ନୂଆଦିଲ୍ଲୀ:--(ତର୍ଜମା ବ୍ୟୁରୋ ନ୍ୟୁଜ) ଇଲେକ୍ଟ୍ରୋନିକ ଏବଂ ସୂଚନା ଅଦୌଗିକି ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇ ଚୀନ ଏବଂ ଅନ୍ୟ ଦେଶ ଦ୍ଵାରା ବିକଶିତ ୩୪୮ ମୋବାଇଲ୍ ଆପ ଉପରେ କଟକଣା ଲଗାଇଛନ୍ତି। ଦେଶ ର ସୁରକ୍ଷା ବ୍ୟବସ୍ଥା ପ୍ରତି ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ଆପ୍ ଜରିଆରେ ୟୁଜର୍ସ ସୂଚନା ଏକତ୍ର କରି ଦେଶ ବାହାରେ ଥିବା ସର୍ଭରକୁ ବେଆଇନ ଭାବେ ତଥ୍ୟ ପଠାଉଥିଲେ। ଚୀନକୁ ମଧ୍ୟ ତଥ୍ୟ ପଠାଯାଉଥିବା ଜଣା ପଡିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲିଇଲେକ୍ଟ୍ରୋନିକ ଏବଂ ସୂଚନା ଅଦୌଗିକି ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ସାଂସଦ ରୋଡମଲ ସାଗର ପ୍ରଶ୍ନ କରିଥିଲେ ଯେ, କଣ ଦେଶରୁ ବାହାରକୁ ସୂଚନା ପଠାଯାଉଥିବା କୌଣସି ଆପର ଚିହ୍ନଟ କରିଛନ୍ତି କି ସରକାର। କଣ ଚିହ୍ନଟ କରାଯାଇ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଉତ୍ତରରେ ମନ୍ତ୍ରୀ କହିଛନ୍ତି, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏମିତି ୩୪୮ ଆପର ଚିହ୍ନଟ କରି ଏସବୁ ଉପରେ ପ୍ରତିବନ୍ଧକ ଲଗାଯାଇଛି।ମନ୍ତ୍ରୀ କହିଛନ୍ତି, ଏହି ଧରଣର ତଥ୍ୟ ବାହାର ଦେଶକୁ ପଠାଇବା ଭାରତର ସାର୍ବଭୌମତ୍ଵ ଏବଂ ଅଖଣ୍ଡତା, ଭାରତର ସୁରକ୍ଷା ଏବଂ ରାଜ୍ୟର ସୁରକ୍ଷାକୁ ଉଲ୍ଲଂଘନ କରିଛି। ଏହି ସବୁ ଆପକୁ ଚୀନ ସମେତ ବିଭିନ୍ନ ଦେଶ ଦ୍ଵାରା ବିକଶିତ କରାଯାଇଛି। ଇଲେକ୍ଟ୍ରୋନିକ ଏବଂ ସୂଚନା ଅଦୌଗିକି ମନ୍ତ୍ରଣାଳୟ ଏହି ଆପ ଗୁଡିକୁ ଚିହ୍ନଟ କରି କଟକଣା ଲଗାଇ ଥିବା ଲୋକସଭା ରେ ପ୍ରକାଶ କରି ଥିବା ଜଣା ପଡ଼ିଛି ।
କେନ୍ଦ୍ର ସରକାର ୩୪୮ ଟି ମୋବାଇଲ ଆପ ଉପରେ କଟକଣା ଲଗେଇଛନ୍ତି ।
By: Tarzama News
0



Post a Comment