ଜମି ଜାଲିଆତି ଘଟଣାରେ ଗିରଫ ହେଲେ ୫ ଜଣ ଜମି ମାଫିଆ।
ମାତିଛନ୍ତି ଜମି ମାଫିଆ ସାଧାରଣ ଗରିବ ଲୋକଙ୍କ ଜମିକୁ ଜାଲିଆତି କରି ବିକ୍ରି କରିବାରେ ମାହୀର ଏମାନେ।ଏଭଳି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲାରୁ।ଅଭିଯୋଗ ଅନୁଯାୟୀ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଡ଼ାକବାହାଲି ଗାଁର ନରୋତ୍ତମ ଗୌଡ଼ଙ୍କ ଜମିକୁ ଜାଲିଆତି କରି ବିକ୍ରି କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ନରୋତ୍ତମ।ସୂଚନା ଅନୁଯାୟୀ ନରୋତ୍ତମ ଗୌଡ଼ ଙ୍କ ନାଁରେ ୪ ଏକର ୩୩ ଡିସମିଲ ଚାଷ ଜମି ରହିଥିଲା କିଛି ଦିନ ତଳେ ସେହି ଗାଁରେ ଜମି ମାଫିଆ ଜମି କିଣା ବିକା କରୁଥିବା ରୁ ସେ ନିଜ ଜମିକୁ ଯାଞ୍ଚ କରାଇ ଥିଲେ ।ପରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ୪ ଏକର ୪୦ ଡିସମିଲ ରୁ ୧ ଏକର ୩୦ ଡିସମିଲ ପ୍ରଦୀପ ଜୈନ ଓ କ୍ଷେତ୍ର ମୋହନ ହୋତା ନାଁରେ ଅଛି। ପରେ ତାଙ୍କ ଜମି ଜାଲିଆତି କରି ବିକ୍ରି କରି ଦିଆଯାଇଥିବା ନେଇ ନରୋତ୍ତମ ତୁରନ୍ତ ଜମି କ୍ରେତା ଙ୍କ ନିକଟ କୁ ଯାଇ ଆଲୋଚନା କରିବାରୁ ସେ ଦଲାଲ ଙ୍କ ଠାରୁ ଜମି କିଣି ଥିବା କଥା କହିଥିବା ବେଳେ ଏନେଇ ନରୋତ୍ତମ ତୁରନ୍ତ ପୋଲିସ ର ଦ୍ୱରାସ୍ତ ହୋଇଥିଲେ।ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଆରମ୍ଭ କରିଥିଲା ତଦନ୍ତ ।ପୋଲିସ ର ତଦନ୍ତ ଅନୁଯାୟୀ ଭାବାନୀପାଟଣା ସହରର ୫ ଜଣ ଜମି ମାଫିଆ ନରେଶ ପ୍ରଧାନୀ,ଆଶୁତୋଷ ପାଣିଗ୍ରାହୀ,କୁନା ପାତ୍ର,
ଅନ୍ତର୍ଯ୍ୟାମୀ ପଣ୍ଡା ଓ ଡ଼ାକବାହାଲି ଗାଁର ମକରରନ୍ଦ ଗୌଡ଼ ମିଶି ନରୋତ୍ତମ ଙ୍କ ଜମିକୁ ବେଶ ଚତୁରତାର ସହ ଜାଲିଆତି କରିଥିଲେ।ପ୍ରଥମେ ଏମାନେ ନରୋତ୍ତମ ନାଁରେ ଅନ୍ୟ ଜଣେ ଲୋକଙ୍କୁ ରେଜିଷ୍ଟ୍ରେସନ କାର୍ଯ୍ୟାଳୟ କୁ ନେଇ ସେଠାରେ ବିକ୍ରୟ କବଲା ପ୍ରସ୍ତୁତ କରି ଦୁଇଜଣ ଲୋକଙ୍କୁ ବିକ୍ରି କରିଛନ୍ତି ଜମି ମାଫିଆ। ପୋଲିସ ଏହି ୫ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଠାରୁ ୩ ଲକ୍ଷ ଟଙ୍କା ଜବତ କରିଥିବା ନେଇ ପୋଲିସ ସୂଚନା ଦେଇଛି।ତେବେ ଏଠି ପ୍ରଶ୍ନ ଉଠୁଛି ସାଧାରଣ ଲୋକଙ୍କ ଜମି କୁ କିଭଳି ଜାଲିଆତି କଲେ ଜମି ମାଫିଆ ।ପ୍ରକୃତ ଜମି ମାଲିକଙ୍କ ଅଜାଣତରେ କିଭଳି ବିକ୍ରୟ କବଲା ପ୍ରସ୍ତୁତ ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟ ରେ ସମ୍ଭବ ହେଲା।ତେବେ ଏଥିରେ ଅନେକ ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ଖୁଲମ ଖୁଲା ଜଣାପଡୁଥିବା ବେଳେ ଏନେଇ ପୋଲିସ ଜିଲ୍ଲା ସବ ରେଜିଷ୍ଟ୍ରର ଅଧିକାରୀ ଙ୍କୁ ମଧ୍ୟ ଜେରା କରିବା ସହ ନୋଟିସ ଜାରି କରିଛି । ଏନେଇ ଆଜି ଏସପି ଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ବିଜୟ କୁମାର ନନ୍ଦ ସୂଚନା ଦେଇଛନ୍ତି।



Post a Comment