ଭବାନୀପାଟଣା:--------(ତର୍ଜମା ନ୍ୟୁଜ) ଡ.ବି.ଆର ଆମ୍ବେଦକର ଫାଉଣ୍ଡେସନ ଟ୍ରଷ୍ଟ କଳାହାଣ୍ଡି ତରଫରୁ ଡ.ବି.ଆର ଆମ୍ବେଦକର ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ଡ଼. ଭବାନୀ ଶଙ୍କର ନିଆଲଙ୍କର ନେତୃତ୍ୱରେ ରାଜସ୍ଥାନର ନଅ ବର୍ଷ ବୟସ୍କ ତୃତୀୟ ଶ୍ରେଣୀ ଛାତ୍ର ଇନ୍ଦ୍ର ମେଘୱାଲଙ୍କ ମୃତ୍ୟୁ ଘଟଣା ର ଅଭିଯୁକ୍ତ ସ୍କୁଲ ଶିକ୍ଷକକୁ ଫାସୀ ଦଣ୍ଡାଦେଶ ଦାବିନେଇ ମହାମହିମ ରାଷ୍ଟ୍ରପତି, ଭାରତ ସରକାରଙ୍କୁ କଳାହାଣ୍ଡିଜିଲ୍ଲାପାଳ ଙ୍କର ଜରିଆରେ ଏକ ସ୍ମାରକ ପତ୍ର ଦିଆଯାଇଛି । ଏହି ସ୍ମାରକ ପତ୍ରରେ ଏହି ଘଟଣାର ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ନିବେଦନ ସହିତ ସ୍ୱାଧୀନତା ପରେ ଭାରତବର୍ଷରେ ହେଉଥିବା ଦଳିତ, ଅତ୍ୟାଚାର ଓ ଦଳିତ ଅତ୍ୟାଚାର କୁ ନିପାତ କରିବାର ଯେଉଁ ଅଧିନିୟମ ତିଆରି ହୋଇଛି ଭାରତ ସରକାରଙ୍କର ଦ୍ୱାରା ତାହାକୁ କ୍ରିୟାନ୍ନୟନ ସୁନିଶ୍ଚିତ କରିବାକୁ ଏହି ସ୍ମାରକପତ୍ର ଦିଆଯାଇଛି । ଏହାର ପ୍ରତିଲିପି ଭାରତ ସରକାରଙ୍କ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ଭାରତର ସମସ୍ତ ସାଂସଦଙ୍କୁ ଦିଆଯାଇଛି ।ଏହିପରି ଏକ ଲଜ୍ୟାକର ଘଟଣା କୁ ସମସ୍ତ ସ୍ତରରେ ତୀବ୍ର ନିନ୍ଦା ଓ ବିରୋଧ କରିବା ସହ ଦୋଷୀ କୁ ଦୁଷ୍ଟାନ୍ତ ମୂଳକ ଭାବେ ଫାଶୀ ଦଣ୍ଡାଦେଶ ଦେବା ପାଇଁ ସ୍ମାରକପତ୍ର ରେ ଉଲ୍ଲେଖ ରହିଛି । ଏହି ପ୍ରତିନିଧି ମଣ୍ଡଳୀରେ ଚକ୍ରଧର ସେଠୀ, ନାଦରାଜ ନାଏକ, ହନିଫ ଖାନ, ଅନିଲ ବାଗ ଙ୍କ ସମେତ ଫାଉଣ୍ଡେସନ ର ଅନେକ ସଦସ୍ୟ ଉପସ୍ଥିତ ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ରାଜସ୍ଥାନ ଜାଲୋର ଜିଲ୍ଲାର ସାୟଲା କ୍ଷେତ୍ରର ସୁରଣା ସରସ୍ୱତୀ ବିଦ୍ୟାଳୟ ରେ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ପାଖରେ ରଖାଯାଇଥିବା ଏକ ହାଣ୍ଡିରୁ ପାଣି ପିଇବା ପାଇଁ ତୃତୀୟ ଶ୍ରେଣୀର ଜଣେ ଦଳିତ ଛାତ୍ରଙ୍କୁ ଜୀବନ ହରାଇବାକୁ ପଡିଲା । ଏହି ଦୁଃଖଦ ଓ ଅମାନବୀୟ ଘଟଣା ଘଟିବାର ତେଇଶ ଦିନ ପରେ ଦେବରାମ ମେଘୱାଲଙ୍କ ପୁଅ ଇନ୍ଦ୍ର ମେଘୱାଲ (ନଅ ବର୍ଷ ବୟସ୍କ ଛାତ୍ର)ଗତ ଶନିବାର ଦିନ ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା ।
ଛାତ୍ର ଇନ୍ଦ୍ର ମେଘୱାଲ ହତ୍ୟାକାରିକୁ ଫାସୀ ଦଣ୍ଡାଦେଶ ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର
By: Tarzama News
0
Tags
ଭବାନୀପାଟଣା



Post a Comment