//BREAKING//
Loading...

ଯୁଗ ଯାତ୍ରୀ ସାହିତ୍ୟ ସଂସଦ ର ମେହେର ଜୟନ୍ତୀ:ଗଙ୍ଗାଧର ସାହିତ୍ୟ ଦର୍ଶନ ର ସମ୍ଭାର


 ମ,ରାମପୁର,୧୧/୮(ତର୍ଜମା ନ୍ୟୁଜ):- ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ ଅନେକ ଦର୍ଶନ ର ସମ୍ଭାର । କେବଳ ପ୍ରକୃତି ପ୍ରାଣ ରେ ଜୀଵନ ସଞ୍ଚାର କରି ନାହାନ୍ତି କବି। ଏଥି ବ୍ୟତିରେକ ଅନେକ ଜୀଵନ ଦର୍ଶନ ରହିଛି ତାଙ୍କ ସାହିତ୍ୟ ସମୂହ ରେ ବୋଲି ଆଜି କଳାହାଣ୍ଡି ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ ପାଳିତ କବି ଗଙ୍ଗାଧର ମେହେରଙ୍କ ୧୬୧ ତମ ଜୟନ୍ତୀ ଅବସର ରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ସାହିତ୍ୟ ସଂସଦ ର ସଭାପତି ପଦ୍ମ ଲୋଚନ ମିଶ୍ର ଙ୍କ ଅଧକ୍ଷତା ରେ ହେଇଥିବା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ୱାଦିକ ତଥା ଗବେଷକ ଉମା ଶଙ୍କର କର, ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ଼. ଦାଶରଥି ଆଚାର୍ଯ୍ୟ ଯୋଗ ଦେଇ ଥିଲେ। ସଂପାଦକ ହେମନ୍ତ ସାହୁ ସ୍ବାଗତ ଅଭିଭାଷଣ ସହ ମଞ୍ଚ ପରିଚାଳନା କରିଥିଲେ। ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଅବସର ରେ ଆୟୋଜିତ କବିତା ଆସର କୁ ସରସ୍ଵତୀ ମିଶ୍ର ସଂଯୋଜନା କରିଥିବା ବେଳେ ବରିଷ୍ଠ କବି ପଦ୍ମ ଲୋଚନ ମିଶ୍ର, ବୀରେନ୍ଦ୍ର ରଥ, ଚମରା ବଗର୍ତ୍ତୀ,ପିତାମ୍ବର ଗଉଡ, ଅରୁଣ ପ୍ରଧାନୀ, ସତ୍ୟ ନାରାୟଣ ସାହୁ, ତପନ କୁମାର ସାହୁ, କାହ୍ନୁଚରଣ ସାହୁ, ଡୁଲେଶ୍ୱର ସାହୁ,ଭାଗିରଥୀ ଷଡ଼ଙ୍ଗୀ (ସୁରୁ), କୀର୍ତ୍ତନ ଘିଭେଲା, ହେମନ୍ତ ସାହୁ, ମାନସ ରଞ୍ଜନ ପ୍ରହରାଜ, ଉଦୟ ନାୟକ, ଡ. ଅଜିତ କୁମାର ବେହେରା ପ୍ରମୁଖ କବିତା ପାଠ କରିଥିଲେ । ଡିଲିଟ ଉପାଧି ଲାଭ କରିଥିବା ଡ. ଅଜିତ କୁମାର ବେହେରା ଓ ଡ. କୌତୁକ ପନ୍ଦର ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମାନପତ୍ର ପଠନ କରିଥିଲେ ପରମାନନ୍ଦ ବିଶି ଏବଂ ନାରାୟଣ ମହାଲିକ। ଗତ କାଲି ଓ ଆଜି ହେଇଥିବା ପ୍ରାଥମିକ ବିଦ୍ୟାଳୟ ଠାରୁ ମହାବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସୁଶାନ୍ତ ମିଶ୍ର। ପରିଶେଷରେ ସଂସଦ ର ଉପ ସଭାପତି ସୁରେନ୍ଦ୍ର ମହାଖୁଡ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe