//BREAKING//
Loading...

ବର୍ଷା ରେ ଉବୁଟୁବୁ ଭବାନୀପାଟଣା:ସହର ତଳି ଅଞ୍ଚଳ ଜଳମଗ୍ନ ।



ଭବାନୀପାଟଣା:--( ତର୍ଜମା ନ୍ୟୁଜ)ସଂପ୍ରତ୍ତିଭବାନୀପାଟଣା ସହର ତଳି ଅଞ୍ଚଳ ସାମାନ୍ୟ ବର୍ଷା ରେ ଜଳମଗ୍ନ ହୋଇ ପଡିଛି । ସହରରେ ଜଳ ନିଷ୍କାସନ ପ୍ରକ୍ରିୟା ପାଇଁ ଆବଶ୍ୟକ ଭିତ୍ତିଭୂମି ର ଅଭାବ ସହିତ ବିନା ମାଷ୍ଟର ପ୍ଲାନ ରେ ଜମି ମାଫିଆ ମାନଙ୍କ ଗୃହ ନିର୍ମାଣ ଯୋଗୁଁ ନାହିଁ ନ ଥିବା ଦୁର୍ଦଶା ଭୋଗୁଛନ୍ତି ସହରବାସୀ । ସହରର ହିଲଟାଉନ ଅଞ୍ଚଳ, ବଜାରପଡା,ନୂଆବନ୍ଧ ପଡା, ଷ୍ଟେଚ୍ୟୁ ପଡା,ଅରକାବାହାଳି ପଡା,ଦର୍ପଣ ସାଗର ଅଞ୍ଚଳ ରେ ଅନେକ ଙ୍କ ଘରେ ପାଣି ପଶି ଜଣକ ଘର ଭାଙ୍ଗି ଯାଇଥିବା ଜଣା ପଡ଼ିଛି ।ଏପରିକି ଇରିଗେସନ କଲୋନୀ ଅଞ୍ଚଳ ରେ ଜଳମଗ୍ନ ହେବା ସହ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଭିତରେ ଆଣ୍ଠୁଏ ନର୍ଦମାପାଣି ପଶି ଥିବା ଜଣାପଡିଛି ।ୱାର୍ଡ ନମ୍ବର ୧୯ ର ମଦନ ମୋହନ ପଡା ନିବାସୀ ନିରାଶା ଗହୀର ସ୍ୱାମୀ-ପାରେଶ୍ୱର ଗହୀର ଓ ସରିତା ପୋଢ଼ ସ୍ୱାମୀ:-ରିଙ୍କୁ ପୋଢ଼ ଙ୍କ ଘର ବର୍ଷା ଯୋଗୁଁ ଭାଙ୍ଗି ଯାଇଥିବା ଜଣା ପଡ଼ିଛି ।ସହରତଳି ଅଞ୍ଚଳ ହଉ କି ସହରର ମୁଖ୍ୟ ଅଞ୍ଚଳ ର ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନାହିଁ ।ପୁରୁଣା ନାଳି ଗୁଡିକ ଜରାଜୀର୍ଣ୍ଣ ଅବସ୍ଥା ରେ ରହିଥିବା ବେଳେ ବିନା ଅନୁମତି ଓ ମାଷ୍ଟର ପ୍ଲାନ ରେ ଗୃହ ନିର୍ମାଣ ଯୋଗୁଁ ଜଳମଗ୍ନ ହୋଇଥିବା ଜଣାପଡିଛି ।ସହରରେ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ଜିଲ୍ଲା ପ୍ଲାନିଂ ଅଫିସରୁ ଅନୁମତି ଆବଶ୍ୟକ ଥିବାବେଳେ ଜମି ମାଫିଆ ମାନେ ସହରତଳି ଅଞ୍ଚଳରେ ଜମି ପ୍ଲଟିଂ ଓ ଗୃହ ନିର୍ମାଣ ସହ ସରକାରୀ ଅନାବାଦୀ ଜମି, ସଂରକ୍ଷିତ ଜଙ୍ଗଲ ଜମି, ଜଳଚର ଜମି ଗୁଡିକ ଜବରଦଖଲ କରି ଗୃହନିର୍ମାଣ କରିଚାଲିଛନ୍ତି ଫଳରେ ସାମାନ୍ୟ ବର୍ଷା ହେଲେ ସହର ତଳି ଅଞ୍ଚଳଗ ସମେତ ରାସ୍ତା ଉପରେ ଆଣ୍ଠୁଏ ପାଣି ଭରି ଯାଉଛି ଓ ଏହାର ନିଷ୍କାସନ ପାଇଁ କୌଣସି ସୁଚିନ୍ତିତ ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ, ଫଳରେ ସାଧାରଣ ଲୋକ ନାହିଁ ନ ଥିବା ଦୁର୍ଦଶା ଭୋଗୁଥିବା ଦେଖିବାକୁ ମିଳିଛି ।ଜିଲ୍ଲା ପ୍ରଶାସନ ଏବଂ ପୌର ସଂସ୍ଥା ଏହାର ସ୍ଥାୟୀ ବ୍ୟବସ୍ଥା ଗ୍ରହଣ ନ କଲେ ସଂକ୍ରମଣ ଜନିତ ରୋଗ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଭବାନୀପାଟଣା ସହର ଭିତରେ ଥିବା, ୬୦୦ ଏକର ରୁ ଅଧିକ ସରକାରୀ, ଅନାବାଦୀ, ଜଳଚର ଓ ସଂରକ୍ଷିତ ଜଙ୍ଗଲ ଜମି ଓ ଗୋଚର ଜମି ମାଫିଆ ମାନଙ୍କ କବଜା ରେ ରହିଛି ।



Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe