କଲାହାଣ୍ଡି ଜିଲ୍ଲା ଭବାନୀପାଟଣା ଅଞ୍ଚଳର ଏକଲ ଅଭିଯାନ ଗୋଲାମୁଣ୍ଡା ସଞ୍ଚରେ ସଞ୍ଚ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି. କବାଡି, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଦୌଡ଼ ପ୍ରତିଯୋଗିତା ସ୍ଥାନୀୟ ଶିବାଜୀ ଷ୍ଟାଡିଅମ ରେ ଅନୁଷ୍ଠିତ ହୋଇଥିବା ବେଳେ 125 ଜଣ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତା ରେ ଭାଗ ନେଇଥିବା ବେଳେ ପୁରସ୍କୃତ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ବିଜୟାନନ୍ଦ ପବ୍ଲିକ ସ୍କୁଲ ରେ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ସଞ୍ଚ ସଭାପତି ତଥା ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଯୋଗ ଦେଇଥିବା ବେଳେ ଗଗନ ବିହାରୀ ମୁଣ୍ଡ ମୁଖ୍ୟ ଅତିଥି, ବିଜୟାନନ୍ଦ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ ଅମର ସିଂ ନାଏକ, ରଙ୍ଗାଧର ମୁଣ୍ଡ,ଟିକେଶ୍ୱର ମାଝୀ ପ୍ରମୁଖ ଉପସ୍ଥିତ ରହି ମଞ୍ଚାସିନ ହୋଇଥିଲେ ।କାର୍ଯ୍ୟକ୍ରମ ରେ ସ୍ଥାନୀୟ ଶିଶୁମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ବ୍ରହ୍ମପ୍ରସାଦ କାଣ୍ଡ,ହେମନ୍ତ ବଗର୍ତ୍ତି,ଧନୁର୍ଜୟ ବନ୍ଦୀଛୋଡ,ପ୍ରମୁଖ ପରିଚାଳନା କାର୍ଯ୍ୟକ୍ରମ କରିଥିଲେ ।
Post a Comment