//BREAKING//
Loading...

ବିହାର ରେ ରାଜନୈତିକ କ୍ଷମତା ସଙ୍କଟ :ଇସ୍ତାଫା ଦେଲେ ନୀତିଶ କୁମାର ।



(ତର୍ଜମା ବ୍ୟୁରୋ ନ୍ୟୁଜ)ବିହାର ମିଳିତ ମନ୍ତ୍ରୀ ମଣ୍ଡଳ ରେ କ୍ଷମତା ରାଜନୀତି ଘନୀଭୂତ ହେବା ସହ ଏବେ ସଂକଟ ଦେଖିବାକୁ ମିଳିଛି । ବିହାରର ମୁଖ୍ୟମନ୍ତ୍ରୀ ତଥା ସୁଶାସନ ବାବୁ ନାମରେ ପରିଚିତ ନୀତିଶ କୁମାର ଆଜି ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏଥିସହ ନୀତିଶ କୁମାର ଆଜି ଦଳୀୟ ବିଧାୟକ ଓ ସାଂସଦଙ୍କ ସହ ବୈଠକ ପରେ ବିଜେପି ସହ ମେଣ୍ଟ ଭାଙ୍ଗିଥିବା ମଧ୍ୟ ଘୋଷଣା କରିଛନ୍ତି ।ପ୍ରାପ୍ତ ସୂଚନା ଅନୁଯାୟୀ, ଖୁବଶୀଘ୍ର ନୀତିଶକୁମାରଙ୍କ ଜେଡିୟୁ ମହାଗଠବନ୍ଧନ ସହ ମେଣ୍ଟ କରି ସରକାର ଗଠନ କରିବେ ।ସେପଟେ କୁହାଯାଉଛି କି ନୀତିଶ କୁମାର ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିବା ସହ ନୂଆ ସରକାର ଗଠନ ନେଇ ରାଜ୍ୟପାଳଙ୍କୁ ବିଧାୟକଙ୍କ ସମର୍ଥନ ପତ୍ର ବି ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ମଙ୍ଗଳବାର ଦିନ ମହାଗଠବନ୍ଧନ ସହ ବୈଠକ ପରେ ନୀତିଶ କୁମାର ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।ସେପଟେ ବିହାର ରାଜନୀତିରେ କ୍ଷମତାର ଯେଉଁ ନୂଆ ସମୀକରଣ ଦେଖା ଦେଇଛି ତାହା ମୁତାବକ ଜେଡିୟୁ, ଆରଜେଡି, କଂଗ୍ରେସ ଓ ବାମଦଳ ମିଶି ସରକାର ଗଠନ କରିବେ । ଏହି କ୍ରମରେ ଏବେ ନୀତିଶଙ୍କ ନିକଟରେ ୧୬୦ ଜଣ ବିଧାୟକଙ୍କ ସମର୍ଥନ ଥିବା ମଧ୍ୟ ଆକଳନ କରାଯାଉଛି । ଏହି ୧୬୦ ବିଧାୟକଙ୍କ ମଧ୍ୟରେ ଜେଡିୟୁର ୪୫, ଆରଜେଡିର ୭୯, କଂଗ୍ରେସର ୧୯ ଓ ବାମଦଳର ୧୬ ଜଣ ବିଧାୟକ ଅଛନ୍ତି । ବିହାର କଂଗ୍ରେସ ପ୍ରଭାରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭକ୍ତ ଚରଣ ଦାସ ବିହାର ରାଜଧାନୀ ପାଟଣା ରେ ଦଳୀୟ ବିଧାୟକ ଙ୍କୁ ନେଇ ଘନ ଘନ ଆଲୋଚନା ସହ ହାଇକମାଣ୍ଡ ଙ୍କ ସହ ନିୟମିତ ଯୋଗାଯୋଗ କରି ଆଗାମୀ ରଣନୀତି ଓ କଂଗ୍ରେସ ର ଭୂମିକା ସମ୍ପର୍କରେ ମହା ଗଠବନ୍ଧନ ର ବରିଷ୍ଠ ନେତା ମାନଙ୍କ ସହ ଆଲୋଚନା କରୁଛନ୍ତି ଆସନ୍ତା କାଲି ଅପରାହ୍ନ ସମୟରେ ସାତ ଟି ଦଳ କୁ ନେଇ ଗଠିିତ ମହା ଗଠବନ୍ଧନ ର  ନୂତନ ରାଜନୈତିକ ସମୀକରଣ  ଘଟି ନୀତିଶ କୁମାର ୧୬୪ବିଧାୟକ ଙ୍କ ସମର୍ଥନ ରେ ମୁଖ୍ୟମନ୍ତ୍ରୀ ଭାବେ ଏବଂ ଆରଜେଡି ନେତା ତେଜସ୍ୱି ଯାଦବ ଉପ ମୁଖ୍ୟମନ୍ତ୍ରୀ
ଭାବରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe