କବି ଓ କବିତା
------------
.......କରୁଣଚିତ୍ର.........
ପୋକ ମାଛି ପରି ମଣିଷ ମରୁଛି
ମହାମାରୀ କବଳରେ
ଭୋକ ଆଙ୍କେ ନିଜ କରୁଣ ଚିତ୍ର
କଙ୍କାଳର ସିଲଟରେ ାା
ଚାରିଆଡେ ଶୁଭେ ଆର୍ତ୍ତଚିତ୍କାର
ତ୍ରାହି ତ୍ରାହି ବଂଚା ବଂଚା
ଯୁଆଡେ ଦେଖିବ ମୁର୍ଦ୍ଦାର କୁଢ
ମେଂଚା ମେଂଚା ପୁଞ୍ଜା ପୁଞ୍ଜା ାା
ଶବ ଉଠା ପାଇଁ ସମ୍ବଳ ନାହିଁ
ଜଳିତ ପାରୁନି ଜୁଇ
ଆଖି ଅଛି ହେଲେ କାନ୍ଦିବା ପାଇଁ
ଲୁହତ ଟିକିଏ ନାହିଁ ାା
କେତେଯେ ସଂସାର ଉଜୁଡି ଯାଉଛି
ହିସାବ ରହୁନି ତାର
ଜନପଦ ଯାକ ଜନଶୂନ୍ଯ କରି
ବହୁଛି ଭୟର ଝଡ ାା
ମୢତ୍ଯୁ ବୁଲୁଛି ରାଜ ରାସ୍ତାରେ
ସଂକ୍ରମଣ ଅସ୍ତ୍ର ଧରି
ମଣିଷ ଶୂନ୍ଯ କରିବା ଲକ୍ଷ୍ୟରେ
ରାତି ଦିନ ଲାଗି ପଡି ାା
କହିବାକୁ କାର ଜିଭ ଲେଉଟୁନି
ଶୁଣିବାକୁ ନାହିଁ ତର
ତୋ' ମୋ' ଭିତର ଦୂରତା କମେଇ
ହସୁଛି ପାଖରୁ କାଳ ାା
ସର୍କାର ମାତିଛି ମନ୍ଦିର ମିଶନେ
ମରିବାକୁ ଛାଡି ଦେଇ
ଭଣ୍ଡ ପୂଜକ ଦଳେ ମାତିଛନ୍ତି
ଧରମ ମହୁଲି ପିଇ ାା
ଶାସିତ ମାଗୁଛି ଜୀବନକୁ ଭିକ
ବଂଚିବାକୁ ହାତ ପାତି
ଶାସକ ବୁଲିକି ମାଟି ଗୋଟୋଉଛି
ରାଷ୍ଟ୍ରୀୟ କର୍ତ୍ତବ୍ଯ ଭାବି ାା
ରୋମ ସମ୍ରାଟ ନିରୋଙ୍କର ବଂଶୀ
ବଜାକୁ ଯାଏ ଏ ବଳି
ବିବେକକୁ ବିକି ପୁଞ୍ଜି ଯୋଗାଡୁଛି
ରାତି ଦିନ ଏକ କରି ାା
ଠାର ଗାରେ ଲେଖା ମାଳିକା ବଚନ
ଲାଗୁଛି ହୋଇଲା ସତ
ପଥର ମନ୍ଦିରେ ମୂକ ଦେବତାର
ଆରାଧାନା ପାଇଁ ବ୍ଯସ୍ତ ାା
ସନ୍ଥ ଦଳେଙ୍କର ସଇତାନୀ ଖେଳେ
ସତ୍ଯ ଯାଉଛିରେ ହାରି
ରାମ ଜୟକାରେ ରାଇଜ କମ୍ପୁଛି
ହରିଙ୍କି ଅଲୋଡା କରି ାା
ମହେନ୍ଦ୍ର କୁମାର ନନ୍ଦ
ମାଣିକଗଡ, ଭବାନୀପାଟଣା
୮୨୪୯୪୧୧୩୬୭



Post a Comment