ଭବାନୀପାଟଣା:---(ତର୍ଜମା ନ୍ୟୁଜ)ମୃତ୍ୟୁ ପ୍ରମାଣ ପତ୍ର କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି କିରାଣୀ ବାବୁ।ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ଗାଁର ନିଲଝରି ନାଏକ ନିଜ ପରିବାର ୩ ଜଣଙ୍କ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆବେଦନ କରିଥିଲେ। ହେଲେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଅତିରିକ୍ତ କିରାଣୀ ଏମ ଦିବ୍ୟଜ୍ୟୋତି ମୃତ୍ୟୁ ପ୍ରମାଣ ପତ୍ର କରାଇଦେବା ବାବଦରେ ୧୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।ପରେ ଏନେଇ ନିଲଝରି ନାଏକ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ।ଅଭିଯୋଗ ଭିର୍ତ୍ତି କରି ଅତିରିକ୍ତ କିରାଣୀ ଙ୍କୁ ଧରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଭିଜିଲାନ୍ସ ବିଭାଗ।ଆଜି ଅତିରିକ୍ତ କିରାଣୀ ଏମ ଦିବ୍ୟଜ୍ୟୋତି ନିଜ କାର୍ଯ୍ୟାଳୟ ରେ ଅଭିଯୋଗ କାରୀଙ୍କ ଠାରୁ ୯ ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ ବିଭାଗ।ଅଭିଯୁକ୍ତ ଅତିରିକ୍ତ କିରାଣୀ ଙ୍କ ଠାରୁ ରଙ୍ଗ ବୋଲା ଟଙ୍କା ଜବତ କରିବା ସହ ଅତିରିକ୍ତ କିରାଣୀ ଏମ ଦିବ୍ୟଜ୍ୟୋତି କୁ ଗିରଫ କରିବା ତଦନ୍ତ ଜାରି ରଖିଥିବା ନେଇ ସୂଚନା ଦେଇଛି ଭିଜିଲାନ୍ସ ବିଭାଗ।ଏହି ଚଢ଼ାଉରେ ଭବାନୀପାଟଣା ଭିଜିଲାନ୍ସ ଡ଼ିଏସପି ସଦାନନ୍ଦ ପାଣି, ମାଲକାନଗିରି ଭିଜିଲାନ୍ସ ଡ଼ିଏସପି ସୁଶାନ୍ତ କୁମାର ବିଶ୍ବାଳ ଙ୍କ ନେତୃତ୍ୱ ନେଇଥିଲେ ।
Post a Comment