ଭୁବନେଶ୍ୱର :---- (ତର୍ଜମା ବ୍ୟୁରୋ ନ୍ୟୁଜ) ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧିପାଇଥିବା ଜଣା ପଡ଼ିଛି । ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଙ୍କ କାର୍ଯ୍ୟକାଳ ଆଉ ଛଅ ମାସ ବୃଦ୍ଧି କରିବାକୁ ଦେଇଥିବା ପ୍ରସ୍ତାବ କେନ୍ଦ୍ରସରକାର ଙ୍କ ଅନୁମୋଦନ ଲାଭ କରିଛି । ଦ୍ୱିତୀୟ ଥର ପାଇଁ ଏହି କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ମୁଖ୍ୟ ଶାସନ ସଚିବ ଙ୍କ କାର୍ଯ୍ୟକାଳ ଆଉ ଛଅମାସ ବୃଦ୍ଧି ସକାଶେ ଏକ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ପଠାଯାଇଥିଲା ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରସ୍ତାଵ କୁ ଅନୁମୋଦନ ଦେଇଛନ୍ତି କେନ୍ଦ୍ର ସରକାର । ସେପ୍ଟେମ୍ବର ୧ରୁ ୨୦୨୩ ଫେବୃଆରୀ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢ଼ିଛି । ପୂର୍ବରୁ ସୁରେଶ ମହାପାତ୍ରଙ୍କ ୬ ମାସ କାର୍ଯ୍ୟକାଳ ବଢ଼ିଥିଲା । ଫେବୃଆରୀ ୨୮ ୨୦୨୨ରେ କାର୍ଯ୍ୟକାଳ ଶେଷ ହୋଇଯାଉଥିଲା । ସେତେବେଳେ ତାଙ୍କୁ ୬ମାସର କାର୍ଯ୍ୟକାଳ ବଢ଼ାଯାଇ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଥିଲା । ଦ୍ଵିତୀୟ ଥର ପାଇଁ ପୁଣି ଆଉ ୬ମାସ କାର୍ଯ୍ୟକାଳ ବଢ଼ାଯାଇଛି ।ସୁରେଶ ମହାପାତ୍ର ହେଉଛନ୍ତି ୧୯୮୬ ବ୍ୟାଚର ଆଇଏଏସ ଅଫିସର ।
Post a Comment