ଭବାନୀପାଟଣା:--- (ତର୍ଜମା ନ୍ୟୁଜ)କଳାହାଣ୍ଡି ଜିଲ୍ଲା ରେ ବିଭିନ୍ନ ସ୍ଥାନରେ ଆଜି ଜନ୍ମାଷ୍ଟମୀ ପବିତ୍ର ପର୍ବ ପ୍ରବଳ ଉତ୍ସାହ ଓ ଭକ୍ତି ସହ ପାଳନ ହେଉଛି। ଏହି କ୍ରମରେ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସରରେ ଜନ୍ମାଷ୍ଟମୀ ଉପଲକ୍ଷେ କୌତୁହଳ ପୋଷକ ପ୍ରତିଯୋଗିତା ଛାତ୍ର ଛାତ୍ରୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଅନେକ ଛାତ୍ର ଛାତ୍ରୀ ଭଗବାନ ଶ୍ରୀକୃଷ୍ଣ ଙ୍କ କୌତୁହଳ ପୋଷାକ ପରିଧାନ କରିଥିଲେ। ସ୍କୁଲ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଶତାଧିକ ଛାତ୍ର ଛାତ୍ରୀ ଅଭିଭାବକ ଅଭିଭାବିକା ଅଂଶ ଗ୍ରହଣ କରିଥିଲେ। ଶିକ୍ଷୟିତ୍ରୀ ଗୀତାଞ୍ଜଳି ସାହୁ କାଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ସାମନ୍ତରା ଧନ୍ୟବାଦ ଦେଇଥିଲେ । ଶିକ୍ଷକ ବସନ୍ତ ପ୍ରଧାନ, ତପନ ନାଏକ, ଶିକ୍ଷୟିତ୍ରୀ ମନୀଷା ସିଂନ୍ହା, ମିକୁମିକ୍ସ ନାଏକ, ସାଧନା ପ୍ରଧାନ, ଜଗମୋହନ ମାଝୀ, ନରେନ୍ଦ୍ର ସୁନାନୀ, ସୁଶାନ୍ତ ନାଏକ, ପିଙ୍କି ସାଗର, ବୈଶାଖୀ ନାଏକ, ବୃଷଭ ଦାସ ଓ ଶାନ୍ତି ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
Post a Comment