//BREAKING//
Loading...

ପ୍ରଖ୍ୟାତ ଇଂରାଜୀ ଲେଖକ ତଥା ଭାରତୀୟ ବଂଷୋଦ୍ଭବ ସଲମାନ ରୁସଦିଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ


 ନ୍ୟୁୟର୍କ :(ତର୍ଜମା ବ୍ୟୁରୋ ନ୍ୟୁଜ) ପ୍ରଖ୍ୟାତ ଇଂରାଜୀ ଲେଖକ ତଥା ଭାରତୀୟ ବଂଷୋଦ୍ଭବ ସଲମାନ ରୁସଦିଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି । ଶୁକ୍ରବାରଦିନ ନ୍ୟୁୟର୍କର ଏକ କଲେଜ ରେ ଭାଷଣ ଦେଉଥିବା ବେଳେ ଜଣେ ବ୍ୟକ୍ତି ମଞ୍ଚ ଉପରକୁ ଉଠି ତାଙ୍କ ବେକରେ ଏକାଧିକ ଥର ଛୁରୀ ଭୁସିଥିଲା । ଏକ ହେଲିକେପ୍ଟର ରେ ନେଇ ଡାକ୍ତର ଖାନା ରେ ଚିକିତ୍ସା ପାଇଁ ଭର୍ତି କରା ଯାଇଛି ।ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।ବୁକର ପୁରସ୍କାର ଜିତିଥିବା ରୁସଦି ନ୍ୟୁୟର୍କର ଚଉତାକା ଇନଷ୍ଟିଚ୍ୟୁଟରେ ଭାଷଣ ଦେଉଥିବାବେଳେ ଏହି ଘଟଣା ଘଟିଥିଲା ।ଉକ୍ତ ବ୍ୟକ୍ତି ମଞ୍ଚରେ ଚଢି ତାଙ୍କୁ ଛୁରୀ ଭୁସିଥିଲେ । ଲୋକମାନେ ତୁରନ୍ତ ମଞ୍ଚ ଉପରକୁ ଚଢି ତାହାକୁ କାବୁ କରି ପୁଲିସ ହାତରେ ଦେଇଥିଲେ ।ଭାରତୀୟ ବଂଶୋଦ୍ଭବ ଏହି ଲେଖକ ୧୯୮୧ରେ ଭାରତର ବିଭାଜନ ଉପରେ ପର୍ଯ୍ୟବେଶିତ ଉପନ୍ୟାସ ମିଡନାଇଟ୍ସ ଚିଲଡ୍ରେନ ଲେଖି ଲୋକପ୍ରିୟ ହୋଇଥିଲେ ।ଇଂରାଜୀ ପୁସ୍ତକ ସାଟାନିକ ଭର୍ସେସ ଲେଖିବା ପରେ ତାହାକୁ ଇସଲାମିକ ଜଗତରେ ତୀବ୍ର ବିରୋଧ କରାଯାଇଥିଲା । ଏହି ବହି ୧୯୮୮ରୁ ଇରାନରେ ନିଷିଦ୍ଧ ରହିଛି । ୧୯୮୯ରେ ଇରାନର ସର୍ବୋଚ୍ଚ ଧାର୍ମିକ ନେତା ଆୟାତୋଲ୍ଲା ଖୋମିନି ତାଙ୍କ ହତ୍ୟା ପାଇଁ ଫତଓ୍ବା ଜାରି କରିଥିଲେ । ୨୦୧୨ରେ ଇରାନର ଏକ ଧାର୍ମିକ ସଂସ୍ଥା ରୁସଦିଙ୍କୁ ଯିଏ ହତ୍ୟା କରିବ ତାଙ୍କୁ ୨.୮ ନିୟୁତ ଡଲାର ଦିଆଯିବ ବୋଲି ଘୋଷଣା କରିଥିଲା । ପରେ ଏହି ପୁରସ୍କାର ରାଶିକୁ ୩.୩ ନିୟୁତ ଡଲାରକୁ ବୃଦ୍ଧି କରାଯାଇଥିଲା । ତେବେ କାହିଁକି ତାଙ୍କୁ ଆକ୍ରମଣ କରାଗଲା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । 
               


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe