//BREAKING//
Loading...

ରାଜ୍ୟ ସଭାରେ କେନ୍ଦ୍ର ସରକାରଙ୍କ ତଥ୍ୟ:ଜଳ ନୁହଁ ଜହର ପିଉଛନ୍ତି ଦେଶର ୨୫ ଟି ରାଜ୍ୟର ୨୦୯ ଟି ଜିଲ୍ଲା ର ଲୋକ


ନୂଆଦିଲ୍ଲୀ:--(ତର୍ଜମା ବ୍ୟୁରୋ ନ୍ୟୁଜ) ରାଜ୍ୟସଭାର ପ୍ରଶ୍ନୋତ୍ତର ସମୟରେ ପ୍ରକାଶ କରି କେନ୍ଦ୍ର ସରକାର କହିଛନ୍ତି, ଜଳ ନୁହେଁ ଜହର ପିଉଛନ୍ତି ଦେଶବାସୀ, ଏକଥା ସ୍ୱୀକାର କରିଛନ୍ତି ଖୋଦ୍ କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ତଥ୍ୟ ଆନୁସାରେ ଦେଶରେ ୨୫ ରାଜ୍ୟର ୨୦୯ ଜିଲ୍ଲାରେ ଜଳ ଜହର ପାଲଟିଛି । କାରଣ ଭୂତଳ ଜଳ ପରୀକ୍ଷଣରୁ ଯାହା ଜଣାପଡିଛି , ଭୂତଳ ଜଳରୁ ମିଳୁଥିବା ଜଳରେ ଆର୍ସେନିକ୍, , ଆଇରନ୍, ସୀସା, ୟୁରେନିୟମ୍, କ୍ରୋମିୟମ, କୈଡମିୟମ, ପରି ଧାତବ ନିର୍ଦ୍ଧାରିତ ମାତ୍ରାଠାରୁ ଅଧିକ ପରିମାଣରେ ରହିଥିବାରୁ ପାନୀୟ ଜଳ ଜହର ହୋଇସାରିଛି । ଜୀବନ ଧାରଣ ପାଇଁ ଜଳ ନିତାନ୍ତ ଜରୁରୀ । କାରଣ ମନୁଷ୍ୟ ଶରୀରରେ ୬୬% ଜଳୀୟ ଅଂଶ ରହିଛି । ଏଥିରୁ ଆମ ମସ୍ତିଷ୍କରେ ୭୫%, ଅସ୍ଥିରେ ୨୫%, ଓ ରକ୍ତରେ ୮୩% ଜଳୀୟ ଅଂଶ ରହିଛି । ଜଣେ ବ୍ୟକ୍ତି ବିନା ଖାଦ୍ୟରେ ମାସକରୁ ଅଧିକ ସମୟ ବଞ୍ଚିଯାଇପାରେ । କିନ୍ତୁ ବିନା ପାଣିରେ ସପ୍ତାହରୁ ଅଧିକ ସମୟ ବଞ୍ଚିବା କଷ୍ଟକର । ପୁରା ଜୀବନ କାଳରେ ପାଖାପାଖି ୭୫ ହଜାର ଲିଟରରୁ ଅଧିକ ପାଣି ଜଣେ ବ୍ୟକ୍ତି ପିଇଥାଏ । ସୁସ୍ଥ ରହିବାକୁ ହେଲେ ଦିନକୁ ଅନ୍ତତଃ ୨ ଲିଟର ପାଣି ପିଇବା ନିହାତି ଜରୁରୀ ଅଟେ। କିନ୍ତୁ ସତରେ କ'ଣ ଆଜିକା ଦିନକରେ ପାଣି ପିଇଲେ ଜଣେ ସୁସ୍ଥ ରହିପାରିବ? ସରକାରଙ୍କ ରିପୋର୍ଟ ଅନୁସାରେ ଏହାର ଉତ୍ତର ହେଉଛି 'ନା' ।ରାଜ୍ୟସଭାରେ ସରକାରଙ୍କ ପକ୍ଷରୁ ପାନୀୟ ଜଳକୁ ନେଇ ଯେଉଁ ରିପୋର୍ଟ ଉପସ୍ଥାପନ କରାଯାଇଛି ତାହା ଜାଣିଲେ ସମସ୍ତଙ୍କ ହୋସ୍ ଉଡିଯିବ ନିଶ୍ଚିତ।କ'ଣ କହୁଛି କେନ୍ଦ୍ର ସରକାରଙ୍କ ସର୍ଭେ ରିପୋର୍ଟ ?ଦେଶରେ ୨୫ ରାଜ୍ୟର ୨୦୯ ଜିଲ୍ଲାରେ ଭୂତଳ ଜଳରେ ଆର୍ସେନିକର ମାତ୍ରା ଲିଟର ପିଛା ପାଣିରେ ୦.୦୧ ମିଲିଗ୍ରାମରୁ ଅଧିକ ରହିଛି ୨୯ ରାଜ୍ୟର ୪୯୧ ଜିଲ୍ଲାରେ ଭୂତଳ ଜଳରେ(ଲିଟର ପିଛା) ଆଇରନର ମାତ୍ରା ୧ ମିଲିଗ୍ରାମରୁ ଅଧିକ ।୨୧ ରାଜ୍ୟର ୧୭୬ ଜିଲ୍ଲାରେ ଭୂତଳ ଜଳରେ ରହିଛି ସୀସା୧୧ ରାଜ୍ୟର ୨୯ ଜିଲ୍ଲାର ଭୂତଳ ଜଳରେ କୈଡମିୟମର ମାତ୍ରା ୦.୦୦୩ ମିଲିଗ୍ରାମରୁ ଅଧିକ ରହିଛି ।୧୬ ରାଜ୍ୟର ୬୨ ଜିଲ୍ଲାରେ ଗ୍ରାଉଣ୍ଡ ୱାଟରରେ କୋମିୟମର ମାତ୍ରା ୦.୦୫ ମିଲିଗ୍ରାମରୁ ଅଧିକ୧୮ ରାଜ୍ୟର ୧୫୨ ଜିଲ୍ଲାର ଭୂତଳ ଜଳରେ ୟୁରେନିୟମର ମାତ୍ରା ୦.୦୩ ମିଲିଗ୍ରାମରୁ ଅଧିକ ।ଜଳ ଶକ୍ତି ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଦେଶର ୮୦% ରୁ ଅଧିକ ଲୋକଙ୍କୁ ପାନୀୟ ଜଳ ଭୂତଳ ଜଳରୁ ହିଁ ମିଳିଥାଏ । ଏହାର ଅର୍ଥ ଦେଶର ୮୦% ପ୍ରତିଶତରୁ ଅଧିକ ଲୋକେ ଜଳ ବଦଳରେ ଜହର ପିଇ ବିଭିନ୍ନ ପ୍ରକାର ରୋଗକୁ ବରଣ କରୁଛନ୍ତି । ପାଣିରେ ଏସବୁ ଧାତବର ମାତ୍ରା ରହିବା ଅର୍ଥ ଜଳ ବିଷାକ୍ତ ହେବା ଏବଂ ଏହାକୁ ପିଇଲେ ଶରୀରରେ ଚର୍ମ ରୋଗଠାରୁ ଆରମ୍ଭ କରି ଅନ୍ତଃନଳୀରେ ସମସ୍ୟା, ଚର୍ମରୋଗ, ଚର୍ମ କ୍ୟାନ୍ସର, କିଡନୀ ଇନଫେକ୍ସନ୍, ଟ୍ୟୁମର , ସ୍ନାୟୁଜନିତ ରୋଗ ଦେଖାଯିବାର ଯଥେଷ୍ଟ ସମ୍ଭାବନା ରହିଥାଏ ।ତେବେ ପାଣିର ସମସ୍ୟା ପ୍ରତି ରାଜ୍ୟର ନିଜସ୍ୱ ବିଷୟ ଅଟେ। ତେଣୁ ନିଜ ରାଜ୍ୟବାସୀଙ୍କୁ ଶୁଦ୍ଧ ପାଣି ଯୋଗାଇବା ପ୍ରତି ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି କେନ୍ଦ୍ର ସରକାର କହିଛନ୍ତି ।ତେବେ ଦେଶର ଏହି ୨୦୯ ଟି ଜିଲ୍ଲାର ଲୋକଙ୍କୁ ରାଜ୍ୟ ସରକାର ମାନେ କେବେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିପାରିବେ ଦେଖିବାକୁ ବାକି ରହିଲା ।


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe