//BREAKING//
Loading...

ଭବାନୀପାଟଣା ଠାରେ ଦ୍ଵିତୀୟ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

 


ଭବାନୀପାଟଣା :----(ତର୍ଜମା ନ୍ୟୁଜ ) ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓଙ୍କ ଅଧ୍ୟକ୍ଷତା ରେ ଦ୍ଵିତୀୟ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀ ବସନ୍ତ ପଣ୍ଡା, ନର୍ଲା ବିଧାୟକ ଶ୍ରୀ ଭୂପିନ୍ଦର ସିଂ,ଧର୍ମଗଡ ବିଧାୟକ ଶ୍ରୀ ମୌଶଦି ବାଗ,ଲାଞ୍ଜିଗଡ ବିଧାୟକ ଶ୍ରୀ ପ୍ରଦୀପ ଦିଶାରି, କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ସି ଡ଼ି ଓ ଜିଲ୍ଲା ପରିଷଦ  ଶ୍ରୀ ସୁଶାନ୍ତ କୁମାର ପଟେଲ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀମତୀ ସୁଧିରା ମେହେର, ବିରୋଧୀ ଦଳ ନେତା ପ୍ରତିନିଧି ଶ୍ରୀ ମନୋଜ ସାହୁ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା,ବ୍ଲକ ଅଧ୍ୟକ୍ଷ/ଅଧକ୍ଷା,ଜିଲ୍ଲା ସ୍ତରୀୟ ବିଭାଗିୟ ଅଧିକାରୀ ଉପସ୍ଥିତ ଥିଲେ। ପ୍ରଥମେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ଶ୍ରୀ ସୁଶାନ୍ତ କୁମାର ପଟେଲ ସମସ୍ତଙ୍କୁ ସ୍ବାଗତ କରି ଜିଲ୍ଲାର ବିକାଶ ନିମନ୍ତେ ପ୍ରଶାସନକୁ ସହଯୋଗ ଓ ସ୍ଵମନ୍ୟୟ ରକ୍ଷା କରି ବିକାଶ ପ୍ରକ୍ରିୟାକୁ ତ୍ଵରାନିତ କରିବାକୁ ନିବେଦନ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ସିଂଦେଓ ଉପସ୍ଥିତ ସମସ୍ତ ନିର୍ବାଚିତ ପ୍ରତିନିଧି ଙ୍କୁ ସ୍ଵାଗତ କରି ଜିଲ୍ଲାର ଉନ୍ନତି ସକାଶେ ଓ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବୈଠକ କୁ ଶାନ୍ତିପୂର୍ଣ୍ଣ ଭାବେ ଗଠନ ମୂଳକ ସହାୟତା କରିବାକୁ ଆହ୍ବାନ ଦେଇଥିଲେ ଓ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥାପିତ ଦାବୀ ଓ ସମସ୍ୟା କୁ ଶୀଘ୍ର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି ଆଶା କରିଥିଲେ। ଲୋକସଭା ସାଂସଦ ଶ୍ରୀ ପଣ୍ଡା ସମସ୍ତଙ୍କୁ ସ୍ବାଗତ କରି ଲୋକଙ୍କ ପ୍ରତିନିଧି ହିସାବରେ ନିଜ ଅଞ୍ଚଳର ବିକାଶକୁ ଗୁରୁତ୍ୱ  ଦେବାକୁ  କହିଥିଲେ। ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ନିଜ ବକ୍ତଵ୍ୟରେ ସମସ୍ତଙ୍କୁ ସ୍ବାଗତ କରି ସମସ୍ତେ ନିଜ ଅଞ୍ଚଳର ଉନ୍ନତି ପାଇଁ ଗଠନମୂଳକ ପ୍ରସ୍ତାବ ଦେବା ସହ ବିଭାଗୀୟ ଅଧିକାରୀ ପ୍ରତିନିଧି ଉପସ୍ଥାପନ କରିଥିବା ଅଭିଯୋଗ ଓ ସମସ୍ୟାକୁ ଶୀଘ୍ର ସମାଧାନ ପାଇଁ  କହିଥିଲେ ।ବୈଠକ ରେ ମୁଖ୍ୟତଃ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ବିଦ୍ୟୁତ ଉପରେ ଆଲୋଚନା ହୋଇଥିଲା।ଜିଲ୍ଲା ପରିଷଦ ସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଉପସ୍ଥାପନ କରି ବିଭାଗୀୟ ଅଧିକାରୀଙ୍କ ଠାରୁ ଉତ୍ତର ଓ ସମାଧାନ ସକାଶେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ। ଆର୍ ଡବ୍ଲୁ ଏସ ଏସ , ଏସ୍ ଇ ଙ୍କ ସୂଚନା ଅନୁଯାୟୀ ଜିଲ୍ଲାର ୪ଟି ବ୍ଲକ ଗୋଲାମୁଣ୍ଡା,କଲମପୁର,ଜୁନାଗଡ ଓ ଜୟପାଟଣା ରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲିଛି ଓ ୨ ଟି ବ୍ଲକ କୋକସରା ଓ ଥୁଆମୂଳ ରାମପୁର ରେ  ଟେଣ୍ଡର କାର୍ଯ୍ୟ ସମାପ୍ତ ହେଇ  ଅନୁଦାନ ପାଇଁ ପ୍ରେରଣ କରାଯାଇଛି।ଏହା ବ୍ୟତୀତ ଅନ୍ୟ ୭ ଟି ବ୍ଲକରେ ଘରେ ଘରେ ପାଣିର ବ୍ୟବସ୍ଥା ,୩୨୪ ଟି ସୋଲାର ପାନୀୟ ଜଳ ପଏଣ୍ଟ ର ବ୍ୟବସ୍ଥା,ଅଚଳ ନଳକୁପକୁ ମରାମତି ପାଇଁ ପ୍ରତ୍ୟେକ ବ୍ଲକରେ ନଳକୂପ ଅଭିଯୋଗ ରେଜିଷ୍ଟର, ମୋବାଇଲ ଭ୍ୟାନ ଦ୍ୱାରା ୨୪ ଘଣ୍ଟା ମଧ୍ୟରେ ଷ୍ଟାଫ୍ ଯାଇ ମରାମତି କରିବାର ବ୍ୟବସ୍ଥା ଉପରେ କହିଥିଲେ। ନିର୍ବାଚିତ ପ୍ରତିନିଧି  ନିଜ ନିଜ ଅଞ୍ଚଳର ପାନୀୟ ସମସ୍ୟାକୁ ଏସ ଇ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଗ୍ରାମ୍ୟ କଂକ୍ରିଟ ରାସ୍ତାକୁ ପାଇପ ଠିକାଦାର ଖୋଳି ନଷ୍ଟ କରୁଛନ୍ତି ଓ ପୂର୍ବ ଅବସ୍ଥା କୁ ଆଣିବା ପାଇଁ ଗୁରୁତ୍ଵ ଦେଉନାହାନ୍ତି ବୋଲି ଅଭିଯୋଗ କରିଥିଲେ। ଲାଞ୍ଜିଗଡ ବିଧାୟକ ଶ୍ରୀ ଦିଶାରୀ ଏସ୍ ଇ ,ଆର୍ ଡବ୍ଳୁ ଏସ୍ ଏସ ଙ୍କ ପାନୀୟ ଜଳ ସମ୍ବଧୀୟ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିଥିଲେ। ସେଭଳି କଳାହାଣ୍ଡି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ରେ ୩୮ଟି ହାଇସ୍କୁଲ ଓ ଦ୍ଵିତୀୟ ପର୍ଯ୍ୟାୟର ୧୧୨ଟି ୫ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ଶେଷ ହୋଇଛି ଏବଂ ତୃତୀୟ ପର୍ଯ୍ୟାୟ ରେ  ୯୮ ହାଇସ୍କୁଲକୁ ନିଆଯାଇଛି।ଶିକ୍ଷକ ଅଭାବ ଥିବା ହାଇ ସ୍କୁଲ ମାନଙ୍କରେ ୫୦୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି।ସେଭଳି ଜିଲ୍ଲାରେ ୧୫୦ ଟି ହାଇସ୍କୁଲ ରୁପାନ୍ତିକରଣ କାର୍ଯ ସମାପ୍ତ ଯୋଗୁଁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହେବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ କରିଥିଲେ।ଅନେକ ସଭ୍ୟ ନିଜ ଅଞ୍ଚଳର ସ୍କୁଲ ମାନଙ୍କରେ ଶ୍ରେଣୀ ଗୃହ  ଓ ଶିକ୍ଷକ ଅଭାବ ଉପରେ କହିଥିଲେ। ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଜିଲ୍ଲାରେ ବର୍ତ୍ତମାନ ୩୩୯ ଟି ଡାକ୍ତର ପଦବୀ ଆବଶ୍ୟକ ସତ୍ତ୍ୱେ କେବଳ ୧୮୬ଟି ଅଛି ଏବଂ ୧୫୩ଟି ଖାଲି ପଡ଼ିଛି।ବିଶେଷଜ୍ଞ ପଦବୀ ୧୦୭ ଜାଗାରେ କେବଳ ୩୭ ଜଣ ଓ ୭୦ ଖାଲି ପଡ଼ିଛି।ସେଭଳି ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ, ଆୟୁଷ ଡାକ୍ତର, ଟେକନିସିଆନ୍ ପଦବୀ ଖାଲି ରହୁଛି ଏଣୁ ସ୍ବାସ୍ଥ୍ୟ ସେବା ଯୋଗଇଦେବାକୁ ଅସୁବିଧା ହେଉଛି ବୋଲି ସି ଡି ଏମ ଓ ପ୍ରକାଶ କରିଥିଲେ । ଅନେକ ସଭ୍ୟ ନିଜ ଅଞ୍ଚଳର ସ୍ବାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥା,ଡାକ୍ତର ଅଭାବ ତଥା ନୂତନ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ ଉପରେ  ପ୍ରଶ୍ନ କରି ଶୀଘ୍ର ସମାଧାନ ପାଇଁ କହିଥିଲେ। ସଭ୍ୟମାନେ ଛତୁଆର ମାନ ଉପରେ ଅସନ୍ତୋଷ ପ୍ରକାଶ କରି ଛତୁଆ ଯୋଗାଣକାରୀ ଙ୍କୁ ପରିବର୍ତ୍ତନ କରି ନୂତନ କୁ ଦାୟିତ୍ଵ ଦିଆଯାଉ ବୋଲି କହିଥିଲେ ।ସି ଡ଼ି ଏ ଓ  ଖରିଫ ଋତୁ ପାଇଁ ଚାଷୀ ମାନଙ୍କୁ ରାସାୟନିକ ସାର ୟୁରିଆ, ଡି ଏ ପି ତଥା ନାନୋ ସାର ଯୋଗାଣ ଉପରେ ସବିଶେଷ ତଥ୍ୟ ଦେଇଥିଲେ। ଏଫ୍ଏକ୍ୟୁ ମାନର ଧାନ ଉତ୍ପାଦନ ହେଲେ ମଧ୍ୟ କାହିଁକି ଚାଷୀ ର  କ୍ଵିଣ୍ଟାଲ ପିଛା କଟଣି କରାଯାଉଛି ବୋଲି ଅନେକ ସଭ୍ୟ ଉଦବେଗ ପ୍ରକାଶ କରିଥିଲେ ।ସଭାଟିକୁ ସଫଳ ଆୟୋଜନରେ ଜିଲ୍ଲାପରିଷଦ କାର୍ଯ୍ୟାଳୟ ର ଶ୍ରୀ ସୁରେଶ ସାହୁ,ଶ୍ରୀବିମ୍ବାଧର ସାହୁ,ଶ୍ରୀଋଷିକେଶ ଦଣ୍ଡସେନା,ଶ୍ରୀ ଚିନ୍ତାମଣି ନେଗି ପ୍ରମୁଖ ସହଯୋଗ କରିଥିଲେ।ଶେଷରେ ଅଧକ୍ଷ ଶ୍ରୀ ସିଂହଦେଓ ସମସ୍ତଙ୍କ ସହଯୋଗକୁ ପ୍ରଶଂସା କରି ଧନ୍ୟବାଦ୍ ଅର୍ପଣ କରିଥିଲେ।


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe