//BREAKING//
Loading...

କୁଶାଡୁଙ୍ଗରିକୁ ପୌରପାଳିକାରେ ସାମିଲ କରିବା ନେଇ ଭବାନୀପାଟଣା ପୌରାଧ୍ୟକ୍ଷାଙ୍କୁ ସ୍ମାରକପତ୍ର ପ୍ରଦାନ

 


ଭବାନିପାଟଣା:--(ତର୍ଜମା ନ୍ୟୁଜ)ବିଜେଡି ରାଜ୍ୟ ପରିଷଦ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା  ଡ଼. ଭବାନୀ ଶଙ୍କର ନିଆଲ କୁଶାଡୁଙ୍ଗରିକୁ ପୌରପାଳିକାରେ ସାମିଲ କରିବା ନେଇ ଭବାନୀପାଟଣା ପୌରାଧ୍ୟକ୍ଷାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁଯାଇ,୨୦୧୫-୧୬ ମସିହାରେ ମାନ୍ୟବର ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଭବାନୀପାଟଣା ମୁଖ୍ୟ ରାସ୍ତାମାନଙ୍କରେ ଥିବା ଜବରଦଖଲକାରୀଙ୍କୁ ହଟାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏକ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏହିକ୍ରମରେ ସରକାରୀ ମହାବିଦ୍ୟାଳୟର ପାଖାପାଖି ଜମିରେ ରହିଥିବା ୫୦୦/୬୦୦ ପରିବାରଙ୍କୁ ସ୍ଥାନାନ୍ତରିତ କରି ନିକଟସ୍ଥ କୁଶାଡ଼ଙ୍ଗରୀ ଓ ନୂଆପଡା କଲୋନୀପଡ଼ାରେ ସେ ସମସ୍ୟାର ପ୍ରଶାସନ ବ୍ୟବସ୍ଥାକରି ସବୁ ସମସ୍ୟାର ସମାଧାନ କରିବୁ ବୋଲି କହିଥିଲେ ହେଁ ଆଜିକୁ ୭ / ୮ ବର୍ଷ ହେବା ସତ୍ୱେ ସେଠାକାର ସମସ୍ୟା ତୈଥବତ ଅଛି । ସୂଚନା ଯୋଗ୍ୟ ଯେ, କୁଶାଡ଼ଙ୍ଗରିର ନିବାସୀ ଯଦିଓ ମ୍ୟୁନିସିପାଲଟି ଦୁଇ ନମ୍ବର ୱାର୍ଡର ଭୋଟର ଅଟନ୍ତି, କୁଶାଡ଼ଙ୍ଗରିରେ ରହୁଥିବା କାରଣରୁ ଏହା ଶ୍ରୀପୁର ଏବଂ ମେଦିନୀପୁର ମୌଜାରେ ଆସୁଛନ୍ତି । ଏଣୁ ରେଭେନ୍ୟୁ ଦୃଷ୍ଟିକୋଣରୁ ନା ସେମାନେ ଶ୍ରୀପୁର ନିବାସୀ ନା ମୁନ୍ସିପାଲଟି ନିବାସୀ ।ଏଣୁ ଉକ୍ତ ବିଷୟରେ ବିଚାର କରିବାପାଇଁ ପୌରାଧ୍ୟକ୍ଷାଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହି ସ୍ମାରକ ପତ୍ର ପ୍ରଦାନ କରାଯାଇଛି ବୋଲି ଡ଼. ଭବାନୀ ଶଙ୍କର ନିଆଲ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଏହାର ପ୍ରତିଲିପି ଜିଲ୍ଲାପାଳ କଳାହାଣ୍ଡି,ବିଡ଼ିଓ ଭବାନୀପାଟଣା, ଇ.ଓ ଭବାନୀପାଟଣା, ଉପ-ପୌରାଧ୍ୟକ୍ଷ ଏବଂ ସମସ୍ତ କାଉନସିଲର ଭବାନୀପାଟଣା ପୌରପାଳିକା, ସାଂସଦ କଳାହାଣ୍ଡି ଏବଂ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଥିବା କୁହାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ, ଜିଲ୍ଲା ପରିବହନ ବିଭାଗ ର ଡ୍ରାଇଭିଂ ଲାଇସେନ୍ସ ପାଇଁ ଟେଷ୍ଟିଂ ସକାଶେ MVI କାର୍ଯ୍ୟାଳୟ କୁଶା ଡଙ୍ଗରି ନିକଟରେ ଗତ କିଛିଦିନ ତଳେ ରାଜ୍ୟ ସରକାରଙ୍କ ପରିବହନ ମନ୍ତ୍ରୀ ଉଦଘାଟନ କରିଛନ୍ତି ।



Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe