ଭବାନୀପାଟଣା:--(ତର୍ଜମା ନ୍ୟୁଜ):ସ୍ଥାନୀୟ ବିବେକ କଂନଫେରେନ୍ସ ହଲ ଠାରେ କଳାହାଣ୍ଡିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବିବେକସେନା ତରଫରୁ ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ପାଳନ କରାଯାଇଛି। ବିବେକସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକଙ୍କ ସଭାପତିତ୍ୱ କରି ପ୍ରତେକ ଯୁବକ ଯୁବତୀ କବିଙ୍କ ଜୀବନ କାହାଣୀ ପଢିବା ସହ ତାଙ୍କ ସାହିତ୍ୟ ରେ ଅନୁପ୍ରାଣିତ ହେବା ପାଇଁ ନିଜ ବକ୍ତବ୍ୟ ରେ କହିଥିଲେ। ନିଜେ ଉଚ୍ଚ ଶିକ୍ଷାଦୀକ୍ଷା ପାରି ନଥିଲେ ମଧ୍ୟ କବି ଗଙ୍ଗାଧର ମେହେର ନିଜ କଠୋର ସାଧ୍ୟାନା ଓ ପ୍ରବଳ ଇଚ୍ଛା ଶକ୍ତି ବଳରେ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ ଓ ସେ ପିଲାଟି ଦିନରୁ ହି ତାଙ୍କର ଓଡ଼ିଆ ସାହିତ୍ୟରେ ରୁଚି ଥିଲା ବୋଲି ଏହି କାଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ନର୍ଲା ବ୍ଲକ ବିବେକସେନା ର ସମ୍ଫାଦକ ମୋହନ କୁମାର ଭଟ୍ଟ ଯୋଗଦେଇ ତାଙ୍କ ବକ୍ତବ୍ୟ ରେ କହିଥିଲେ। ପ୍ରଥମେ କବିଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଦେଇ ସଭା ଆରମ୍ଭ ହୋଇଥିଲେ। ଘନଶ୍ୟାମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବୃଷଭ ଦାସ, ଜଗମୋହନ ମାଝୀ, ସୁଶାନ୍ତ ନାଏକ, ପିଙ୍କି ସାଗର, ବୈଶାଖୀ ନାଏକ ଓ ଚନ୍ଦ୍ରପ୍ରଭା ମିଶ୍ର ପରିଚାଳନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ପାଳିତ ।
By: Tarzama News
0




Post a Comment