ଭବାନୀପାଟଣା:--------(ତର୍ଜମା ନ୍ୟୁଜ) ସ୍ଥାନୀୟ ବିବେକ କଂଫେରେନ୍ସ ହଲ ଠାରେ ଭାରତ ର ୭୫ତମ ସ୍ୱାଧୀନତା ଉପଲକ୍ଷେ ବିବେକସେନା ତରଫରୁ ଯବାନଙ୍କୁ ୭୫ଟି ରାକ୍ଷୀ ପ୍ରେରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯବାନ ମାନେ ହେଲେ ଦେଶର ସୁରକ୍ଷା କବଚ ଓ ଯବାନଙ୍କ ଅସୀମ ସାହସ,ଦେଶଭକ୍ତି ଓ ନିଷ୍ଠାପର ଯୋଗୁଁ ଦେଶ ସୁରକ୍ଷିତ ସେହି ଯବାନ ଙ୍କ ମଙ୍ଗଳ କାମନା କରି ବିବେକସେନା କଳାହାଣ୍ଡିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୭୫ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ୭୫ଟି ରାକ୍ଷୀ ଦିଲ୍ଲୀ ଆରର୍ମୀ ହେଡ କ୍ୱାଟରକୁ ଡ଼ାକ ମାଧ୍ୟମରେ ପ୍ରେରଣ କରାଗଲା ବୋଲି ବିବେକସେନା ର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼. ଶିବରାମ ନାୟକ ନିଜ ବକ୍ତବ୍ୟ ଦେଇଛନ୍ତି। ସମ୍ନାନୀତ ଅତିଥି ରୂପେ ବିବେକସେନା କଳା ଓ ସଂସ୍କୃତି ଉପଦେଷ୍ଟା ମଣ୍ଡଳୀ ମୁଖ୍ୟ କାଦିର ଖାଁ, ଚିତ୍ର ଶିଳ୍ପୀ ଉପଦେଷ୍ଟା ମଣ୍ଡଳୀ ମୂଖ୍ୟ ତରୁଣ ମହାପାତ୍ର ଯୋଗଦେଇ ଥିବା ବେଳେ ରିଆଜ ଖାଁ, ଉମାକାନ୍ତ ବାଗ, ସୁରେଶ ମାଝୀ, ଜଗମୋହନ ମାଝୀ, ବୃଷଭ ଦାସ, ସୁଶାନ୍ତ ନାଏକ ଓ ନରେଶ ସୁନାନୀ ସହଯୋଗ କରିଥିଲେ।
ଭାରତ ର ୭୫ତମ ସ୍ୱାଧୀନତା ଉପଲକ୍ଷେ ଯବାନଙ୍କୁ ୭୫ଟି ରାକ୍ଷୀ ପ୍ରେରଣ !
By: Tarzama News
0




Post a Comment