//BREAKING//
Loading...

୧୪ ଅଗଷ୍ଟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ


ଭବାନୀପାଟଣା:----(ତର୍ଜମା ନ୍ୟୁଜ)କଳାହାଣ୍ଡି ପୋଷ୍ଟାଲ ଡିଭିଜନ ତତ୍ୱାବଧାନରେ ଡାକ ଅଧିକ୍ଷକ ଶ୍ରୀସଞ୍ଜୟ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଐତିହାସିକ ୧୪ ଅଗଷ୍ଟ ଅବସରରେ ବିଭାଜନ ବିଭୀଷିକା ସ୍ମୃତିଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂହ ଦେଓ ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ସୂଚନା ଯୋଗ୍ୟ ଯେ, ୧୪ ଅଗଷ୍ଟ କୁ ଭାରତର ବିଭାଜନ ସମୟର ଲୋମହର୍ଷଣକାରି ଘଟଣା ସବୁକୁ ସ୍ମରଣ କରିବା ନିମନ୍ତେ ସର୍ବଭାରତୀୟ ସ୍ତରରେ ଭାରତ ସରକାରଙ୍କର ଡାକ ବିଭାଗ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶନୀ କରି ସାଧାରଣ ଲୋକଙ୍କୁ ୧୪ ଅଗଷ୍ଟ ୧୯୪୭ରେ କରିଥିବା ଓ ଭୋଗିଥିବା ଦୁଃଖ, ଦୁର୍ଦଶା ଏବଂ ମାନବ ଅଧିକାରର ହନନ୍ ତଥା ଅନିଚ୍ଛା ସତ୍ୱେ ନିଜ ଜନ୍ମମାଟିକୁ ଛାଡିବାର ବାଧ୍ୟ୍ୟ ବାଧକତା ଆଦି ଘଟଣା ବଳି କୁ ସ୍ମରଣ କରିବା ନିମନ୍ତେ ସର୍ବଭାରତୀୟ ସ୍ତରରେ ଏହି କାର୍ଯ୍ୟକ୍ରମ କରାଯାଇଥାଏ ।ଏହି ଅବସରରେ ଆନ୍ତଃରାଷ୍ଟ୍ରୀୟ ଖ୍ୟାତସମ୍ପନ୍ନ କବି ଡ଼. ଭବାନୀ ଶଙ୍କର ନିଆଲ, ସହୟକ ଅଧିକ୍ଷକ ଶ୍ରୀ ରାଜକିଶୋର ମହାରଣା, ଶ୍ରୀ ବିଜୟ କୁମାର ପଟ୍ଟନାୟକ, ଭବାନୀପାଟଣା ମୁଖ୍ୟ ପୋଷ୍ଟମାଷ୍ଟର ଶ୍ରୀ ଦିଲ୍ଲୀପ କୁମାର ମିଶ୍ର, ଡେପୁଟି ପୋଷ୍ଟ ମାଷ୍ଟର ଶ୍ରୀ ମାନଧାତା ପଣ୍ଡା, ସାମ୍ବାଦିକ କମ୍ବୁପାଣି ମିଶ୍ର ଏବଂ ଅଧିବକ୍ତା ଜୟସିଂହ ଦେଓ ପ୍ରମୁଖ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀ ଅଭିଷେକ ପଣ୍ଡା ଏବଂ ଅନ୍ୟ ପୋଷ୍ଟମାଷ୍ଟର ଷ୍ଟାଫ ଆୟୋଜନ କରିଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe