//BREAKING//
Loading...

ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାଶଙ୍କୁ ଆକ୍ରୋଶ ମୂଳକ ଗିରଫଦାରୀକୁ କଳାହାଣ୍ଡି ରେ ପ୍ରତିବାଦ।

 ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରିଆସୁଥିବା ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାଶଙ୍କୁ ରାତି ଅଧିଆ ବେକକୁ ଚିପିବା, ମୁହଁ ବନ୍ଦ କରିବା, ଜଣେ ଦୁର୍ଦ୍ଧାନ୍ତ ଅପରାଧୀ ସଦୃଶ ଗାମୁଛା ଗୋଡାଇ  ଗିରଫ କରଯିବାକୁ ନେଇ କଳାହାଣ୍ଡି ରେ ପ୍ରତିବାଦ କରାଯିବା ସହ ଏହାକୁ ନିନ୍ଦା କରାଯାଇଛି । କଳାହାଣ୍ଡି ଜିଲ୍ଲାର ଭବାନୀ ପାଟଣା ସ୍ଥିତ ଅମଲା ଭବନ ଠାରେ ଜିଲ୍ଲାର ସାମ୍ୱାଦିକ ଓ ବୁଦ୍ଧିଜୀବୀ ଫୋରମ୍ ପକ୍ଷରୁ ଏକ ପ୍ରତିବାଦ ସଭା ଓ କଳା ବ୍ୟଚ୍ଚ ପିନ୍ଧି ଶୋଭାଯାତ୍ରା ରେ ଯାଇ ଜିଲ୍ଲା ଏସପି ଙ୍କ ଜରିଆରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରା ଯାଇଛି । ଏହି ପ୍ରତିବାଦ ସଭାରେ ବରିଷ୍ଠ ସାମ୍ୱାଦିକ ଶ୍ରୀ ଭାରତ ଭୂଷଣ ଠାକୁର ସଭାପତିତ୍ବ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା କଳାହାଣ୍ଡି ସାମ୍ୱାଦିକ ୟୁନିୟନର ସଭାପତି ମହମ୍ମଦ ଅଲ୍ଲୀ ସମସ୍ତ ଙ୍କୁ ସ୍ଵାଗତ କରିବା ସହ ପ୍ରତିବାଦ ସଭା ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ସୁବ୍ରତ କୁମାର ବହିଦାର, ଉପସଭାପତି ଶ୍ରୀ ନିମାଞ୍ଚଲ ନାଏକ, କମ୍ରେଡ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ବରିଷ୍ଠ ଓକିଲ ତଥା ବିଜେପି ଜିଲ୍ଲା ସଭାପତି ଶ୍ରୀ ଦେବେନ୍ଦ୍ର ମହାନ୍ତି, ବରିଷ୍ଠ ଆଇନ ଜିବୀ ତଥା ବିଜେପି ରାଷ୍ଟ୍ରୀୟ କମିଟି ସଦସ୍ୟ ଶ୍ରୀ ଭବେନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ପ୍ରେସ କ୍ଲବ୍ ସଭାପତି ଶାନ୍ତନୁ କୁମାର ବେହେରା, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର କୁମାର ବିଶି, ବିଜୟ ଦ୍ବିବେଦୀ, ରଜନି ମିଶ୍ର, ପ୍ରମୁଖ ପ୍ରତିବାଦ ସଭାରେ ଅର୍ଧେନ୍ଦୂ ଙ୍କ ଗିରଫ କୁ ତୀବ୍ର ନିନ୍ଦା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ବରିଷ୍ଠ ସାମ୍ୱାଦିକ ବୃନ୍ଦ, ସମାଜସେବୀ,


ବୈଦ୍ୟୁତିକ ଗଣମାଧ୍ୟମ ଓ ଖବର କାଗଜର ସାମ୍ବାଦିକ, ବିଭିନ୍ନ ରାଜନୈତିକ,ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀ ସଦସ୍ୟ ମାନେ ଯୋଗଦେଇଥିଲେ । ପ୍ରତିବାଦ ସଭା ପରେ ସମସ୍ତେ  କଳା ବ୍ୟାଚ ପିନ୍ଧି ଅମଲା ଭବନ ଠାରୁ ଏକ ଶୋଭାଯାତ୍ରାରେ କଳାହାଣ୍ଡି ଜିଲ୍ଳା ଅରାକ୍ଷୀ ଅଧିକ୍ଷକ ଙ୍କୁ ରାଜ୍ୟପାଳ ଙ୍କ ଉଧେଶ୍ୟ ରେ  ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ସାମ୍ବାଦିକ ଅର୍ଧେନ୍ଦୁ ଦାସଙ୍କ ଉପରୁ ମିଥ୍ୟା ମାମଲା ପ୍ରତ୍ୟାହାର କରାଯାଇ ନିର୍ଦୋଷ ରେ ଖଲାସ କରିବା ପାଇଁ ଦାବି କରାଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମ କୁ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ପରିଚାଳନା କରିଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe