କର୍ଲାମୁଣ୍ଡା:-(ତର୍ଜମା ନ୍ୟୁଜ )ଜରି ଖଣ୍ଡେ ପାଇଁ RI ଙ୍କ ପାଖରେ ହାତଯୋଡ଼ି ନେହୁରା ହେଉଛନ୍ତି ଲୋକେ:ନାଲି ଆଖି ଦେଖାଉଛନ୍ତି RIଏ ବିଷୟରେ ପଚାରିଲେ ସାମ୍ବାଦିକ ଙ୍କୁ RI ନାଲିଆଖି ଦେଖାଉଥିବା ଅଭିଯୋଗ ହେଉଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରୁ କଳାହାଣ୍ଡି ଜିଲ୍ଲା ରେ ଲଗାତାର ତିନିଦିନ ଧରି ବର୍ଷା ଲାଗି ରହିଥିଲା । ଏହି ବର୍ଷା ରେ କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଗାଁ ରେ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିଲା । ଲୋକେ ଭଙ୍ଗା ଘରେ ବିପଦଶଙ୍କୁଳ ଅବସ୍ଥାରେ ରହୁଥିବା ବେଳେ କିଛି ଲୋକଙ୍କୁ ଗାଁ ସରପଞ୍ଚ ବର୍ଷା ଛାଡିବା ପର୍ଯ୍ୟନ୍ତ ଗାଁ ସ୍କୁଲ ରେ ରହିବା ପାଇଁ ପରାମର୍ଶ ଦେଇଥିଲେ । ଅନେକ ଲୋକ ଭଙ୍ଗା କୁଡ଼ିଆ ରେ ଏବେ ପର୍ଯ୍ୟନ୍ତ ରହୁଥିବାର ନଜର ଆସିଛି । ବର୍ଷା ପରେ ଲୋକ ମାନେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ କୁ ପଲିଥିନ ଖଣ୍ଡେ ପାଇଁ ଯାଇଥିଲେ । କିନ୍ତୁ ବାରମ୍ବାର ଅଫିସ କୁ ଦୌଡ଼ିବା ପରେ ମଧ୍ୟ ରାଜସ୍ୱ ନିରୀକ୍ଷକ ଭାବରେ କାର୍ଯ୍ୟ କରୁଥିବା ଶ୍ରୀ ମତୀ ତନୁ ନାଏକ ସେମାନଙ୍କୁ ଅନେକ ଦୁର୍ବ୍ୟବହାର ଦେଖାଇ ତଡ଼ି ଦେଉଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ରିଷିଡ଼ା, ଗଜବହାଲ ଓ ପୌରକେଲା ଗାଁ ର ପ୍ରାୟ 40 ରୁ ଅଧିକ ହିତାଧିକାରୀ ମାନେ ଘଣ୍ଟା ଘଣ୍ଟା ଧରି ଅଫିସ ସାମ୍ନା ରେ ଅପେକ୍ଷା କରିଥିଲେ । ଦିନ ପ୍ରାୟ 11ଟା ରେ ଫୋନ କରିବାରୁ RI ମ୍ୟାଡମ ଅଫିସ କୁ ଆସିଥିଲେ । ଏ ବିଷୟରେ ସାମ୍ବାଦିକ ମାନେ ପଚାରିବାରୁ - ମୁଁ ଏଠି ଜଣେ ହିଁ କର୍ମଚାରୀ ଅଛି । ମୋ ଘର କାମ କରିବି ନା ଏଠି ଜଗିକି ବସିଥିବି । ଆପଣ ମାନଙ୍କ ପ୍ରଶ୍ନ ର ଉତ୍ତର ଦେବା ପାଇଁ ମୋ ପାଖରେ ସମୟ ନାହିଁ ବୋଲି ଉତ୍ତର ଦେଉଛନ୍ତି । ହିତାଧିକାରୀ ଓ ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର କରୁଥିବା ସହ କେସ କରିବି ବୋଲି କହୁଥିବା ଦେଖିବାକୁ ମିଳୁଛି । ଏ ବିଷୟରେ ପଚାରିଲେ ତହସିଲଦାର ତଦନ୍ତ କରିବେ ଏବଂ ସମସ୍ୟା ର ସମାଧାନ କରିବା ପାଇଁ ଚେଷ୍ଟା କରିବି ବୋଲି କହିଛନ୍ତି । ଏଠି ସରକାରୀ ଅଫିସ ଓ ସରକାରୀ କର୍ମଚାରୀ ଙ୍କ ଅବସ୍ଥା ଏମିତି । କଳାହାଣ୍ଡି ଜିଲ୍ଲା ର ପ୍ରତ୍ୟେକ ଅଫିସ ରେ ଏମିତି ମନମୁଖୀ କାର୍ଯ୍ୟ ଚାଲିଥିବାର ନଜରକୁ ଆସେ । କେବେ ଏ ଅବସ୍ଥା ସୁଧୁରିବ ତାହା ଦେଖିବାକୁ ବାକି ରହିଲା ।
Post a Comment