଷା, ଉପରେ ନିଜର ଆଧିପତ୍ୟ ବିସ୍ତାର କରି ଆମ ଭାଷା କୁ, ସଂସ୍କୃତି କୁ, ପରମ୍ପରା କୁ ଧ୍ବଂସ ବା ଅପମିଶ୍ରଣ କରି ଏ ମାଟି, ପାଣି, ପବନ, କୁ ଅକ୍ତିଆର କରି ନେଲେ ।ଏଥିସହ ଏହି ପବିତ୍ର ପଶ୍ଚିମ ଓଡିଶାର ମୂଳ ଅଧିବାସୀ ମାନଙ୍କୁ ସ୍ୱାଧୀନତା ପରବର୍ତୀ ସମୟରେ ନିଜ ପେଟ ପୋଷିବା ପାଇଁ ଆସିଥିବା ସ୍ୱତନ୍ତ୍ର ଓଡିଶା ର ଅଧିବାସୀ ଓ ଅନ୍ୟାନ୍ୟ ରାଜ୍ୟ ରୁ ଆସି ଏଇଠି ନିଜର କାୟା ବିସ୍ତାର କରି ଥିବା ବ୍ୟବସାୟୀ ମାନଙ୍କ ସହ ଗତ 70 ବର୍ଷ ଧରି ଓଡିଶା କୁ ଶାସନ କରୁଥିବା ବିଭିନ୍ନ ରାଜନୈତିକ ଦଳ ମାନେ ଲଗାତାର ଅବହେଳା ପ୍ରଦର୍ଶନ କରିବା ସହ ବିକାଶ ର ମିଥ୍ୟା ବାହାସ୍ଫୋଟ ମାରି ବିଭ୍ରାନ୍ତ କରି ଚାଲିଛନ୍ତି ।ଆଜି ଏ ଅଞ୍ଚଳ ର ଯୁବକ, ଯୁବତୀ ଦେଶ ବିଦେଶର ବିଭିନ୍ନ ଉନ୍ନତ ଶିକ୍ଷା ଅନୁଷ୍ଠାନ ରେ ଅଧ୍ୟୟନ କରି ନିଜକୁ ସ୍ୱାବଲମ୍ବୀ କରିବା ସହ ଦେଶ ବିଦେଶରେ ଅନେକ ସୁନାମ ଅର୍ଜନ କରି ପାରିଛନ୍ତି ।କିନ୍ତୁ ରାଜ୍ୟସରକାର ମାନେ ଆମ ପଶ୍ଚିମ ଓଡିଶା କୁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ସରକାରୀ ଚାକିରୀ କ୍ଷେତ୍ରରେ ଅବହେଳା କରି ଚାଲିଛନ୍ତି ।ଯେଉଁମାନେ ସ୍ୱତନ୍ତ୍ର କୋଶଳ ରାଜ୍ୟ କୁ ବିରୋଧ କରୁଛନ୍ତି ସେମାନେ କିମ୍ବା ରାଜ୍ୟ ସରକାର କୁ ଗୋଟିଏ ତଥ୍ୟ ଭିତ୍ତିକ ଚେଲେଞ୍ଜ ସ୍ୱାଧୀନତା ପୂର୍ବବର୍ତ୍ତୀ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ର ସୁନାମ ଧନ୍ୟ ଶିକ୍ଷା ଅନୁଷ୍ଠାନ ରେ ଆମ ପଶ୍ଚିମ ଓଡିଶା ର କେତେ ଭାଗ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି କହି ପରିବେକି କିମ୍ବା ପଶ୍ଚିମ ଓଡ଼ିଶାରେ ମେଡିକାଲ, ଇଂଜିନିଅରିଂ କଲେଜ ଗୁଡିକ ରେ କେତେ ଭାଗ ସ୍ଥାନୀୟ ଛାତ୍ର ଙ୍କୁ ଅଧ୍ୟୟନ କରିବାକୁ ସୁଯୋଗ ମିଳୁଛି କହି ପରିବେକି ।ସରକାରୀ କିମ୍ବା ବେସରକାରୀ ଚାକିରୀ କ୍ଷେତ୍ରରେ ସ୍ଥାନୀୟ ବେକାର ଯୁବକ ଙ୍କୁ ନିଯୁକ୍ତି ବଦଳ ରେ ଶତ ପ୍ରତିଶତ ଉପକୂଳ ଓଡ଼ିଶା ବେକାର ଯୁବକ, ନେତା, ମନ୍ତ୍ରୀ ଙ୍କ ସମ୍ପର୍କୀୟ ଓ ଯେଉଁ ମାନେ ନିଜ ଜନ୍ମ ମାଟି ଭିଟା ମାଟି ଛାଡି ପେଟ ପୋଷିବା ପାଇଁ ଆସିଥିବା ଓ ସ୍ଥାୟୀ ଭାବେ ବସବାସ କରି ନିଜକୁ ପଶ୍ଚିମ ଓଡିଶାର ସ୍ଥାୟୀ ବାସିନ୍ଦା ବୋଲି ପରିଚୟ ଦେଇ ନିଜ ଭାଷା ସଂସ୍କୃତି କୁ ପଶ୍ଚିମ ଓଡ଼ିଶାର ମୂଳ ଅଧିବାସୀ ମାନଙ୍କ ନ୍ୟାର୍ଯ୍ୟ ଅଧିକାର କୁ ଛଡେଇ ନେଉ ନାହାନ୍ତି କି ?ଏହିପରି ଭାବରେ ଦୀର୍ଘ 70 ବର୍ଷ ଧରି ଶୋଷିତ, ଲାଂଛିତ, ଅବହେଳିତ ହୋଇ ବଞ୍ଚିବା ଅପେକ୍ଷା ନିଜ ମାଟି, ନିଜ ସଂସ୍କୃତି, ପରମ୍ପରା ଓ ପଶ୍ଚିମ ଓଡିଶାର ମହାନ ପରମ୍ପରା କୁ ରକ୍ଷା କରିବା ପାଇଁ ଶାସକ ବର୍ଗ ଙ୍କ ଶୋଷଣ ର ପରିସମାପ୍ତି କରିବା ପାଇଁ କେବଳ ମୁକ୍ତି ସଂଗ୍ରାମ ହିଁ ଶେଷ ସଂଗ୍ରାମ ହେବା ଉଚିତ ।ନଚେତ ଦାଦନ ସମସ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ନିଯୁକ୍ତି କ୍ଷେତ୍ରରେ ଚିରଦିନ ଅବହେଳିତ ରହିଯିବା ସହିତ ଆମ ସଂସ୍କୃତି, ପରମ୍ପରା, ଭାଷା,ଲୋପ ପାଇ ଯିବା ସହ ଆମ ଖଣିଜ ସମ୍ପଦ କୁ ଲୁଟେରା କମ୍ପାନୀ ଧନୀ ପୁଞ୍ଜିପତି ଓ ରାଜ୍ୟ ସରକାର ମାନଙ୍କ ମିଳିତ ଭାବେ ମଧୁଚନ୍ଦ୍ରିକାକୁ ସମାପ୍ତ କରିବା ଅସମ୍ବବ ।
ଆଜି ପଶ୍ଚିମ ଓଡ଼ିଶାର ଗଡଜାତ ଅଞ୍ଚଳ ର ସ୍ୱାଭିମାନି ଯୁବକ ନିଜ ହକ ଅଧିକାର ହାସଲ କରିବା ପାଇଁ ଆଗେଇ ଆସିଛି ।ଇତିହାସ ସାକ୍ଷୀ ଅଛି ସିପାହୀ ବିଦ୍ରୋହ ପୂର୍ବରୁ 1852 ମସିହାରୁ ଏହି ଗଡଜାତ ରାଜ୍ୟ ମାନଙ୍କରେ ବୀର ସହିଦ ବିର୍ଷା ମୁଣ୍ଡା, ସହିଦ ରେଣ୍ଡୋ ମାଝୀ, ସହିଦ ଲକ୍ଷ୍ମଣ ନାଏକ, ବୀର ସୁରେନ୍ଦ୍ର ସାଏ ଙ୍କ ଭଳି ବିପ୍ଲବୀ ଇଂରେଜ ସରକାରଙ୍କ ବିରୁଦ୍ଧରେ ସ୍ୱାଧୀନତା ସଂଗ୍ରାମ ଆରମ୍ଭ କରି ସହିଦ ହୋଇଥିଲେ କିନ୍ତୁ ଆଜି ବି ଏହି ବୀର ଯୋଦ୍ଧା, ସହିଦ ସ୍ୱାଧୀନତା ସଂଗ୍ରାମୀ ପୁରୁଷ ମାନଙ୍କୁ କୌଣସି ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର ମାନେ ଉଚିତ ସମ୍ନାନ ଦେଇ ନାହାନ୍ତି ।ଏଣୁ ଏହି ଗଡଜାତ ରାଜ୍ୟ ଗୁଡିକ ର ତଥାକଥିତ ପଶ୍ଚିମ ଓଡିଶା କୁ ସ୍ୱତନ୍ତ୍ର କୋଶଳ ରାଜ୍ୟ ଭାବେ ଭାଷା ଭିତ୍ତିକ ରାଜ୍ୟ ଓଡିଶା ଠାରୁ ଅଲଗା ହେବା ସମୟ ଆସିଛି ।ଦେଶ ସ୍ୱାଧୀନତା ର ଦୁଇ ବର୍ଷ ପରେ ଏହି ଗଡଜାତ ରାଜ୍ୟ ଗୁଡିକ ଓଡିଶା ରେ ମିଶ୍ରଣ ହୋଇ ଥିଲା ଆମ ପ୍ରତି ଓ ଏ ଅଞ୍ଚଳ ପ୍ରତି ରାଜ୍ୟ ସରକାର ମାନେ ବିଶ୍ୱାସଘାତକତା କରିଛନ୍ତି ଓ କରୁଛନ୍ତି ମଧ୍ୟ ଏଥିସହ ଆମ ଅଂଚଳ ରୁ ଭୋଟ ପାଇ ନିର୍ବାଚିତ ହୋଇ ବିଧାନସଭା ଓ ଲୋକସଭା, ଓ ରାଜ୍ୟସଭା ରେ ପ୍ରତିନିଧି ମାନେ ନିଜ ଅଞ୍ଚଳ ର ସମ୍ମାନ ଓ ସ୍ୱାଭିମାନ କୁ ଜଳାଞ୍ଜଳି ଦେଇ କେବଳ ନିଜ ଦଳ ଓ ନିଜ ନେତା ମାନଙ୍କ ଗୋଲାମୀ କରିବା ଫଳରେ ଆଜି କୋଶଳ ରାଜ୍ୟ ଗଠନ ର ଆବଶ୍ୟକତା ଅଛି ।ଆମେ ଗଢିବୁ ଆମ ଭାଗ୍ୟ, ଆମେ ଗଢିବୁ ଆମ ରାଜ୍ୟ ।
"ଜୟ କୋଶଳ, ଜୟ କୋଶଳ"
ମହମ୍ମଦ ଅଲ୍ଲୀ,ବରିଷ୍ଠ ସାମ୍ବାଦିକ,
ଭବାନୀ ପାଟଣା,
କଳାହାଣ୍ଡି


Post a Comment