ବିଜୁ ଜନତା ଦଳ ଆସନ୍ତା ଡିସେମ୍ବର ୨୬ତାରିଖରେ ତାର ୨୫ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି।
ଏହି ଅବସରକୁ ସ୍ମରଣୀୟ କରିବା ପାଇଁ ପ୍ରତି ପଞ୍ଚାୟତ ଓ ୱାର୍ଡ ସ୍ତରରେ ୨୫ଟି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବାହୁଡା ଦିନ ଠାରୁ କଳାହାଣ୍ଡି ଜିଲ୍ଲାରେ ଆରମ୍ଭ କରାଯାଇଛି । ଏହି ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଭବାନୀପାଟଣା ପୋଲିସ ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲା ସାଧାରଣ ସମ୍ପାଦକ ଭବାନୀ ଶଙ୍କର ମିଶ୍ର, ଉପ ସଭାପତି ଜିତେନ୍ଦ୍ର ମହାନ୍ତି , ମ୍ୟୁନିସିପାଲିଟି ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ଉପ ସଭାପତି ମଣ୍ଟୁ ନାଏକ, ଜିଲ୍ଲା ଛାତ୍ର ସଭାପତି ଅଜିତ ସାହୁ, ରାଜ୍ୟ ପରିଷଦ ସଦସ୍ୟ ଭବାନୀ ଶଙ୍କର ନିଆଲ, ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ଯୁବ ଜୋନ ସଭାପତି ମନିନ୍ଦ୍ର ମହାନ୍ତି, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ଅଭିଷେକ ମହାପାତ୍ର, ଯୁବନେତା ରବି ପଟ୍ଟନାୟକ, ଦିନେଶ ବଗର୍ତୀ, ଅମିତ ଯାଦବ, ଲବଣୀ ମହାନନ୍ଦ, ଜିତେନ୍ଦ୍ର ବେହେରା, କ୍ଷୀରସିନ୍ଧୁ ନାଏକ, ସତ୍ୟବ୍ରତ ଦାସ, ନିହାର ମିଶ୍ର, କାମାକ୍ଷ ସିଂହଦେଓ, ଚକ୍ର ସେଠୀ, ସୁଶିଲ ସାହୁ, ଆଶୁ ପୁରୋହିତ ପ୍ରମୁଖ ଯୋଗଦେଇଥିଲେ ।




Post a Comment