//BREAKING//
Loading...

ପାଞ୍ଚ ମାସ ରୁ ଅଧିକ ହେବ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଅସହାୟ ହିତାଧିକାରୀ ।



ଭବାନୀପାଟଣା:----(ତର୍ଜମା ନ୍ୟୁଜ )ସଦର ବ୍ଲକ ଅନ୍ତର୍ଗତ ଚହଗାଁ ଗ୍ରାମ ପଞ୍ଚାୟତ ର ୪୦ରୁ ଅଧିକ ହିତାଧିକାରୀ ଗତ ପାଞ୍ଚ ମାସ ରୁ ଅଧିକ ହେବ ବାର୍ଦ୍ଧକ୍ୟ ଭତ୍ତା ନ ପାଇ  ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏ ସମ୍ପର୍କରେ ଗତ ମେ ମାସ ରୁ ବାରମ୍ବାର ବ୍ଲକ କତ୍ତୃପକ୍ଷ ଙ୍କୁ ଜଣାଇଲେ ମଧ୍ୟ ହିତାଧିକାରୀ ଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳି ପାରି ନାହିଁ ।ସ୍ଥାନୀୟ କେତେକ ସ୍ୱେଚ୍ଛାସେବୀ ଏବଂ ସରପଞ୍ଚ ଙ୍କ ସ୍ୱାମୀ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, ଏବଂ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପ୍ରକାର ସହାୟତା ମିଳି ପାରି ନାହିଁ ଓଲଟା ସରପଞ୍ଚ ଙ୍କ ସ୍ୱାମୀ ଙ୍କୁ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ (BSSO)  ଦବଙ୍ଗଗିରି  ଧମକପୂର୍ଣ ଫୋନ କରିବା  ଜଣାପଡ଼ିଛି ।ଏ ସମ୍ପର୍କରେ ୪୦ ରୁ ଅଧିକ ବୁଢା ବୁଢ଼ୀ  କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।କେତେକ ହିତାଧିକାରୀଙ୍କ ଆଧାର ଲିଙ୍କ ହୋଇ ନ ଥିବା ଓ କେତେକଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ଟଙ୍କା ପଡିଥିବା ବେଳେ କେତେକ ପାଞ୍ଚ ମାସ ରୁ ଅଧିକ ହେବ ବାର୍ଦ୍ଧକ୍ୟ ଜନିତ ଅସହାୟତା ଯୋଗୁଁ ନାନା ପ୍ରକାର ହଇରାଣ ହେଉଛନ୍ତି ।ଏଥିସହ କଳାହାଣ୍ଡି ଜିଲ୍ଲାରେ ଦାୟିତ୍ୱବାନ ଅଧିକାରୀଙ୍କ ଦବଙ୍ଗଗିରି ମୁଖ୍ୟ ଚର୍ଚ୍ଚା ର ବିଷୟ ହୋଇଛି ।ଜିଲାପାଳ ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁ ତୁରନ୍ତ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା  ବ୍ୟବସ୍ଥା ଗ୍ରହଣ ସହ ଦବଙ୍ଗ ମାଡାମ  ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ (BSSO)ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।



Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe