//BREAKING//
Loading...

ନକଲି ମଦ ମାଫିଆ ଙ୍କ ଭୁସ୍ୱର୍ଗ କଳାହାଣ୍ଡି :ବିପୁଳ ପରିମାଣର ନକଲି ଦେଶୀ ମଦ ପାଉଚ ଜବତ: ୩ ଗିରଫ


 ଜୁନାଗଡ଼ :---( ତର୍ଜମା ନ୍ୟୁଜ)ଗତ କାଲି ଅପରାହ୍ନ ସମୟରେ ଜୁନାଗଡ଼ ସହର ମୁଖ୍ୟସ୍ଥଳୀ କଲମପୁର ଛକ ନିକଟରେ ଅବକାରୀ ବିଭାଗ ଦ୍ଵାରା  ଏକ ବୋଲେରୋ ଗାଡି ରୁ ବିପୁଳ ପରିମାଣର ନକଲି ଦେଶୀ ମଦ ପାଉଚ ଜବତ କରି ତିନି ଜଣ ଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।ପ୍ରାପ୍ତ ସୂଚନା ଅନୁଯାୟୀ ,   ଗତ କାଲି ଜୁନାଗଡ଼ ସହର ର ମଧ୍ୟସ୍ଥଳୀ କଲମପୁର ଛକ ନିକଟରେ କଳାହାଣ୍ଡି ଅବକାରୀ ଅଧିକ୍ଷକ ଶ୍ରୀ ରଞ୍ଜନ କୁମାର ନାୟକ ଙ୍କ ନିର୍ଦେଶ କ୍ରମେ  ଏକ BOLERO ZLX ଗାଡି ନମ୍ବର OD 08 D 0500 କୁ ଜୁନାଗଡ଼ ଅବକାରୀ ଇନିସ୍ପେକ୍ଟର ବସନ୍ତ ବିଶି ଙ୍କ ନେତୃତ୍ୱରେ  ଜବତ କରାଯାଇଥିଲା ।ବୋଲେରୋ ଭିତରେ ୩୨୦ ଲିଟର ଦେଶୀ ନକଲି ମଦ ପାଉଚ ଜବତ କରିବା ସହ ଜଣେ ବିହାର ପ୍ରଦେଶର  ସନ୍ତୋଷ ସିଂହ,ଜୁନାଗଡ଼ ର  ଗୁପ୍ତେଶ୍ଵର ଗୁରୁ ଓ ଡ୍ରାଇଭର କୃଷ୍ଣ ଚନ୍ଦ୍ର ନାଏକ କୁ ଗିରଫ କରି ଥିବା ଜଣା ପଡ଼ିଛି ।ଏହି ନକଲି ଦେଶୀ ମଦ ପାଉଚ ନବରଙ୍ଗପୁର ଜିଲ୍ଲାର ଏକ ନକଲି ମଦ କାରଖାନା ରେ ନିର୍ମିତ ହୋଇ କଳାହାଣ୍ଡି ଜିଲ୍ଲାକୁ ଚୋରା ଚାଲାଣ କରୁଥିବା ଅବକାରୀ ବିଭାଗ ସୂତ୍ର ରୁ ପ୍ରକାଶ ।ତେବେ ଗିରଫ ମଦ ମାଫିଆ ଙ୍କ ଠାରୁ ଅବକାରୀ ବିଭାଗ ଏହି ନକଲି ପାଉଚ ଦେଶୀ ମଦ କାରବାର ର କିଙ୍ଗପିନ ଓ ତାର ନକଲି ମଦ ତିଆରି କାରଖାନା କୁ  ଠାବ କରିବାରେ ଅସଫଳ ହୋଇଥିବା  ବେଳେ କଳାହାଣ୍ଡି ଜିଲ୍ଲାରେ ନକଲି ପାଉଚ ଦେଶୀମଦ   ନିର୍ମାଣ ଓ ଚୋରା ଚାଲାଣ କାରବାର ର ମୁଖ୍ୟସ୍ଥଳୀ ପାଲଟିଥିବା ଜଣା ପଡ଼ିଛି ।ରାଜ୍ୟ ସରକାର ଏକ ସ୍ୱତନ୍ତ୍ର   ଟିମ ଗଠନ କରି ଏହି ନକଲି ଦେଶୀ ପାଉଚ ମଦ ନିର୍ମାଣ ର ମାଷ୍ଟର ମାଇଣ୍ଡ ଓ କିଙ୍ଗ ପିନ  କୁ ଖୋଜି ବାହାର କରିବା ସହ ନକଲି ଦେଶୀ ମଦ କାରବାର କୁ ରୋକିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସକାଶେ ସାଧାରଣରେ ଦାବି ହେଉଛି ।ଏଠାରେ ସୂଚନା ଯୋଗ୍ୟ ଯେ, ଗତବର୍ଷ ଭବାନୀପାଟଣା ନିକଟସ୍ଥ ଏକ ବିହାରୀ ଲୋକର ଘର ଉପରେ ଜିଲ୍ଲା ଅବକାରୀ ବିଭାଗ ଚଢ଼ାଉ କରି ନକଲି ମଦ ତିଆରି ସାମଗ୍ରୀ ସହ ନକଲି ଲେବଲ ଓ ମେସିନ ଜବତ କରିଥିଲେ ।ସମ୍ପ୍ରତି ସମଗ୍ର ଜିଲ୍ଲାରେ ବ୍ୟାପକ ଦେଶୀ ହାତ ରନ୍ଧା ମଦ ଓ ନକଲି ଦେଶୀ ପାଉଚ ମଦ କାରବାର ର ମୁଖ୍ୟସ୍ଥଳୀ ପାଲଟିଛି କଳାହାଣ୍ଡି ଜିଲ୍ଲା । ଏ ସମ୍ପର୍କରେ ଅବକାରୀ ବିଭାଗ ଓ ରାଜ୍ୟ ସରକାର କୌଣସି ଅଘଟଣ ଘଟିବା ପୂର୍ବରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe