//BREAKING//
Loading...

ପୁଣି ୧ରେ ନବୀନ, ଲୋକପ୍ରିୟତାର ଶୀର୍ଷରେ ମୁଖ୍ୟମନ୍ତ୍ରୀ


 ତର୍ଜମା ନ୍ୟୁଜ ବ୍ୟୁରୋ: ପୁଣି ନମ୍ବର ୱାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ରାଜ୍ୟରେ ନବୀନ ପଟ୍ଟନାୟକ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ସର୍ବାଧିକ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଣ୍ଡିଆ ଟୁଡେ ମୁଡ୍ ଅଫ ନେସନ ପୋଲ୍ ସର୍ଭରେ ଏଭଳି ତଥ୍ୟ ପ୍ରକାଶ ପାଇଛି । ନବୀନ ପଟ୍ଟନାୟକ ୭୮ ପ୍ରତିଶତ ସହ ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ୬୩ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତବିଶ୍ୱ ଶର୍ମା । ୬୧ ପ୍ରତିଶତ ସହ ତୃତୀୟ ସ୍ଥାନରେ ଅଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ । ଦେଶରେ ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।୫୩ ପ୍ରତିଶତ ଲୋକ ମତ ଦେଇଛନ୍ତି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ । ରାହୁଲ ଗାନ୍ଧୀଙ୍କୁ ମିଳୁଛି ମାତ୍ର ୯ ପ୍ରତିଶତ । ଯଦି ବର୍ତ୍ତମାନ ଲୋକସଭା ନିର୍ବାଚନ ହୁଏ ତେବେ ଏନଡିଏ ୨୮୬ ସିଟ୍ ପାଇବ । ୟୁପିଏକୁ ମିଳିବ ୧୪୬ ଆସନ। ଅନ୍ୟାନ୍ୟ ଦଳ ପାଇବେ ୧୧୧ ଆସନ। ଏମିତି ତଥ୍ୟ ପ୍ରକାଶ କରିଛି ଏହି ସର୍ଭେ । ବିହାର ରାଜନୀତିରେ ପରିବର୍ତ୍ତନ ଯୋଗୁଁ ବଡ଼ କ୍ଷତି ସହିବ ବୋଲି କୁହାଯାଇଛି । ତେବେ ଏହି ଅନୁପାତରେ ବିଜେପି ବା ଏହାର ମେଣ୍ଟ ଦଳ NDA ବର୍ତ୍ତମାନ ପ୍ରରିପେକ୍ଷୀରେ ୪୧ ପ୍ରତିଶତ ଭୋଟ ପାଇବାକୁ ସକ୍ଷମ । ସେହିପରି କଂଗ୍ରେସ ବା ଏହାର ମେଣ୍ଟ ଦଳକୁ ୨୮ ପ୍ରତିଶତ ଭୋଟ ମିଳିବାକୁ ଯାଉଥିବାବେଳେ ସ୍ୱାଧନ ଦଳ ଗୁଡ଼ିକୁ ୩୧ ପ୍ରତିଶତ ଭୋଟ ମିଳିବ ବୋଲି ସର୍ଭେରେ ପ୍ରକାଶ ପାଇଛି ।ଇଣ୍ଡିଆ ଟୁଡ଼େ ସର୍ଭେରେ ପ୍ରକାଶ ପାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସର୍ଭାଧିକ ଲୋକପ୍ରିୟ ନେତା । ବର୍ତ୍ତମାନ ମଧ୍ୟ ୫୩ ପ୍ରତିଶତ ଲୋକ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକତୁ ଚାହୁଁଛନ୍ତି । ରାହୁଲ ଗାନ୍ଧୀଙ୍କୁ ୯ ପ୍ରତିଶତ ଚାହୁଁଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚାହୁଁଛନ୍ତି ୭ ପ୍ରତିଶତ ଜନତା । ଅନ୍ୟପଟେ ଯଦି କଂଗ୍ରେସ ଦଳ ଭିତରେ ଲୋକ ପ୍ରିୟ ନେତାଙ୍କୁ ଦେଖାଯାଏ । ତେବେ ଦଳ ଭିତରେ ଲୋକ ପ୍ରିୟତାର ଶୀର୍ଷରେ ରହିଛନ୍ତି ରାହୁଲ ଗାନ୍ଧୀ । ଅର୍ଥାତ ୨୩ ପ୍ରତିଶତ ଦଳୀୟ ସମର୍ଥନ ରାହୁଲ ଗାନ୍ଧୀଙ୍କୁ ମିଳୁଛି । ଅନ୍ୟପଟେ ମନମୋହନ ସିଂଙ୍କୁ ୧୬ ପ୍ରତିଶତ, ସୋନିଆ ଗାନ୍ଧୀଙ୍କୁ ୧୪ ପ୍ରତିଶତ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତି ଦଳୀୟ ସମର୍ଥନ ବା ଲୋକପ୍ରିୟତା ରହିଛି ୯ ପ୍ରତିଶତ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe