ଭବାନୀ ପାଟଣା:--(ତର୍ଜମା ନ୍ୟୁଜ)ଗତ ଦୁଇ ମାସ ହେବ କଳାହାଣ୍ଡି ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିଲେ ଡକାୟତ ଦଳ,ଫଳରେ ଗ୍ରାମଞ୍ଚଳ ଠାରୁ ସହାରାଞ୍ଚଳ ପର୍ଯ୍ୟନ୍ତ ଆତଙ୍କିତଅବସ୍ଥାରେ ଥିଲେ ଜିଲ୍ଲାବାସୀ। ଶେଷରେ କଳାହାଣ୍ଡି ପୋଲିସ ଏକ ୧୦ ଜଣିଆ ଡ଼କାୟତ ଗ୍ୟାଙ୍ଗରପର୍ଦାଫାସ କରିବାରେ ସଫଳ ହୋଇଛି ।ଏ ସମ୍ପର୍କରେ କଳାହାଣ୍ଡି ପୋଲିସ ପକ୍ଷରୁ ଆୟୋଜିତଏକ ସାମ୍ବାଦିକ ସମ୍ମିଳନୀ ରେଏସପି,ଅଭିଳାଷ ଜି ଦେଇଥିବା ସୁଚନା ଅନୁଯାୟୀ ଏକ ୧୦ ଜଣିଆ ଡକାୟତଗ୍ୟାଙ୍ଗ କିଛି ଦିନ ହେବ ଜିଲ୍ଲାର ଧର୍ମଗଡ଼,ଆମପାଣି, ଗୋଳାମୁଣ୍ଡା,କୋକସରା ଓ ଜୟପାଟଣା ଥାନା ଅଞ୍ଚଳରେ ମାରଣାସ୍ତ୍ର ଦେଖାଇଲୋକଙ୍କ ଘରେ ପଶି ସୁନାଗହଣା ଲୁଟି ନେଉଥିଲେ।ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରି ଡକାୟତି ଘଟଣାରେ ସମ୍ପୃକ୍ତ୧୦ ଜଣିଆ ଡକାୟତ ଗ୍ୟାଙ୍ଗ କୁ ଧରିବାରେପୋଲିସ ସଫଳ ହୋଇଥିବା ବେଳେ ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ପାଞ୍ଚଜଣ ନବରଙ୍ଗପୁର ଜିଲ୍ଲାର ହୋଇଥିବା ବେଳେ ୪ ଜଣ କଳାହାଣ୍ଡିଜିଲ୍ଲାର ଓ ଜଣେ କୋରାପୁଟ ଜିଲ୍ଲାର ହୋଇଥିବା ଏସପି ସୂଚନା ଦେଇ ଗିରଫଅଭିଯୁକ୍ତ ମାନଙ୍କ ଠାରୁ ୬ ଲକ୍ଷ ୩୫ ହଜାର ୮୨୫ ନଗଦ ଟଙ୍କା ସହ ୫ଟି ବାଇକ,୧୧ ଟି ମୋବାଇଲ ଫୋନ,୪୦.୩୯୨ ଗ୍ରାମ ସୁନା ଓ୪୪୭.୭୪୦ ଗ୍ରାମ ରୁପା ସହ ବ୍ୟାଙ୍କ ପାସବୁକ, ଏଟିଏମ କାର୍ଡ, ମୁଖାଓ ଡକାୟତି ରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଥିବା ଏସପି ସୂଚନା ଦେଇଛନ୍ତି । ସେପଟେ ସାଧାରଣ ଲୋକଙ୍କୁ ଭୟଭିତ ନ ହୋଇ ଘରେ ଶାନ୍ତି ରେରହିବା ପାଇଁ ମଧ୍ଯ ନିବେଦନ କରିଛନ୍ତି ଏସପି। ପୋଲିସ ପକ୍ଷରୁ କଡା ପେଟ୍ରୋଲିଂ କରାଯିବା ନେଇ ସୂଚନା ଦେବା ସହଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦ୍ରୋନକ୍ୟାମେରା ବୁଲୁଥିବା ବେଳେ ଏହା ପୋଲିସ ର ନୁହେଁ ବୋଲି ମଧ୍ୟଏସପି ପ୍ରକାଶ କରିଛନ୍ତି।ଏହି ଦଶ ଜଣିଆ ଡକାୟତ ଦଳ ଙ୍କୁ ଆଜି ପୋଲିସ କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି ।
ଡକାୟତ ଗ୍ୟାଙ୍ଗ କଳାହାଣ୍ଡି ପୋଲିସ କବଜା ରେ :ଏସ ପି ଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା
By: Tarzama News
0





Post a Comment