ଗୋଳାମୁଣ୍ଡା:----(ତର୍ଜମା ସ୍ୱତନ୍ତ୍ର ପ୍ରତିନିଧି )ସ୍ୱାଧୀନତା ର ୭୫ବର୍ଷ ପୂର୍ତ୍ତି ପାଳନ କରୁଛି ଦେଶ ।ବିଶ୍ୱର ସର୍ବଶ୍ରେଷ୍ଠ ଗଣତନ୍ତ୍ର ରାଷ୍ଟ୍ର ଭାବରେ ପାଳନ କରାଯାଉଛି ଆଜାଦି ର ଅମୃତ ମହୋତ୍ସବ ପାଳନ ସହ ହର ଘର ତ୍ରିରଙ୍ଗା ମିଶନ ଚାଲିଛି ।ଅମୃତ ମହୋତ୍ସବ ର ବାସ୍ତବିକ ଚିତ୍ର ଦେଖିଲେ ଯେଉଁଠି କୁନି କୁନି ସ୍କୁଲ ଛାତ୍ର ଛାତ୍ରୀ ମାନେ ଶିକ୍ଷା ପରି ମୌଳିକ ଅଧିକାର ପାଇବା ପାଇଁ ବିପଦ ଶଙ୍କୁଳ ନାଳ ପାରି ହୋଇ ବିଦ୍ୟାଳୟ କୁ ଯିବା ଦୃଶ୍ୟ ସରକାରୀ ବାହାସ୍ଫୋଟ ର ଏକ ନମୁନା ମାତ୍ର ଓ ଯେଉଁମାନେ ଏସି ରୁମ ରେ ବସି ସରକାରୀ ଯୋଜନା ପ୍ରସ୍ତୁତ କରୁଛନ୍ତି ସେମାନେ ଓ ସରକାର ସ୍ୱାଧୀନତା ର ଅମୃତ ମହୋତ୍ସବ ପାଳନ ଅବସରରେ ଆତ୍ମ ସମୀକ୍ଷା କରିବା ଉଚିତ ।କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଗଣ୍ଡାମେର ପଞ୍ଚାୟତ ଜଗନ୍ନାଥ ଓ ମାଲପଡା ପଡାର ଛାତ୍ରଛାତ୍ରୀ ଏକ ନାଳ ପାର ହୋଇ ହରଡା ପ୍ରାଥମିକ ବିଦ୍ୟାଳୟକୁ ଯାଉଥିବା ଚିତ୍ର ସାମ୍ନାକୁ ଆସିଛି । ଗତ କିଛିଦିନ ତଳେ ଖମାର ହଳଦୀ ପଞ୍ଚାୟତ ବେହେରା ଗୁଡା ଗ୍ରାମରେ ତଣ୍ଟିଏ ପାଣି ଶବ ବୋହି ସତ୍କାର ପାଇଁ ନେଉଥିବା ଘଟଣା "ତର୍ଜମା ନ୍ୟୁଜ" ସମେତ ଅନ୍ୟାନ୍ୟ ଗଣ ମାଧ୍ୟମ ରେ ପ୍ରକାଶିତ ହୋଇ ଥିବା ବେଳେ ପୁଣି ଗୋଳାମୁଣ୍ଡା ବ୍ଲକରେ ଗଣ୍ଡାମେର ପଞ୍ଚାୟତର ବିପଦ ଶଙ୍କୁଳ ହଂସୀନି ନାଳ ପାର ହୋଇ ସ୍କୁଲଯାଉଥିବା ଦୃଶ୍ୟ ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି । ହରଡ଼ା ପ୍ରାଥମିକ ବିଦ୍ୟାଳୟକୁ ଜଗନ୍ନାଥପଡା ଓ ମାଲପଡାରୁ ୩୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରିବାକୁ ନାଳର ଗଭୀର ପାଣି ଅତିକ୍ରମ କରି ଆସୁଛନ୍ତି । ଗାଁ ଲୋକେ ଅନେକ ଥର କ୍ଷମତାଶୀନ ଜନପ୍ରତିନିଧି, ନେତା, ମନ୍ତ୍ରୀ ଓ ପ୍ରଶାସକଙ୍କୁ ଜଣାଇଥିଲେ ମଧ୍ୟ ଆଜି ଯାଏଁ କୌଣସି ସୁଫଳ ମିଳି ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏ ନେଇ ଗୋଳାମୁଣ୍ଡା ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ପ୍ରତିକ୍ରିୟା ନିଆଯାଇଥିଲା ହେଲେ ସେ ଜିଲ୍ଲା ଶିକ୍ଷା ବିଭାଗ ଓ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଜଣାଇଛି ବୋଲି ମତପ୍ରକାଶ କରିଥିଲେ। ସରକାର କୁନିକୁନି ଛାତ୍ରଛାତ୍ରୀଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି କି ବୋଲି ସାଧାରଣ ମହଲରେ ଚର୍ଚ୍ଚା ହେଉଛି । ଜିଲ୍ଲା ପ୍ରଶାସନ ଉଚ୍ଚ ସ୍ତରୀୟ ତଦନ୍ତ କରି ହଂସୀନି ନାଳ ଉପରେ ଅତିଶୀଘ୍ର ଏକ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।
ଗୋଳାମୁଣ୍ଡା ବ୍ଲକ ବିପଦ ଶଙ୍କୁଳ ହଂସୀନି ନାଳ ପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ
By: Tarzama News
0




Post a Comment