//BREAKING//
Loading...

ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ବଲାଙ୍ଗିର ତରଫରୁ କ୍ରାନ୍ତି ଦିବସ ପାଳନ


 ବଲାଙ୍ଗିର :- ( ତର୍ଜମା ନ୍ୟୁଜ) ବଲାଙ୍ଗିର ରେ ଅଗଷ୍ଟ କ୍ରାନ୍ତି ଦିବସ ଆଜି ସ୍ତାନୀୟ ଗାନ୍ଧୀ ଭବନ ଠାରେ ବଲାଙ୍ଗିର ଶାଖା ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ତରଫରୁ ପାଳନ କରାଯାଇଛି । ଆଜାଦି ର ଅମୃତ ମହୋତ୍ସବ ପାଳନ ଅବସରରେ ଆଜିର ଦିବସ ବହୁ ବହୁତ ମହତ୍ୱ ରଖିଛି । ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ମ୍ୟୁନିସିପାଲିଟିର ନଗରପାଳ ଲିକା ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ରାଷ୍ଟ୍ର ପୂର୍ବ କ୍ଷେତ୍ର ସଂଗଠକ ମନ୍ତ୍ରୀ ରାମଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ଆଜିର ଦିବସ ଉପରେ କହିବାକୁ ଯାଇ ବିସ୍ତୃତ ରୂପରେ ଦେଶର ଐତିହାସିକ ପୃଷ୍ଠଭୂମି ଓ ଅଗଷ୍ଟ କ୍ରାନ୍ତି ଉପରେ ବିବରଣୀ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ରୂପେ ଓଡିଶା ପଶ୍ଚିମ ପ୍ରାନ୍ତ ଗ୍ରାହକ ପଂଚାୟତ ଅଧ୍ୟକ୍ଷ ଶଶିଭୂଷଣ ପୁରୋହିତ ବକ୍ତବ୍ୟ ରଖିଥିଲେ । ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ବଲାଙ୍ଗିର ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ରାହକ ପଂଚାୟତର ସଭ୍ୟ ସଭ୍ୟାମାନଙ୍କ ସମେତ ମାନ୍ୟଗନ୍ୟ ବକ୍ତିବିଶେଷ ଓ ନାଗରିକମାନେ ଯୋଗଦେଇଥିଲେ । ଶେଷରେ ସଂଗଠନର ସାଧାରଣ ସଂପାଦକ ଅଶୋକ କୁମାର ମିଶ୍ର (ଏଡ୍‌ଭୋକେଟ) ଧନ୍ୟବାଦ ଅର୍ପଣ କରିଥିଲ । ପୂର୍ବରୁ ଭାରତମାତା ଓ ସ୍ୱାମୀ ବିବେକାନନ୍ଦଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଶେଷରେ ଶାନ୍ତିପାଠ ପରେ ସମାପନ ହୋଇଥିଲା 

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe