//BREAKING//
Loading...

ତଣ୍ଟିଏ ପାଣି ରେ ଶବ ବୁହା ଘଟଣା :ବିକାଶ ର ନଗ୍ନ ଚିତ୍ର ର ନମୁନା


 

ଗୋଳାମୁଣ୍ଡା :-(ତର୍ଜମା ନ୍ୟୁଜ)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖମାର ହଲଦୀ ପଞ୍ଚାୟତ ର ବେହେରା ଗୁଡ଼ା ଗ୍ରାମରେ ଏକ ହୃଦୟ ବିଦାରକ, ବିକାଶ ର ନଗ୍ନ ଚିତ୍ର ଦେଖିବାକୁ ମିଳିଛି । ବେହେରାଗୁଡ଼ା ଗ୍ରାମର ସନ୍ତ ରଣା ଦୀର୍ଘ ଦିନଧରି ପାରାଲୀଶିଶ ରୋଗରେ ଆକ୍ରାନ୍ତ ହେଇଥିଲେ ଏବଂ ତାଙ୍କ ମୃତ୍ୟୁ ପରେ ଏକ ନାଳରେ ରହିଥିବା ତଣ୍ଟିଏ ଗଭୀର ପାଣି ଅତିକ୍ରମକରି ଶବଟିକୁ ଶ୍ମଶାନ ଭୂମିକୁ ନେଇ ଯାଇ ଥିଲେ ଏବଂ ଶବ ସତ୍କାର କରିଥିଲେ ସେହି ଜଣା ପଡିବା ପରେ ଆଜି ବେହେରାଗୁଡା ଗାଁ କୁ ଜିଲ୍ଲା ଯୁବ କଂଗ୍ରେସ କମିଟି ପହଁଚିଛି । ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ ଙ୍କ ନେତୃତ୍ୱରେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଭାପତି ଡାକେଶ୍ୱର ଲହଜଳ, ଉମେଶ ସରାପ, ନୀଳାମ୍ବର ମହାନନ୍ଦ ସମେତ ଏକ ପ୍ରତିନିଧି ଦଳ ଆସି ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ହେବା ସହ ଆଗାମୀ ସାତ ଦିନ ମଧ୍ୟରେ ସେହି ନାଳ ରେ ଏକ ବ୍ରିଜ଼ ନିର୍ମାଣ ନ କଳେ କିମ୍ବା ପ୍ରତିଶୃତି ନ ଦେଲେ ରାଜରାସ୍ତା ରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।ଏହା ରାଜ୍ୟ ସରକାରଙ୍କ ବିକାଶ ର ନଗ୍ନ ଚିତ୍ର ନୁହେଁ ତ ଆଉ କଣ ହୋଇ ପାରେ ବୋଲି ପ୍ରଶ୍ନ କରି ପ୍ରଶାସନ, ନିର୍ବାଚିତ ପ୍ରତିନିଧି ଓ ରାଜ୍ୟ ସରକାର ଏହି ପରି ଘଟଣା କୁ ନେଇ କେତେ ତତ୍ପରତା ଦେଖାଉଛନ୍ତି ବୋଲି ପ୍ରକାଶ କରିଛନ୍ତି ।ଏଠାରେ ସୂଚନା ଯୋଗ୍ୟ ଯେ,ଗୋଟିଏ ପଟେ କଳାହାଣ୍ଡି ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳ ସବୁ ଦିନିଆ ଗମନାଗମନ ରେ ବଞ୍ଚିତ ଲୋକ ମାନେ ନାହିଁ ନ ଥିବା ଦୁର୍ଦଶା ଭୋଗୁ ଥିବା ବେଳେ ପ୍ରଶାସନ, ରାଜ୍ୟ ସରକାର, ନିର୍ବାଚିତ ପ୍ରତିନିଧି ମାନେ ବିକାଶ ର ସ୍ୱପ୍ନ ଦେଖେଇ ଲୋକଙ୍କୁ ଭୁଆଁ ବୁଲେଇ ଚାଲିଛନ୍ତି ଓ ବାସ୍ତବିକ ସତ୍ୟ କୁ ସ୍ୱୀକାର କରିବା କୁ ନାରାଜ ।ତେବେ ବିକାଶର ନଗ୍ନ ଚିତ୍ର କେବେ ବି ଲୁଚି ରହେନାହିଁ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe